ନୂଆଦିଲ୍ଲୀ: ସାଧାରଣଲୋକଙ୍କ ପକ୍ଷରେ ହ୍ୟାଣ୍ଡ ସାନିଟାଇଜର ଅସଲି କି ନକଲି ତାହା ପରିଖିବା କଷ୍ଟକର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦେଶର ଦୁଇଜଣ ଡାକ୍ତର ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ କିପରି ସହଜରେ ଘରେ ବସି ହ୍ୟାଣ୍ଡ ସାନିଟାଇଜର ଅସଲି ନା ନକଲି ଜାଣି ହେବ ତାହା ଜଣାଇଛନ୍ତି। ଏହି ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣକ ନାମ ଡାକ୍ତର ନେହା ଆରୋଡା ଓ ଅନ୍ୟ ଜଣଙ୍କ ନାମ ସୌରଭ ଆରେଡା।
୧. ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ପଷ୍ଟ କରାଯାଇଥିଲା କି ଏହି ଭାଇରସ୍ରୁ ରକ୍ଷା ପାଇବାକୁ ହେଲେ ବାରମ୍ବାର ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିବା। ଯେଉଁଥିରେ ୭୦ରୁ ୮୦ ପ୍ରତିଶତ ଆଲକୋହଲ ଥିବ।

୨. ଏହିପରି ସାନିଟାଇଜର ପ୍ରସ୍ତୁତରେ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କିଛି ବିଶେଷ ପଦ୍ଧତି ଅନୁସରଣ କରାଯାଇ ତିଆରି କରଯାଇଥାଏ। ଯାହାଫଳରେ ଆପଣଙ୍କ ହାତ ସଂପୂର୍ଣ୍ଣ ପରିଷ୍କାର ତ ହେବ ଚର୍ମର କୌଣସି କ୍ଷତି ହେବ ନାହିଁ। ତେବେ ଆସନ୍ତୁ ଜାଣିବା କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିବା ସାନିଟାଇଜର ଅସଲି କି ନକଲି ତାହାକୁ ଘରେ ବସି କିପରି ପରଖିବା।
୩. ସାନିଟାଇଜରର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଆପଣ ଟଏଲେଟ ପେପର କିମ୍ବା ଟିସୁ ପେପର ବ୍ୟବହାର କରିପାରିବେ । ଏଥିପାଇଁ ଟଏଲେଟ ପେପର ଉପରେ କଲମ ସାହାଯ୍ୟରେ ଏକ ଛୋଟ ବୃତ୍ତ ତିଆରି କରନ୍ତୁ। ଏହି ବୃତ୍ତ ପେପର ମଝିରେ ଆଙ୍କନ୍ତୁ।
୪. ବର୍ତ୍ତମାନ ଏହି ବୃତ୍ତ ଉପରେ ହ୍ୟାଣ୍ଡସାନିଟାଇଜରର କିଛି ବୁନ୍ଦା ଢ଼ାଳନ୍ତୁ। ଯଦି ଏହି କ୍ଷେତ୍ରରେ ପେନ୍ର ସ୍ୟାହି ବିସ୍ତାର ପରି ହୋଇଯାଉଛି ତେବେ ଆପଣଙ୍କ ସାନିଟାଇଜର ନକଲି ବୋଲି ଜାଣନ୍ତୁ। ଯଦି ଆପଣ ହ୍ୟାଣ୍ଡସାନିଟାଇଜର୍ ଅସଲି ହୋଇଥାଆନ୍ତା ତେବେ ସ୍ୟାହି ପରି ବିସ୍ତାର ହୋଇ ନଥାଆନ୍ତା।
୫. ଏତଦ୍ବ୍ୟତୀତ ଆଉ ଏକ ଉପାୟ ଦ୍ୱାରା ବି ସାନିଟାଇଜର ଅସଲି କି ନକଲି ତାହା ପରଖା ଯାଇ ପାରିବ। ଏଥିପାଇଁ ଗୋଟିଏ ପାତ୍ରରେ ହ୍ୟାଣ୍ଡସାନିଟାଇଜର ବାହାର କରନ୍ତୁ । ଏବେ ଏହାକୁ ଏକ ହେୟାର ଡ୍ରାୟର ସହିତ ଶୁଖାନ୍ତୁ । ଯଦି ଆପଣଙ୍କ ହ୍ୟାଣ୍ଡ ସାନିଟାଇଜର ଅସଲି ଥିବ ତେବେ ଏହା ୩ ରୁ ୫ ସେକେଣ୍ଡ ମଧ୍ୟରେ ଶୁଖିଯିବ। ଯଦି ଏହି ସାନିଟାଇଜର ନକଲି ହୋଇଥିବ ତେବେ ଏହି ସମୟ ମଧ୍ୟରେ ତାହା ଶୁଖିବ ନାହିଁ।
୬. ହ୍ୟାଣ୍ଡ ସାନିଟାଇଜରର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଏକ ପାତ୍ରରେ ୧ ଚାମଚ ଅଟା ନିଅନ୍ତୁ । ଏହି ଅଟାରେ ଟିକେ ହ୍ୟାଣ୍ଡ ସାନିଟାଇଜର ମିଶାନ୍ତୁ । ଏହାପରେ ଅଟା ଓ ସାନିଟାଇଜରକୁ ଏକାଠି ମିଶାନ୍ତୁ। ଯଦି ହ୍ୟାଣ୍ଡସାନିଟାଇଜର୍ ଅସଲି ହୋଇଥିବ ତେବେ ଏହା ମିଶ୍ରଣ ହେବ ନାହିଁ।