ପୋଦିନା- ଏହା ଏଭଳି ପତ୍ର ଯାହାକୁ ଆମେ ଚଟଣି କରି ଖାଇବାକୁ ପସନ୍ଦ କରିଥାଉ ,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ନିୟମିତଭାବେ ଏହାକୁ ଚୋବାଇ ଖାଇଲେ ପୁରୁଣା ଦିନର ଶାରୀରିକ କଷ୍ଟ ବି ଲାଘବ ହୋଇଥାଏ।
ଅଦା :-ଅଦା ଖାଇଲେ ଆଣ୍ଠୁଗଣ୍ଠି ବାତ,ଗଳାକଷ୍ଟ,ମାଂସପେଶୀ ଯନ୍ତ୍ରଣା,ଛାତି କଷ୍ଟ ଓ ଋତୁସ୍ରାବଜନିତ ଯନ୍ତ୍ରଣା ଦୂର ହୋଇଥାଏ।
କଫି:- ଏହା ପାନ କଲେ ଯନ୍ତ୍ରଣା ଲାଘବ ହୋଇଥାଏ। ବିଶେଷ କରି ଉଷୁମ କଫି ପିଇଲେ ଦାନ୍ତ ବିନ୍ଧାରୁ ସାଧାରଣ ଆଶ୍ୱସ୍ତି ମିଳିଥାଏ।
ଲବଙ୍ଗ:-ଏହା ଦାନ୍ତବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ।
ଚେରି :-ଚେରିରେ ଯନ୍ତ୍ରଣା ନିବାରକ ତତ୍ତ୍ୱ ରହିଛି।
ଦହି:-ଏହା ଖାଦ୍ୟ ହଜମ କରିବା ସହିତ ପେଟ ଯନ୍ତ୍ରଣା ବି ଦୂର କରିଥାଏ।
ସୋୟା:- ଏହା ଆଣ୍ଠୁଗଣ୍ଠି ବାତ ଜନିତ ଯନ୍ତ୍ରଣା ଦୂର କରିଥଏ ।
ହଳଦୀ:- ଏହା ଦାନ୍ତ ବିନ୍ଧା ଓ ପିଠି ଯନ୍ତ୍ରଣା ଦୂର କରିବା ପାଇଁ ଅମୋଘ ଔଷଧ।
ଲୁଣ:- ଏହା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।
ପିପର ମିଣ୍ଟ:-ଏହା ବଦହଜମି,ମାଂସପେଶୀରେ ଯନ୍ତ୍ରଣା,ଦାନ୍ତବିନ୍ଧା ଓ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣାକୁ ଦୂର କରିଥାଏ।
ଲାଲ୍ ଅଙ୍ଗୁରୀ:-ଏହା ଗଣ୍ଠି ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଦୂର କରିଥାଏ ।