ପିଅନ୍ତୁ ପାଳଙ୍ଗ ଜୁସ୍‌ , ଜାଣନ୍ତୁ ଏଥିରୁ କି ଫାଇଦା ମିଳେ

ପାଳଙ୍ଗ ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ବି ରହିଛି। ପାଳଙ୍ଗରେ ଭିଟାମିନ୍‌ ଏ, ସି, ଇ, କେ ଓ ବି କଂପ୍ଲେକ୍ସ ପ୍ରଚୁର ମାତ୍ରାରେ ଥାଏ। ଖାଲି ସେତିକି ନୁହେଁ, ଏଥିରେ ମାଙ୍ଗାନିଜ୍‌ , କେରୋଟିନ୍‌, ଆଇରନ୍‌ , ଆୟୋଡିନ୍‌, କାଲସିୟମ୍‌, ମ୍ୟାଗନେସିୟମ୍‌, ପୋଟାସିୟମ୍‌, ସୋଡିୟମ୍‌, ଫସଫରସ ଓ ଆମିନୋ ଏସିଡ୍‌ ମଧ୍ୟ ଥାଏ।
ପାଳଙ୍ଗକୁ କେବଳ ତରକାରୀ କରାଯାଇ ଖିଆ ଯାଏ ନାହିଁ, ବରଂ ଏହାର ଜୁସ୍‌ ମଧ୍ୟ ପିଆଯାଏ। ପ୍ରଥମେ ଜାଣନ୍ତୁ କିପରି ପାଳଙ୍ଗର ଜୁସ୍‌ ପ୍ରସ୍ତୁତ କରିବେ:
ପାଳଙ୍ଗ ଜୁସ୍‌ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଳଙ୍ଗ ପତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ ଓ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଗ୍ରାଇଣ୍ଡରରେ ଅଳ୍ପ ପାଣି ନେଇ ପାଳଙ୍ଗ ପତ୍ରକୁ ମିଶାଇ ବାଟି ଦିଅନ୍ତୁ। ତା’ପରେ ତାକୁ ଏକ ପାତ୍ରରେ କାଢି ଦିଅନ୍ତୁ। ସେଥିରେ ଅଳ୍ପ ପାଣି, ଭଜା ଜିରା, କଳାଲୁଣ, ଲୁଣ ଓ ଗୋଲମରିଚ୍‌ ଆଦି ମିଶାଇ ମିକ୍ସ କରନ୍ତୁ। ପାଳଙ୍ଗ ଜୁସ୍‌ରେ ଲେମ୍ବୁ ରସ ମିଶାଇ ପାରନ୍ତି। ଏହା ଦ୍ୱାରା ଜୁସ୍‌ ସ୍ୱାଦିଷ୍ଟ ଲାଗିଥାଏ।

ଏହି ପାଳଙ୍ଗ ଜୁସ୍‌ ପିଇଲେ ଏନିମିୟା ଅର୍ଥାତ୍‌ ରକ୍ତହୀନତା ଦୂର ହୋଇଥାଏ। କେତେକ ଗବେଷଣାରୁ ଜଣାଯାଇଛି ଯେ ପାଳଙ୍ଗ ଜୁସ୍‌ ପିଇଲେ କର୍କଟ ରୋଗ ମଧ୍ୟ ହେବାର ଆଶଙ୍କା ନଥାଏ। ଠିକ୍‌ ସେହିପରି ପାଳଙ୍ଗ ରସକୁ ନିୟମିତ ରୂପେ ସେବନ କରିଲେ ତ୍ୱଚାଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। କୋଷ୍ଠକାଠିନ୍ୟତା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଗର୍ଭବତୀ ମହିଳାମାନେ ପାଳଙ୍ଗ ଜୁସ୍‌ ପିଇଲେ ସେମାନଙ୍କ ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହୋଇ ନଥାଏ।

ସମ୍ବନ୍ଧିତ ଖବର