ପାଂପଡ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ?

ଖାଦ୍ୟରେ ଯଦି ପାଂପଡ଼ ଥାଏ,ତେବେ ତାହା ଅଧିକ ସ୍ୱାଦିଷ୍ଟ ଲାଗେ। ଆପଣ କ’ଣ ଜାଣନ୍ତି ଯେ, ପାଂପଡ଼କୁ ସ୍ୱାଦିଷ୍ଟ ବନାଇବା ଲାଗି ସେଥିରେ କେତେକ ଫ୍ଲେଭର୍‌ ଓ ରଙ୍ଗ ମିଶାଯାଇଥାଏ। ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।ଏବେ ଆସନ୍ତୁ ଜାଣିବା ପାଂପଡ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ।
ମୋଟାପା ବୃଦ୍ଧି ପାଏ:- ପାଂପଡ ଖାଇଲେ ମୋଟାପା ବା ମେଦ ବହୁଳତା ବୃଦ୍ଧି ପାଇଥାଏ। କାରଣ ଏଥିରେ ଦୁଇଟି ରୁଟିରେ ଥିବା କ୍ୟାଲୋରି ଥାଏ। ଯଦି ଆପଣ ନିଜର ଓଜନ କମ୍‌ ରଖିବାକୁ ଚାହାଁନ୍ତି ,ତେବେ ପାଂପଡ ସେବନରୁ ନିବୃତ୍ତ ରୁହନ୍ତୁ।
ହୃଦ୍‌ରୋଗର ଆଶଙ୍କା:- ଲୋକେ ପାଂପଡକୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦ୍‌ରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।
ପେଟ ଖରାପ ହେବାର ଆଶଙ୍କା:-ପାଂପଡର ପ୍ରସ୍ତୁତି ପ୍ରଣାଳୀ ଚିନ୍ତାର ବିଷୟ ହୋଇଥାଏ। ଏହାକୁ ଖରାରେ ଖୋଲା ସ୍ଥାନରେ ଶୁଖାଯାଇଥାଏ। ବାୟୁ ପ୍ରଦୂଷଣ ହେତୁ ପାଂପଡର ସ୍ଥିତି ଭଲ ରୁହେ ନାହିଁ।ଏହା ସେବନ କଲେ ପେଟ ଖରାପ ହେବାର ଆଶଙ୍କା ବଢ଼ିଥାଏ।


ଏସିଡିଟିର ସମସ୍ୟା:- ବଜାରରେ ଉପଲବ୍ଧ ବିଭିନ୍ନ ପାଂପଡରେ ନାନା ରକମର ମସଲା ମିଶିଯାଇଥାଏ। ଏହା ସେବନ କରିଲେ ଏସିଡିଟିର ସମସ୍ୟା ମଧ୍ୟ ଉପୁଜିଥାଏ।

ସମ୍ବନ୍ଧିତ ଖବର