ପ୍ୟାରେଣ୍ଟ୍‌ -ଟିଚର ମିଟିଂକୁ କାହିଁକି ଯିବା ଜରୁରୀ ?

କେତେକ ପିତାମାତା ବା ଅଭିଭାବକ ସେମାନଙ୍କର ପୁଅ, ଝିଅର ପ୍ୟାରେଣ୍ଟ୍‌ -ଟିଚର ମିଟିିଂ (ପି ଟିଏମ୍‌) କୁ ଯାଇ ନ ଥାନ୍ତି । ବିଶେଷ କରି ପିଲା ଭଲ ପଢୁଥିଲେ, ସେମାନେ ଏହି ମିଟିଂକୁ ଯିବାର ଆବଶ୍ୟକତା ନାହିଁ ବୋଲି ମନେ କରନ୍ତି । କିନ୍ତୁ ଜାଣନ୍ତୁ କାହିଁକି ପ୍ୟାରେଣ୍ଟ୍‌ -ଟିଚର ମିଟିଂକୁ ଯିବା ଉଚିତ୍‌ ।

ପ୍ରଥମ କଥା ହେଲା ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହା ପ୍ରୟାସ । ଶୈକ୍ଷଣିକ ସ୍ତରରେ ପିଲାମାନଙ୍କଠାରେ ଯେଉଁ ତ୍ରୁଟି ଦେଖା ଦେଇଥାଏ ବା ଦୁର୍ବଳତା ଥାଏ, ତା’କୁ ଦୁର କରିବା ପାଇଁ ବି ଏଥିରେ ପରାମର୍ଶ ଦିଆଯାଇଥାଏ । ନିଜ ପିଲା ସଂପର୍କରେ ଶିକ୍ଷକମାନଙ୍କ ସହିତ ଏଥିରେ ଖୋଲାଖୋଲି ଆଲୋଚନା କରିବାର ସୁଯୋଗ ଥିବା ହେତୁ ତାକୁ ହାତଛଡା କରନ୍ତୁ ନାହିଁ ।

ଶିକ୍ଷକମାନେ ଯଦି ପିଲାକୁ ଅଧିକ ମାତ୍ରାରେ ସମାଲୋଚନା କରୁଥାନ୍ତି, ଏବଂ ଏ ବିପକ୍ଷରେ ପିଲାଟି ବାପା ମାଆଙ୍କୁ କହିଥାଏ, ତେବେ ଏହାକୁ ନେଇ ପିତାମାତା ଚିନ୍ତିତ ଥାଆନ୍ତି । ଏଣୁ ସେମାନେ ପିଟିଏମ୍‌କୁ ଯିବା ପାଇଁ ନାପସନ୍ଦ କରନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ପିତାମାତା ନିଶ୍ଚିତ ରୂପେ ପିଟିଏମ୍‌କୁ ଯିବା ଉଚିତ୍‌ , କାରଣ ସେମାନେ ମିଟିଂ ପରେ ଶିକ୍ଷକଙ୍କ ସହିତ କଥା ହୋଇ ସମସ୍ୟାର ସମାଧାନ କରିଥାନ୍ତି ।

photo-youtube

ଆଉ ଗୋଟିଏ କଥା ହେଲା ଯେ ପିତାମାତା ବା ଅଭିଭାବକ ମାନେ ଜାଣିବା ଉଚିତ ଯେ ପିଟିଏମ୍‌ ହେଉଛି ପିଲାର ବିକାଶ ପାଇଁ ଖୁବ୍‌ ମହତ୍ତ୍ୱପୁର୍ଣ୍ଣ । ଯଦି ପିଲା ଭଲ ପଢେ ନାହିଁ, ତା’ର କେଉଁ ଅସୁବିଧା ରହୁଛି ଓ ତା’ର କିପରି ସମାଧାନ କରା ଯାଇପାରିବ, ସେ ସଂପର୍କରେ ଭଲଭାବେ ବୁଝିବାରେ ଏହା ହେଉଛି ସବୁଠାରୁ ଭଲ ସମୟ । ଆଉ ଏକ ଉଲ୍ଲେଖନୀୟ କଥା ହେଲା ପିଟିଏମ୍‌ରେ ପିତାମାତାଙ୍କୁ ଛାତ୍ରର ଭବିଷ୍ୟତ ସଂପର୍କରେ ବି ପରାମର୍ଶ ଦିଆଯାଇଥାଏ, ପିଲାଙ୍କୁ ଅନୁଶାସିତ କରାଯିବାର ମଧ୍ୟ ଟିପ୍‌ସ ଦିଆଯାଇଥାଏ ।

ସମ୍ବନ୍ଧିତ ଖବର