ପିଲାମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ ଏବଂ ସେମାନଙ୍କୁୁ କେଉଁପରି ପରିବେଶରେ ଲାଳନପାଳନ କରିବାକୁ ହେବ, ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହା ଅଭିଭାବକମାନଙ୍କ ପାଇଁ ମଧ୍ୟ ବହୁ ମହତ୍ତ୍ୱ ରଖେ । ସେମାନେ ସବୁବେଳେ ଦ୍ୱନ୍ଦ୍ୱରେ ରହୁଥାଆନ୍ତି କି ପିଲାମାନଙ୍କୁ କିପରି ଶିକ୍ଷା ଦେଲେ ସେ ତା’ର ଜୀବନ ସଫଳ ପାଇପାରିବ । ଯଦି ଆପଣ ଏହି ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତା’ହେଲେ ଆପଣ ଆଚାର୍ଯ୍ୟ ଚାଣ୍ୟକଙ୍କର କିଛି ନୀତି ବିଷୟରେ ଅବଗତ ହେବା ଦରକାର, ଯାହା ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିବ ।

Advertisment

ଚନ୍ଦ୍ରଗୁପ୍ତଙ୍କୁ ମଗଧ ସମ୍ରାଟ ଭାବେ ଗଢ଼ି ତୋଳିବାରେ ରହିଛି ଚାଣକ୍ୟଙ୍କର ଦିଗଦର୍ଶନ। ପିଲାକୁ ଉପଯୁକ୍ତ ମଣିଷରେ ପରିଣତ କରିବା ଲାଗି କିଭଳି ରାସ୍ତା ଆପଣାଯିବା ଉଚିତ, ତାହା ଚାଣକ୍ୟ କହିଛନ୍ତି। ପିଲାମାନଙ୍କ ପ୍ରତି ମାତାପିତାଙ୍କର କ’ଣ କର୍ତ୍ତବ୍ୟ ଅଛି, ତାହା ସେ ତିନି ଭାଗରେ ବିଭକ୍ତ କରିଛନ୍ତି ।

ଚାଣ୍ୟକଙ୍କ ଅନୁସାରେ ପିଲା ଜନ୍ମ ହେବାର ୫ ବର୍ଷ ଯାଏଁ ତାକୁ ବହୁତ ସ୍ନେହ ଦେବା ଦରକାର । ୧୦ ବର୍ଷ ଯାଏ ତାକୁ ସେହିପରି ସ୍ନେହ କରିବେ। କିନ୍ତୁ ତା’ର ଛୋଟ ବଡ଼ ଭୂଲ ଉପରେ ନଜର ରଖୁଥିବେ । ଯେତେବେଳେ ପିଲାକୁ ୧୬ ବର୍ଷ ବୟସ ହୋଇଯିବ, ତା’ ସହିତ ମିତ୍ର ଭଳି ବ୍ୟବହାର କରିବା ଉଚିତ୍‌ । ଚାଣ୍ୟକଙ୍କ ଅନୁସାରେ ଯେଉଁ ମାତାପିତା ନିଜ ସନ୍ତାନମାନଙ୍କୁ ଉଚିତ୍‌ ଶିକ୍ଷା ଦେଇ ନ ଥାଆନ୍ତି, ସେମାନେ ଶତ୍ରୁ ସହିତ ସମାନ ହୋଇଥାଆନ୍ତି। ପିଲାମାନଙ୍କର ଅସଫଳତା ପାଇଁ ସେମାନେ ନିଜେ ଦାୟୀ ନୁହଁନ୍ତି ବରଂ ତାଙ୍କର ପିତାମାତା ହିଁ ଦାୟୀ ରହିଥାଆନ୍ତି ।

ଚାଣ୍ୟକଙ୍କ ଅନୁସାରେ ଅଭିଭାବକମାନଙ୍କୁ ସନ୍ତାନମାନଙ୍କ ପ୍ରତି ପ୍ରେମ ଓ କ୍ରୋଧର ସୀମା ନିର୍ଦ୍ଧାରିତ କରିବା ଦରକାର। କାରଣ ଅଧିକ ଭଲପାଇବା ଓ ଅଧିକ କ୍ରୋଧ ସନ୍ତାନକୁ ହୁଏତ ଅବାଟରେ ନେଇ ଯାଇପାରେ। ଯଦି ପିତାମାତା ଏ ସବୁ ପ୍ରତି ସଚେତନ ନ ରହନ୍ତି ତେବେ ସେମାନେ ପରୋକ୍ଷରେ ପିଲାର ଶତ୍ରୁ ଭଳି କାର୍ଯ୍ୟ କରନ୍ତି।