ଆଗାମୀ ଗ୍ରୀଷ୍ମରେ ଆପଣ ଯଦି ନିଜକୁ ଫିଟ୍ ରଖିବାକୁ ଚାହୁଁଥିବା ସତ୍ୱେ ଆପଣଙ୍କୁ ବ୍ୟାୟାମ ବା ଯୋଗ କରିବାକୁ ସମୟ ନହୁଏ? ତାହାେଲେ କ’ଣ ମୋଟାପଣ ସହ ସାଲିସ୍ କରିବାକୁ ପ୍ରସ୍ତୁତ? ମୋଟାପଣ ସହ ସାଲିସ୍ କରିବାକୁ କାହାକୁ ବା ଭଲ ଲାଗେ! ସମସ୍ତେ ଚାହାନ୍ତି ପତଳା ଓ ସୁସ୍ଥ ରହିବାକୁ। ବ୍ୟାୟାମ ପାଇଁ ସିନା ସମୟ ହେବ ନାହିଁ ମାତ୍ର ନିଜକୁ ଫିଟ୍ ରଖିବା ପାଇଁ ଅତି କମ୍ରେ ଆପଣଙ୍କୁ ଦିନକୁ ମାତ୍ର ୫ ମିନିଟ୍ ତ ଦେବାକୁ ପଡ଼ିବ। ତେବେ ଚାଲନ୍ତୁ ଜାଣିବା କେଉଁ ରସ ପିଇଲେ ଗୋଟାଏ ଚୁଟ୍କିରେ ହ୍ରାସ ପାଇବ ମୋଟାପଣ।
୧/୩ କପ୍ ପାଣି
ପାର୍ସଲି(ଧନିଆ ପତ୍ର ପରି ଏକ ପତ୍ର)
୧/୨ ଲେମ୍ବୁ
ଗୋଟାଏ ଚାମଚ ବଟା ଅଦା
ଗୋଟାଏ କାକୁଡ଼ି
ପ୍ରସ୍ତୁତି: ସମସ୍ତ ଉପକରଣକୁ ମିଶାଇ ଭଲ ଭାବରେ ବାଟି ଦିଅନ୍ତୁ। ପିଇ ହେବା ପରି ଆବଶ୍ୟକ ମୁତାବକ ପାଣି ମିଶାନ୍ତୁ। ପାଟିକୁ ସୁହାଇଲା ପରି ଲୁଣ ବି ମିଶାଇ ପାରିବେ।
ଏଥିରୁ ପ୍ରତିଦିନ ସକାଳୁ ଗୋଟାଏ ଲେଖାଏ ଗ୍ଲାସ୍ ପିଅନ୍ତୁ। ମାତ୍ର ଦିନ କେଇଇଟାରେ ଆପଣ ହୋଇଯିବେ ଏକଦମ୍ ଫିଟ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/zelen-kokteil1.jpg)