ଋତୁସ୍ରାବ ସମୟରେ ଯନ୍ତ୍ରଣା କେତେ ସ୍ବାଭାବିକ ଓ କେଉଁ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଲୋଡ଼ା?
ଋତୁସ୍ରାବ ସମୟରେ କ୍ଷରିତ ହେଉଥିବା କିଛି ହର୍ମୋନ୍ ଓ ପ୍ରୋଷ୍ଟାଗ୍ଲାଣ୍ଡିନ୍ ଯୋଗୁଁ ଏହି ଯନ୍ତ୍ରଣା ହୋଇଥାଏ। ବିଶେଷ କରି ଋତୁସ୍ରାବର ପ୍ରଥମ ଓ ଦ୍ବିତୀୟ ଦିନରେ ଯନ୍ତ୍ରଣା ସମାନ୍ୟ ଅଧିକ ରହେ। କିନ୍ତୁ ବେେଳବେଳେ ଏହି ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଗର୍ଭାଶୟରେ ଟ୍ୟୁମର୍ କିମ୍ବା ଚକୋଲେଟ୍ ସିଷ୍ଟ୍ ଥିଲେ ଏହିଭଳି ଅସହ୍ୟ ଯନ୍ତ୍ରଣା ହୋଇଥାଏ।
ଚକୋଲେଟ୍ ସିଷ୍ଟ୍ କ’ଣ?
ଚକୋଲେଟ୍ ସିଷ୍ଟ୍ ହେଉଛି ଅଣ୍ଡାଶୟରେ ହେଉଥିବା ଗୋଟିଏ ପ୍ରକାର ଟ୍ୟୁମର୍। ସିଷ୍ଟ୍ ଭିତରେ ବହୁ ଦିନ ଧରି ରକ୍ତ ରହି ରହି ଏହା ଚକୋଲେଟ୍ ରଙ୍ଗର ହୋଇଯାଇଥାଏ। ଏହି ସିଷ୍ଟ୍ ଯୋଗୁଁ ଋତୁସ୍ରାବ ସମୟରେ ବହୁ ଯନ୍ତ୍ରଣା ହେବା ସହ ଏହି ସମୟରେ ଝାଡ଼ା, ପରିସ୍ରା ଗଲେ ବହୁ କଷ୍ଟ ହୋଇଥାଏ। ଏହି ସିଷ୍ଟ୍ ରହିବା ଫଳରେ ସେଥିରେ ଅଣ୍ଡାଶୟ ଓ ଗର୍ଭାଶୟ ଲାଖିଯାଇଥାଏ। ଏପରିକି ଗର୍ଭାଶୟ ଶରୀରର ଖାଦ୍ୟନଳୀ ଓ ମୂତ୍ରାଶୟ ସହ ଲାଗିଯାଇଥାଏ। ଏହା ଫଳରେ ଏକ ଯନ୍ତ୍ରଣାଦାୟକ ସ୍ଥିତି ଉପୁଜେ। ଅନେକ କ୍ଷେତ୍ରରେ ଔଷଧରେ ଚିକିତ୍ସା କରାଯାଉଥିବା ବେଳେ ଏହାର ଅସ୍ତ୍ରୋପଚାର ବ୍ୟବସ୍ଥା ବି ରହିଛି।
ଭାଜାଇନାଲ୍ ବର୍ଣ୍ଣିଂ ଆଜିକାଲି ପ୍ରାୟ ମହିଳାଙ୍କ ପାଖରେ ଦେଖାଯାଉଛି। ଏହାର କାରଣ ଓ ନିରାକରଣ କ’ଣ ହୋଇପାରେ?
ଅସୁରକ୍ଷିତ ଯୌନସମ୍ବନ୍ଧ ଯୋଗୁଁ ସଂକ୍ରମଣ ଫଳରେ ଭାଜାଇନାଲ୍ ବର୍ଣ୍ଣିଂ ହୋଇଥାଏ। ଏପରିକି ପିସିଓଏସ୍ ସମସ୍ୟାରେ ଯୁଝୁଥିବା ମହିଳାଙ୍କଠାରେ ଏହି ସମସ୍ୟା ବି ଦେଖାଯାଇଥାଏ। ଇନ୍ସୁଲିନ୍ ରେଜିଷ୍ଟାନ୍ସ୍ ଯୋଗୁଁ ଏହା ଘଟିଥାଏ। ମହିଳାମାନେ ଆଜିକାଲି ବଜାରରେ ମିଳୁଥିବା ଭାଜାଇନାଲ୍ ୱାସ୍ ସବୁ ବ୍ୟବହାର କରୁଛନ୍ତି, ଯାହାକି ଭାଜାଇନାଲ୍ ପିଏଚ୍ ସ୍ତରକୁ ବଦଳାଇଦିଏ। ଫଳରେ ଉକ୍ତ ସ୍ଥାନ କୁଣ୍ଡାଇ ହୋଇଥାଏ। ଏଣୁ ମହିଳାମାନେ ନିୟମିତ ବ୍ୟାୟାମ କରି ନିଜ ଇନ୍ସୁଲିନ୍ ସ୍ତରକୁ ଠିକ୍ ରଖିବା ସହ ଭାଜାଇନାଲ୍ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ।
ପିସିଓଏସ୍ ସମସ୍ୟାରୁ ବଞ୍ଚିବା ପାଇଁ କ’ଣ କରାଯାଇପାେର?
ମଧୁମେହ ଓ ରକ୍ତଚାପ ଭଳି ପିସିଓଏସ୍ ହେଉଛି ଏକ ଜୀବନଶୈଳୀଜନିତ ରୋଗ। ଅଧିକ ପରିଶ୍ରମ ନ କଲେ, ବାହାରର ତେଲ, ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଅଧିକ ଖାଇଲେ ପିସିଓଏସ୍ ଦେଖାଯାଇଥାଏ। ଏହାର ସଫଳ ଚିକିତ୍ସା ହେଉଛି ଗୋଟିଏ- ବ୍ୟାୟାମ କରି ଓଜନ କମାଇବା।
ରଜୋନିବୃତ୍ତି କେବେ ହୋଇଥାଏ ଓ ଏହାର ଲକ୍ଷଣ ସବୁ କ’ଣ?
ରଜୋନିବୃତ୍ତିର ସଠିକ୍ ବୟସ ହେଉଛି ୪୭ ବର୍ଷ। ପ୍ରାୟତଃ ୪୫ରୁ ୫୦ ବର୍ଷ ଭିତରେ ବହୁ ମହିଳାଙ୍କର ରଜୋନିବୃତ୍ତି ଘଟିଥାଏ। ଅଣ୍ଡାଶୟରେ ଥିବା ଅଣ୍ଡାଗୁଡ଼ିକ ସମ୍ପୂର୍ଣ୍ଣ ସରିଗଲେ ମହିଳାଙ୍କଠାରେ ଏହି ଅବସ୍ଥା ଅସିଥାଏ। ମୁହଁ ଲାଲ୍ ପଡ଼ି ଗମ୍ଗମ୍ ହୋଇ ଝାଳ ବାହାରିବା, ଚିଡ଼ିଚିଡ଼ା ଲାଗିବା ଓ ଅସହଜ ଅନୁଭୂତ ହେବା, ଭାଜାଇନାଲ୍ ବର୍ଣ୍ଣିଂ ଆଦି ଲକ୍ଷଣ ଏହି ସମୟରେ ଦେଖାଯାଇଥାଏ। ଏହି ଲକ୍ଷଣ ରଜୋନିବୃତ୍ତିର ୧ରୁ ୨ ବର୍ଷ ଆଗରୁ ଓ ୧ରୁ ୨ ବର୍ଷ ପର ପର୍ଯ୍ୟନ୍ତ ଅର୍ଥାତ୍ ପାଖାପାଖି ୫ ବର୍ଷ ଦେଖାଯାଇଥାଏ। ଲକ୍ଷଣ ଅଧିକ ଦେଖାଗଲେ, ଏଥିପାଇଁ ଡାକ୍ତର ଔଷଧ ମଧ୍ୟ ଦେଇଥା’ନ୍ତି।
ପିସିଓଏସ୍ ଏକ ଜୀବନଶୈଳୀଜନିତ ରୋଗ
ଋତୁସ୍ରାବ ସମୟରେ କ୍ଷରିତ ହେଉଥିବା କିଛି ହର୍ମୋନ୍ ଓ ପ୍ରୋଷ୍ଟାଗ୍ଲାଣ୍ଡିନ୍ ଯୋଗୁଁ ଏହି ଯନ୍ତ୍ରଣା ହୋଇଥାଏ। ବିଶେଷ କରି ଋତୁସ୍ରାବର ପ୍ରଥମ ଓ ଦ୍ବିତୀୟ ଦିନରେ ଯନ୍ତ୍ରଣା ସମାନ୍ୟ ଅଧିକ ରହେ। କିନ୍ତୁ ବେେଳବେଳେ ଏହି ଯନ୍ତ୍ରଣା ଅସହ୍ୟ ହୋଇଥାଏ।
/sambad/media/media_files/2025/01/22/giK7Wfk7BSyg0Gip2DFo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)