ନିଜ ବାଡ଼ିରେ ଓସ୍ତ ଗଛଟିଏ ନିଶ୍ଚୟ ଲଗାନ୍ତୁ; ଜାଣନ୍ତୁ ଏହି ଗଛରୁ ମିଳୁଥିବା ଆୟୁର୍ବେଦ, ବୈଜ୍ଞାନିକ ଓ ପୌରାଣିକ ସୁଫଳ

ପୁରାଣରୁ ନେଇ ବିଜ୍ଞାନ ପର୍ଯ୍ୟନ୍ତ ସବୁଠାରେ ଅଶ୍ୱତ୍‌ଥ ଗଛର ସୁଫଳ ବର୍ଣ୍ଣନା କରାଯାଇଛି। ଏହାକୁ କେହି ରୋଗ ଭଲ କରିବା ଉଦେଶ୍ୟରେ ସେବନ କରିଥାନ୍ତି ତ କେହି ଟଙ୍କା ବଢ଼ାଇବା ପାଇଁ ପୂଜା କରିଥାନ୍ତି। ଲୋକମାନଙ୍କର ଏହି ବିଶ୍ୱାସ ପଛରେ କିଛି କାହାଣୀ ମଧ୍ୟ ରହିଛି। ତାହା ନିମ୍ନରେ ଆଲୋଚନା କରାଯାଇଛି।

ଆୟୁର୍ବେଦ: ଓସ୍ତ ପତ୍ରକୁ ବ୍ୟବହାର କରି ବହୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରାଯାଏ। ଏହାର ପତ୍ର, ଛାଲି ଓ ଚେର ସବୁ କିଛି ସ୍ୱାସ୍ଥ୍ୟ ପାଇଁ ହିତକର। ଶ୍ୱାସ, ଜ୍ୱର ଓ ଥଣ୍ଡା ଆଦି ଭଲ କରିବା ପାଇଁ ଓସ୍ତ ପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗରମ କ୍ଷୀରରେ ଓସ୍ତ ପତ୍ରକୁ ବାଟି କରି ଗୋଳାଇ ପିଇବା ଦ୍ୱାରା ଆଖି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଡାଇରିଆ, ଗ୍ୟାସ୍‌ଷ୍ଟ୍ରିକ୍‌ ଆଦି ରୋଗକୁ ମିଶାଇ ପାଖାପାଖି ୫୦ ଟି ରୋଗକୁ ଭଲ କରିପାରିବାର ଗୁଣ ଏହି ପତ୍ର ମଧ୍ୟରେ ରହିଛି।

ବୈଜ୍ଞାନିକ: ଲିମ୍ବ ଓ ତୁଳସୀ ଗଛ ପରି ଓସ୍ତ ଗଛରୁ ମଧ୍ୟ ବହୁଳ ପରିମାଣରେ ଅମ୍ଳଯାନ ନିର୍ଗତ ହୋଇଥାଏ। ଏହି ଗଛ ପାଖରେ ଥିବା ବ୍ୟାକ୍ଟେରିଆ ମାନଙ୍କୁ ମାରି ପକାଏ। ଫଳରେ ଓସ୍ତ ଗଛ ପାଖରେ ପ୍ରବାହିତ ହେଉଥିବା ପବନ ଅପେକ୍ଷାକୃତ ରୋଗମୁକ୍ତ।

ପୌରାଣିକ: ବ୍ରହ୍ମା ପୁରାଣରେ ବର୍ଣ୍ଣିତ ଅଛି ଯେ ମାଆ ଲକ୍ଷ୍ମୀ ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍‌ଥ ଗଛ ମୂଳେ ବସନ୍ତି। ଏଣୁ, ଭଗବଦ୍‌ ବିଶ୍ୱାସୀ ସ୍ତ୍ରୀଲୋକମାନେ ଧନ ପାଇଁ ଶନିବାର ଦିନ ଓସ୍ତ ଗଛକୁ ପୂଜା କରିଥାନ୍ତି।

ସମ୍ବନ୍ଧିତ ଖବର