ଜାଣନ୍ତୁ କେଉଁଠି ଅତର ପକାଇଲେ ବାସ୍ନା ଦୀର୍ଘ ସମୟ ରହେ

ଅତରକୁ ନେଇ ଯୁବପିଢ଼ିଙ୍କ ଭିତରେ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ନୂଆ ନୂଆ ବାସ୍ନା ପ୍ରତି ଯୁବପିଢ଼ିଙ୍କର ସ୍ୱତନ୍ତ୍ର ଆକର୍ଷଣ ଦେଖିବାକୁ ମିଳୁଛି। ବାସ୍ନାକୁ ଯେତିକି ଯେତିକି ଉତ୍ସୁକତା ରହିଛି, ଅତରର ବାସ୍ନା କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ତାହାକୁ ନେଇ ବେଶି ଉତ୍ସୁକତା ଦେଖିବାକୁ ମିଳୁଛି। ସେଥିପାଇଁ କେହି କେହି ହାର୍ଡ ଅତର ନେଉଥିବା ବେଳେ ଆଉ କେହି ଆବଶ୍ୟକରୁ ଅଧିକ ଅତର ବ୍ୟବହାର କରିଥାନ୍ତି। ମାତ୍ର ମନେ ରଖନ୍ତୁ ସେପରି କଲେ ଅତରର ବାସ୍ନା ଦୀର୍ଘ ସମୟ ରହେ ନାହିଁ। କ’ଣ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସ୍ନା ରହିବ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

ଗାଧୋଇ ସାରିବା ପରେ ଶେଷରେ ଗୋଟାଏ ମଗ୍‌ ପାଣିରେ ଆକଶ୍ୟକୀୟ ଅତର ମିଶ୍ରଣ କରାଇ ଦେହରେ ଢାଳି ଦିଅନ୍ତୁ। ତା’ପରେ ପୋଛି ହୋଇ ପୋଷାକ ପିନ୍ଧନ୍ତୁ ଦେଖିବେ ସେଦିନ ସାରା ଦିନ ଆପଣଙ୍କ ଦେହରୁ ଅତର ବାସ୍ନା ଛାଡ଼ିବ ନାହିଁ।

ବଡି ଲୋସନ ତ ଲଗାଉଥିବେ ନିଶ୍ଚୟ। ବଡି ଲୋସନକୁ ପାକୁଲିରେ ନିଅନ୍ତୁ। ସେଥିରେ ଟିକେ ଅତର ସ୍ପ୍ରେ କରି ଶରୀରରେ ଲଗାନ୍ତୁ। ଏମିତି କଲେ ବି ବାସ୍ନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ।

 

ଶରୀରର ଗଣ୍ଠି ମୁଣ୍ଡରେ ଅତର ସ୍ପ୍ରେ କଲେ ବାସ୍ନା ବେଶି ସମୟ ରହିଥାଏ। କହୁଣୀର ଉପର ପାର୍ଶ୍ୱ, ନାଭି, କାନ ତଳ, ଅଣ୍ଟା, ବକ୍ଷ ଆଦି ସ୍ଥାନରେ ଅତର ପକାଇଲେ ସହଜରେ ବାସ୍ନା ଯାଏ ନାହିଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରୁ ସୁଗନ୍ଧ ଆସେ।

ମନେ ରଖନ୍ତୁ ଗାଧୋଇବା ସଙ୍ଗେ ସଙ୍ଗେ ହିଁ ଓଦା ଦେହରେ ଅତର ବ୍ୟବହାର କରିବା ଖୁବ୍‌ ଭଲ। ଏହା ଲୋମ ମୂଳରେ ଭେଦି ଯିବା ହେତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସିଥାଏ।

ସମ୍ବନ୍ଧିତ ଖବର