ମାସିକଧର୍ମରେ ଅନିୟମିତତା ହେଉଛି କି? ହୋଇପାରନ୍ତି ଅନେକ ରୋଗର ଶିକାର, ତୁରନ୍ତ କରନ୍ତୁ ଉପଚାର

ନୂଆଦିଲ୍ଲୀ:  ମାସିକଧର୍ମକୁ ନେଇ ମହିଳାମାନଙ୍କର ଅନେକ ପ୍ରକାରର ସମସ୍ୟା ହୋଇଥାଏ। ଦୀର୍ଘ ଦିନ ଧରି ଏଥିରେ ଅନିୟମିତତା ଦେଖା ଗଲେ ମହିଳାମାନେ ଅନେକ ବଡ଼ ବଡ଼ ରୋଗର ଶିକାର ହୋଇପାରନ୍ତି। ବିଶେଷ କରି ଗର୍ଭଧାରଣ ପାଇଁ ଏହା ଆଦୌ ବି ଶୁଭଙ୍କର ହୋଇ ନଥାଏ। ମାତ୍ର ଚିନ୍ତା କରିବାର କୌଣସି କାରଣ ନାହିଁ, କାହିଁକି ନା ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ନିଶ୍ଚୟ ଅଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଘରୋଇ ଉପଚାର ଦ୍ବାରା ଏପରି ସମସ୍ୟାକୁ ଏଡ଼େଇ ଦେଇ ହେବ।

: ନିୟମିତ ଯୋଗ କିମ୍ବା ବ୍ୟାୟାମ କରିବାର ଅଭ୍ୟାସ କରନ୍ତୁ। କିଛି ନ କରି ପାରିଲେ ସକାଳୁ ଉଠି ଚାଲିବା କିମ୍ବା ଦୌଡ଼ିବା ଖୁବ୍ ଭଲ ହୋଇଥାଏ। ଆପଣ ଏହି ଦୁଇଟିରୁ କେଉଁଟିକୁ ବି କରିପାରନ୍ତି।

: ନିଜ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ମୋଟା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ବିଶେଷ ଦେଖା ଦେଇଥ‌ାଏ। ଆପଣଙ୍କ ଶରୀରରେ ଯଦି ଅନାବଶ୍ୟକୀୟ ଚର୍ବି ରହିଛି ତେବେ ତାହାକୁ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

kayawell

: ମସଲାଯୁକ୍ତ ଖାଦ୍ୟ ଆଦୌ ବି ଖାଆନ୍ତୁ ନାହିଁ। ଅଦା ଖାଇଲେ ଚଳିବ। ମାତ୍ର ତେଲ, ପିଆଜ, ରସୁଣ ଆଦି ଯେତେ କମ୍‌ ଖାଇବେ ସେତେ ଭଲ।

: ସେଓ ଓ ସପୁରୀ ପରି ଫଳ ଯେତେ ଖାଇପାରିବେ ସେତେ ଭଲ। ଏଥିରେ ଥିବା ଭିଟାମିନ୍‌ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟ ହେବ।

: ଯଦି ଆପଣଙ୍କର ରାତି ଅନିଦ୍ରା ଅଭ୍ୟାସ ଅଛି ତେବେ, ତୁରନ୍ତ ପରିତ୍ୟାଗ କରନ୍ତୁ। ମାସିକଧର୍ମ ଅନିୟମିତତାର ଏହା ଏକ ପ୍ରମୁଖ କାରଣ ହୋଇଥାଏ।

ସମ୍ବନ୍ଧିତ ଖବର