ଚିତ୍ରରେ ଥିବା ୯ଟି ଆଖି ମଧ୍ୟରୁ କେଉଁଟି ପ୍ରଥମେ ଭଲ ଲାଗୁଛି ? ଜାଣନ୍ତୁ ଆପଣଙ୍କ ସ୍ୱଭାବ କିପରି

ଆଖି ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ। କେବଳ ଏତିକି ନୁହେଁ, ଜଣଙ୍କ ଆଖିରୁ ଦେଖି ସେ ଖୁସିରେ ଅଛି କି ଦୁଃଖରେ ତାହା ବାରି ହୋଇପଡ଼ିଥାଏ। ତେବେ ଚିତ୍ରରେ ୯ଟି ଭିନ୍ନଭିନ୍ନ ଆଖିର ଚିତ୍ର ଅଛି। ଏହି ଆଖି ମଧ୍ୟରୁ ଆପଣଙ୍କୁ ଯେଉଁ ଆଖି  ପ୍ରଥମେ ଅାକର୍ଷଣ କରିବ, ସେ ଅନୁସାରେ ଜଣାପଡ଼ିବ ଆପଣଙ୍କ ସ୍ୱଭାବ। ଆପଣଙ୍କ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ତାହା ବାରି ହୋଇପଡ଼ିବ।

୧. ଯଦି ପ୍ରଥମ ଆଖିଟି ଚୟନ କରୁଛନ୍ତି ତେବେ ଆପଣ ଜଣେ ଖୋଲା ସ୍ୱଭାବର ବ୍ୟକ୍ତି। ଆପଣଙ୍କ ସହିତ ଯେ କେହି ବି ସହଜରେ ମିଶି ଯାଇଥାଆନ୍ତି। ଏହି ମିଶାଣିଆ ପ୍ରକୃତି ହେତୁ ପ୍ରତ୍ୟେକ ବୟସର ଲୋକଙ୍କ ଭିତରେ ଆପଣ ଅାକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ଥାଆନ୍ତି। କେବଳ ଏତିକି ନୁହେଁ ଲୋକମାନଙ୍କୁ ସାହାଯ୍ୟ କରିବାକୁ ବି ଆପଣ ଖୁବ୍‌ ଭଲ ପାଆନ୍ତି।

୨. ଆପଣଙ୍କ କଠିନ ପରିଶ୍ରମ କରିଥାଆନ୍ତି ଏବଂ ଯାହା କହନ୍ତି ସିଧାସଳଖ କହିଥାଆନ୍ତି। ଅନ୍ୟଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ କରୁଥିବା ପ୍ରୟାସ ସତରେ ଆଶ୍ଚର୍ଯ୍ୟଜନକ। ଯେତେବଡ଼ ଅସୁବିଧାରେ ପଡ଼ିଥିଲେ ବି ସବୁବେଳେ ସଠିକ୍‌ ବିଚାର ଆପଣ କରି ଥାଆନ୍ତି। କୌଣସି କାମକୁ ପୂରା କରିବା ପାଇଁ ଆପଣ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥାଆନ୍ତି।

୩. ଆପଣଙ୍କ ଅତୀତ ଖୁବ୍‌ ଦୁଃଖଦାୟକ ରହିଥିଲା। ଯାହାକି ଆପଣଙ୍କୁ ମଜବୁତ ବନାଇ ଦେଇଛି। ଆପଣ ଅନ୍ୟମାନଙ୍କୁ ଏତେ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ। ଏଥିପାଇଁ ବହୁ ସମୟ ନେଇ ଥାଆନ୍ତି। ଅତୀତର ଦୁଃଖକୁ ଆପଣ ବର୍ତ୍ତମାନ ଜୀବନରେ ଆଦୌ ମନେ ପକାଇବାକୁ ଚାହାନ୍ତି ନାହିଁ।

୪. ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ଆପଣଙ୍କୁ କିଛି ଲୋକ ଦାର୍ଶନିକ ବି କହିଥାଆନ୍ତି। ଖାଲି ସମୟରେ ଆପଣ କୌଣସି ଜିନିଷର ଅର୍ଥକୁ ଗଭୀରତା ସହ ବୁଝିବାକୁ ଚେଷ୍ଟା କରି ଥାଆନ୍ତି। ଜୀବନରେ ଯେତେ ବି କଠିନ ମୁହୂର୍ତ୍ତ ଆସୁ ତାହାକୁ ସୁଧାରିବା ପାଇଁ ଆପଣଙ୍କ ପାଖରେ କ୍ଷମତା ରହିଛି।

୫. ଆପଣଙ୍କ ଖୁବ୍‌ ରହସ୍ୟମୟ ହୋଇଥାଆନ୍ତି। ଲୋକମାନେ ଆପଣଙ୍କୁ ସହଜରେ ବୁଝି ପାରି ନ ଥାଆନ୍ତି। ଆପଣଙ୍କ ମନ ନିର୍ମଳ ଯାହା କହିଥାଆନ୍ତି ସିଧାସଳଖ କହିଥାଆନ୍ତି ଓ ଉଚ୍ଚ ଆକାଂକ୍ଷା ରଖି ଥାଆନ୍ତି।

୬. ଆପଣ ଜଣେ ସମ୍ଭେଦନଶୀଳ ଓ ବିଚାରଶୀଳ ବ୍ୟକ୍ତିତ୍ୱ ଅଟନ୍ତି। ଆପଣଙ୍କୁ ଯେଉଁମାନେ ଅଣଦେଖା କରି ଥାଆନ୍ତି ସେମାନଙ୍କୁ ବି ଆପଣ ଦୃଷ୍ଟିରେ ରଖି ଥାଆନ୍ତି। ଆପଣ ଯେଉଁ ଲୋକଙ୍କୁ ଥରେ ଦେଖି ଥାଆନ୍ତି ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ମନେ ରଖି ଥାଆନ୍ତି।

୭. ଆପଣ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏକି ପ୍ରତ୍ୟେକ କ୍ଷେତ୍ରରେ ପୂର୍ଣ୍ଣତା ଆଶା ରଖିଥାଏ। ଯେ କୌଣସି କ୍ଷେତ୍ରରେ ଆପଣ ମୁଖ୍ୟଭୂମିକା ନେଇ କାମ ଖୁବ୍‌ ସଚ୍ଚୋଟତାର ସହ ନିଭାଇ ଥାଆନ୍ତି। ଆପଣ ଜଣେ ଭଲ ପରାମର୍ଶଦାତା।

୮. ପ୍ରଥମ ଦେଖାରେ ହିଁ ଲୋକମାନେ ଆପଣଙ୍କ ସ୍ୱତନ୍ତ୍ରତାକୁ ଚିହ୍ନି ନେଇ ଥାଆନ୍ତି। କିଛି ଲୋକ ଆପଣଙ୍କୁ ପାଗଳ ବୋଲି ଭାବି ଥାଆନ୍ତି। ଆପଣ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏକି ପରମ୍ପରାର ପାଳନ କରନ୍ତି ନାହିଁ। ଜୀବନର ରାସ୍ତା ନିଜେ ବନାଇ ଥାଆନ୍ତି।

୯. ଆପଣ ଲୋକମାନଙ୍କୁ ବହୁତ ବାଛି ଥାଆନ୍ତି। କହିବାକୁ ଗଲେ ଆପଣ ଲୋକମାନଙ୍କୁ କବିତା ଭଳି ପଢ଼ି ଦେଇ ଥାଆନ୍ତି।

ସମ୍ବନ୍ଧିତ ଖବର