ମୁହଁରେ ବ୍ରଣ ବାହାରିବାର କାରଣ ଜାଣନ୍ତୁ

ବାହାରେ ବୁଲିବା: ବହୁ ସମୟ ଧରି ବାହାରେ ବୁଲିବା ଦ୍ୱାରା ମୁହଁରେ ବ୍ରଣ ବାହାରେ। ଖାଦ୍ୟ, ଜଳ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏ ପରି ହୁଏ। ପରିବେଶ ପ୍ରଦୂଷଣ ବି ବ୍ରଣର ଏକ କାରଣ। ଏସବୁ ଦ୍ୱାରା ତ୍ୱଚାର ତୈଳଗ୍ରନ୍ଥିରୁ ଅତ୍ୟଧିକ ତୈଳ ନିର୍ଗତ ହୁଏ ଏବଂ ବ୍ରଣ ଉଠେ।

କେଶ ବିନ୍ୟାସ: ବଜାରରେ ମିଳୁଥିବା ଶସ୍ତା କେଶ ପ୍ରସାଧନ ସାମଗ୍ରୀର ବ୍ୟବହାର ଦ୍ୱାରା ବ୍ରଣ ଭୟ ରହିଛି। କାରଣ ଅଧିକାଂଶ ସମାଗ୍ରୀ ତେଲିଆ ଓ ବହଳିଆ। ରାତିରେ ବ୍ୟବହାର ଦ୍ୱାରା ଅସାବଧାନତାବଶତଃ ବାରଂବାର କେଶରେ ହାତ ବାଜେ ଏବଂ ହାତ ମୁହଁ ସଂସ୍ପର୍ଶରେ ଆସିଲେ ବ୍ରଣ ଉଠେ। କେଶ ପ୍ରସାଧନ ପାଇଁ ପ୍ରାକୃତିକ ସମାଗ୍ରୀ ଭଲ।


ଟୁଥ୍‌ପେଷ୍ଟ୍‍: ଦାନ୍ତ ଘଷିବା ବେଳେ ମୁଖରୁ ଫେଣ ବାହାରି ବେଳେବେଳେ ମୁହଁରେ ଲାଗିଯାଏ। ଏହା ଦ୍ୱାରା ବ୍ରଣ ଆଶଙ୍କା ଥାଏ। କାରଣ ଟୁଥ୍‌ପେଷ୍ଟ୍‍ରେ ମିଶୁଥିବା କିଛି ରାସାୟନିକ ତ୍ୱଚାରେ ବ୍ରଣ ସୃଷ୍ଟି କରାଏ।

ବାରମ୍ବାର ମୁହଁରେ ହାତମାରିବା: ହାତ ହିଁ ସବୁଠାରୁ ଅଧିକ ଜୀବାଣୁ ସଂସ୍ପର୍ଶରେ ଆସିଥାଏ ଏବଂ ବାରମ୍ବାର ମୁହଁରେ ହାତ ମାରିବା ଦ୍ୱାରା ସେଗୁଡ଼ିକ ତ୍ୱଚାକୁ ଚାଲିଆସନ୍ତି। ଏହା ଦ୍ୱାରା ଲୋମକୂପଗୁଡ଼ିକର ମୁହଁ ବନ୍ଦ ହୋଇଯିବା ଦ୍ୱାରା ବ୍ରଣ ଉଠେ।

ମୋବାଇଲ୍‌ ଫୋନ୍‌: ଅଧିକ ସମୟ ଧରି ମୋବାଇଲ୍‌ ଫୋନ୍‌କୁ ଗାଲରେ ଚାପିରଖି କଥା ହେବା ଦ୍ୱାରା ତ୍ୱଚା ତୈଳାକ୍ତ ହୁଏ ଏବଂ ମୋବାଇଲ୍‌ରେ ଲାଗିଥିବା ଜୀବାଣୁ ସହିତ ମିଶି ତ୍ୱଚାରେ ବ୍ରଣ ସୃଷ୍ଟି କରାଏ। ପ୍ରତି ଥର କଥା ହେବା ପୂର୍ବରୁ ଟିସୁ ପେପର୍‌ରେ ପୋଛି କଥା ହେବା ନିରାପଦ।

ସମ୍ବନ୍ଧିତ ଖବର