ଏସବୁ ଜିନିଷ ଶେଯ ତଳେ ରଖିଲେ , ଜାଣନ୍ତୁ ସମସ୍ୟାରୁ ମୁକ୍ତି ପାଇବେ ..

ଅନେକ ସମୟରେ ଆମେ ବିଭିନ୍ନ ସମସ୍ୟାରେ ପଡ଼ିଥାଉ, ଯାହାକୁ ନେଇ ଚିନ୍ତିତ ଥାଉ । ଏଭଳି ସମୟରେ ଭାଗ୍ୟ ଆମର ସାଥ୍‌ ଦେଇ ନ ଥାଏ ବୋଲି ଆମେ ମନେ କରୁ । ତା’ଛଡ଼ା ସମସ୍ୟାର ସାମ୍ନା କରିବା ଲାଗି ସାହସ ମଧ୍ୟ ଜୁଟାଇ ପାରିନଥାଉ । ଏଭଳି ପରିସ୍ଥିତିରେ ଆପଣ ନିମ୍ନ ମତେ କେତୋଟି ଉପାୟ କରିଥିଲେ ନିଶ୍ଚିତ ସୌଭାଗ୍ୟପ୍ରାପ୍ତ କରିବେ ଓ ସମସ୍ୟାରୁ ମୁକ୍ତ ହେବେ ବୋଲି କୁହା ଯାଇପାରେ । ଏହି ସବୁ ଜିନିଷ ଆପଣ ନିଜ ଶେଯ ତଳେ ରଖିଲେ ଜାଣନ୍ତୁ ସମସ୍ୟାରୁ ମୁକ୍ତି ପାଇବେ ..

-ଅଖଣ୍ଡ ସୌଭାଗ୍ୟ: ଯଦି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହାଁନ୍ତି , ତେବେ ଆପଣ ନିଜର ଶେଯରେ ଥିବା ତକିଆ ତଳେ ରୂପାରେ ତିଆରି ଦୁଇଟି ମାଛ ରଖନ୍ତୁ । ଯଦି ଆପଣ ଏକ ରୂପା ପାତ୍ର ରେ ମଧ୍ୟ ଯୁଗଳ ମାଛଙ୍କୁ ରଖିବେ, ତେବେ ଅନୁରୂୂପ ଲାଭ ପାଇବେ ।
ସାହସ ସଞ୍ଚାର ପାଇଁ: କୌଣସି ସମସ୍ୟାର ସାମ୍ନା କରିବା ପାଇଁ ଯଦି ଆପଣ ନିଜ ଭିତରେ ସାହସ ସଞ୍ଚାର କରିବା ପାଇଁ ଚାହାଁନ୍ତି, ତେବେ ନିଜର ତକିଆ ତଳେ ସୁନା କିମ୍ବା ରୂପା ଅଳଙ୍କାର ରଖନ୍ତୁ । ଏହା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଦୋଷ ଦୂରେଇ ଯିବ ।
-ଇଚ୍ଛା ଶକ୍ତିକୁ ଦୃଢୀଭୂତ କରିବା ପାଇଁ : ଶୋଇବା ଖଟ ତଳେ ଏକ ରୂପା ପାତ୍ରରେ ପାଣି ଭର୍ତ୍ତି କରି ରଖିଲେ ବା ନିଜର ତ୍ୱଚାକୁ ସ୍ପର୍ଶ କରୁଥିବା ରୂପା ଅଳଙ୍କାର ପିନ୍ଧିଲେ, ଇଚ୍ଛା ଶକ୍ତି ଦୃଢୀଭୂତ ହୋଇଥାଏ ।

                                                                       photo-speakingtree
– ସୁଖଦାୟକ କ୍ରୋଧ: ଖଟ ତଳେ ଅଥବା ପାଖରେ ତମ୍ବା ପାତ୍ରରେ ପାଣି ଭରି ରଖିଲେ , କିମ୍ବା ତକିଆ ତଳେ ରକ୍ତ ଚନ୍ଦନ କାଠ ରଖିଲେ ସୁଖଦାୟକ କ୍ରୋଧ ମିଳିଥାଏ ।
-କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ: ନିଜ ଖଟ ତଳେ ୨୧ ଦିନ ଯାଏଁ ଏକ ଲୁହା ପାତ୍ରରେ ପାଣି ରଖିଲେ, କିମ୍ବା ତକିଆ ତଳେ ନୀଲମ୍‌ ରତ୍ନ ରଖିଲେ କୁଦୃଷ୍ଟିରୁ ରକ୍ଷା ପାଇପାରିବେ ।

ସମ୍ବନ୍ଧିତ ଖବର