ଆପଣ ଜାଣନ୍ତି କି ଆମ ହାତରେ ୨୭ଟି ହାଡ଼, ୨୯ଟି ଯୋଡ଼ା ମୁଣ୍ଡ ଏବଂ ୧୨୩ଟି ସ୍ନାୟୁ ରହିଛି। ଯେଉଁଥି ପାଇଁ ଆମେ ଆମ ହାତକୁ ଠିକ୍ ଭାବେ ସଂଚାଳନ କରିବା ସହ ସବୁ କାର୍ଯ୍ୟ ସହଜରେ କରିପାରୁଛନ୍ତି। ଆଜି ଆମେ ହାତ ସଂପର୍କରେ ଆଉ ଏକ କଥା କହିବୁ। ତେବେ ଜାଣନ୍ତୁ ହାତର ଆକୃତିରୁ କିପରି ବ୍ୟକ୍ତିର ବ୍ୟକ୍ତିତ୍ୱ ଜାଣିବା।
ଛୋଟ ହାତ: ଏମାନେ ଟିକେ ନାଟକୀୟ। ସଂପର୍କକୁ ମଜବୁତ୍ କରିବା ପାଇଁ ସାମାନ୍ୟ ନାଟକର ସହାୟତା ନିଅନ୍ତି। ଅର୍ଥ ଅପେକ୍ଷା ସଂପର୍କକୁ ବେଶି ଗୁରୁତ୍ୱ ଦିଅନ୍ତି ଏମାନେ।
ବଡ଼ ହାତ: ଏମାନେ ଖୁବ୍ ସତର୍କ ଶ୍ରେଣୀର। ପ୍ରତ୍ୟେକ କାର୍ଯ୍ୟକୁ ଠିକ୍ ଭାବେ ସଂପାଦନା କରିବାକୁ ଚାହାନ୍ତି। ଏମାନେ ଜୀବନରେ ଗୁଡ଼ାଏ ଭଲ କାର୍ଯ୍ୟ କରନ୍ତି। ଏମାନେ ଟିକେ ସୂଷ୍ମ ମଧ୍ୟ।
ଚାରିକୋଣିଆ ହାତ: ଚାରିକୋଣିଆ ଆକୃତିର ହାତ ଯାହାର ସେମାନେ ଭାରି ତର୍କ ଉପରେ ବିଶ୍ୱାସ କରନ୍ତି। ତର୍କ ବିହୀନ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ଗଣିତରେ ଖୁବ୍ ଭଲ।
କ୍ଷୁଦ୍ର ଆଙ୍ଗିଠି ଥିବା ହାତ: ଯେଉଁମାନଙ୍କ ହାତର ଆଙ୍ଗୁଠି ଖୁବ୍ ସାନ ସେମାନେ ବିଶ୍ୱସ୍ଥ। ସେମାନେ ନିଜେ ଯେପରି ବିଶ୍ୱସ୍ଥ ଅନ୍ୟଠୁ ବି ସେମିତି ବିଶ୍ୱାସ ଚାହାନ୍ତି।
ଲମ୍ବା ଆଙ୍ଗୁଠି ଥିବା ହାତ: ଯେଉଁମାନଙ୍କ ହାତର ଆଙ୍ଗୁଠି ଖୁବ୍ ଲମ୍ବା ସେମାନଙ୍କ ଦ୍ୱାରା ଲୋକେ ଖୁବ୍ ପ୍ରଭାବିତ ହୁଅନ୍ତି। ଭାରି ସାମାଜିକ ଏମାନେ।