ସୁସ୍ଥ ରହିବାକୁ ଚାହାନ୍ତି କି? ଘର ପାଖରେ ଲଗାନ୍ତୁ ଏହି ସବୁ ଗଛ

ଯେତେବେଳେ ବିଜ୍ଞାନର ଅବିର୍ଭାବ ହୋଇନଥିଲା, ଯେତେବେଳେ ଡାକ୍ତରୀ ବିଦ୍ୟା ସେତେ ଆଗେଇ ନଥିଲେ ସେ ସମୟରେ କ’ଣ ଲୋକେ ରୋଗର ନିରାକରଣ କରୁନଥିଲେ? ଅବଶ୍ୟ କରୁଥିଲେ। ଏବେ ଯେଉଁ ସବୁ ରୋଗ ପାଇଁ ଔଷଧ ଉପରେ ନିର୍ଭର କରିବାକୁ ପଡୁଛି ସେତେବେଳେ ଗଛବୃକ୍ଷ ହିଁ ସେ କାମ ତୁଲାଉଥିଲ। ଆମ ଚାରିପାଖରେ ଥିବା ଗଛଗୁଡ଼ିକର ଗୁଡ଼ାଏ ସୁଗୁଣ ରହିଛି। ତାହା ଜାଣିକରି ବ୍ୟବହାର କରିପାରିଲେ ହେଲା। ଚାଲନ୍ତୁ ଆଜି ସେପରି କିଛି ଆବଶ୍ୟକୀୟ ଗଛ ବିଷୟରେ ଆଲୋଚନା କରିବା, ଯାହାକୁ ନିଜ ବାଡ଼ି କିମ୍ବା ବଗିଚାରେ ଲଗାଇଲେ ବିଭିନ୍ନ ରୋଗର  ନିରାକରଣ ବିନା ଔଷଧରେ ହୋଇପାରିବ।

ଅଧିକାଂଶ ଭାରତୀୟଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ। ଏହି ଗଛ ବିଶେଷ ଜାଗା ବି ନିଏ ନାହିଁ।  ଏହା ଘର ବାହାରର କେଉଁ ବି କୋଣରେ, ଟିକିଏ ଜାଗାରେ ଲାଗିଯାଇ ପାରେ। ଏହି ଗଛ ଘର ପାଖରେ ରହିଲେ କୀଟାଣୁ ମରିଯାଏ, ଘରକୁ ସୁଗନ୍ଧ ଆସେ। ଏହା ଛଡ଼ା ତୁଳସୀ ପତ୍ର ଖାଇଲେ ଥଣ୍ଡା ଛାଡ଼ିଯାଏ। ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଏହି ପତ୍ର ଖୁବ୍‌ ଭଲ।

ଆପଣ ନିଜ ଘରପାଖରେ ପୁଦିନା ଗଛ ବି ଲଗାଇ ପାରିବେ। ଏହି ଗଛ ଖୁବ୍‌ ଶୀଘ୍ର ବଡ଼ ହୋଇଥାଏ। ଗଛ ଲଗାଇବାର ମାତ୍ର ୨-୩ ଦିନ ଭିରେ ଏହା ସବଳ ହୋଇ ବଢ଼ିବା ଆରମ୍ଭ କରେ। ଏହା ତୁଳସୀ ପତ୍ରଠାରୁ ବି ଅଧିକ ମହକ ଦେଇଥାଏ। ପୁଦିନା ପତ୍ରକୁ ଆପଣ ଚଟଣି କରି ଖାଇପାରିବେ, ଫଳର ପାଚନ ଶକ୍ତି ମଜବୁତ ହୋଇଥାଏ। ପେଟ ଥଣ୍ଡା କରିବା ପାଇଁ ଏହା ଖୁବ୍‌ ଭଲ କାମ ଦେଇଥାଏ।

ଆପଣ ତୁଳସୀ ଓ ପୁଦିନା ବ୍ୟତୀତ ଘରେ ଧନିଆ ବି ଲଗାଇପାରନ୍ତି। ଧନିଆ ପତ୍ରର ଚଟଣି ଅଧିକାଂଶ ଲୋକଙ୍କ ପ୍ରିୟ ହୋଇଥାଏ। ଧନିଆ ପତ୍ର ଖାଇଲେ ଥଣ୍ଡା ଓ ଥାଇରଏଡ୍‌ ଉପରେ ନିୟନ୍ତ୍ରଣ ରଖାଯାଇ ପାରେ।

ଏହି ଗଛଗୁଡ଼ିକ ବ୍ୟତୀତ ଆପଣ ଘରେ ଭ୍ରୁଷଙ୍ଗ ଗଛ ନିଶ୍ଚୟ ଲଗାନ୍ତୁ। ଏହାକୁ ଆପଣ ଡାଲି, ତରକାରି, ଉପମା ଆଦି ବିଭିନ୍ନ ଖାଦ୍ୟାରେ ପ୍ରୟୋଗ କରିପାରିବେ। ଏହି ଗଛ ଲାଗଇବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ।

ସମ୍ବନ୍ଧିତ ଖବର