ପୁଦିନା ପତ୍ରର ବ୍ୟବହାର ପ୍ରତି ଘରେ କରାଯାଇଥାଏ । ଖାସ୍‌ କରି ଚଟଣି ତିଆରି କରିବା ପାଇଁ ଘରଣୀମାନେ ପୁଦିନା ପତ୍ରକୁ ବ୍ୟବହାର କରିଥାନ୍ତି । ଖାଲି ସ୍ୱାଦ ପାଇଁ ନୁହେଁ, ପେଟ ଜନିତ ସମସ୍ୟାକୁ ମଧ୍ୟ ପୁଦିନାର ଜୁସ୍‌ ଦୂର କରିଥାଏ । ଏଥିରେ ପୋଟାସିୟମ,ମ୍ୟାଗ୍ନେସିୟମ,ଆଇରନ,କ୍ୟାଲ୍‌ସିୟମ,ଫସ୍‌ଫରସ୍‌ ଏବଂ ଭିଟାମିନ୍‌ ସି ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି ପୁଦିନା ପତ୍ର ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ ସତେଜ ରଖିଥାଏ । ଏହା ସହ ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ । ଆଜି ଆମେ ପୁଦିନା ପତ୍ରରୁ ତ୍ୱଚାକୁ କେଉଁ ସବୁ ଲାଭ ମିଳିଥାଏ ସେ ବିଷୟରେ ଜଣାଇବୁ ।

Advertisment

୧. ଯଦି ଧୂଳି ଏବଂ ପ୍ରଦୂଷଣ ପାଇଁ ଆପଣଙ୍କ ବେକ କଳା ହୋଇ ଯାଇଛି, ତେବେ ଏହି କଳା ଦାଗକୁ ଦୂର କରିବା ପାଣି ପୁଦିନା ପାଣି ବ୍ୟବହାର କରନ୍ତୁ । ଏହା ନ୍ୟାଚୁରାଲ ଟୋନରର କାମ କରିଥାଏ । ପୁଦିନା ପାଣିକୁ ତୁଳା ସାହାଯ୍ୟରେ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଦୁଇ ସପ୍ତାହ ଏପରି କରିବା ଦ୍ୱାରା ଆପଣମାନେ ଫରକ୍‌ ଜାଣି ପାରିବେ ।

୨. ପୁଦିନାରେ ଆଣ୍ଟି-ଅକ୍ସିଡ଼ାଣ୍ଟର ଗୁଣ ଭରପୂର ପରିମାଣରେ ରହିଥାଏ । ଯଦି ଆପଣ ପୁଦିନାକୁ କିଛି ସମୟ ଫୁଟାଇ ତାହାର ପାଣିକୁ କେଶ ଧୋଇବାରେ ବ୍ୟବହାର କରନ୍ତି । ତେବେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ ।
୩. ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରି ସେଥିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଗାଧୋଇବା ସମୟରେ ପୁଦିନାର ପତ୍ର ସେଥିରେ ପକାଇ ଗାଧାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ନ ବାହାରିବା ସହ ସାରା ଦିନ ଆପଣ ସତେଜ ଅନୁଭବ କରିବେ ।