ଅଧିକାଂଶ ଲୋକଙ୍କ ଜନ୍ମ ସମୟରେ ସେମାନଙ୍କ ଦେହରେ କୌଣସି ନା କୌଣସି ଅଙ୍ଗରେ ବିଶେଷ ଚିହ୍ନ ଥାଏ। ଏହି ଚିହ୍ନରୁ ମଧ୍ୟ ମଣିଷର ଭବିଷ୍ୟତ ଜାଣିବାକୁ ମିଳିଥାଏ।
ଯଦି କୌଣସି ଲୋକର ଜନ୍ମ ଚିହ୍ନ ଥାଏ, ତେବେ ସେ ଠିକ୍ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଯଦିଓ ଆପଣ ଖୁବ୍ ପ୍ରତିଭାବାନ୍, ମାତ୍ର ନିଜର କ୍ଷମତାର ପ୍ରୟୋଗ ଠିକ୍ ଭାବେ କରିପାରନ୍ତି ନାହିଁ।
ଯଦି ବାମ କାନ୍ଧରେ କୌଣସି ଜନ୍ମ ଚିହ୍ନ ଥାଏ, ତେବେ ଆପଣ ଆର୍ଥିକ ଅନାଟନ ଭିତରେ ଗତି କରିବେ, କିନ୍ତୁ ଯଦି ଡାହଣ କାନ୍ଧରେ ଜନ୍ମ ଚିହ୍ନ ଥାଏ, ତେବେ ଆପଣଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ।
ଯଦି ବାମ ଛାତିରେ କୌଣସି ଜନ୍ମ ଚିହ୍ନ ଥାଏ, ତେବେ ଆପଣ ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ପାଇବେ। ଅପର ପକ୍ଷରେ ଯଦି ଛାତିର ମଝିରେ ଜନ୍ମ ଚିହ୍ନ ଥାଏ, ତେବେ ଆପଣଙ୍କୁ ପୈତୃକ ଭାଗ୍ୟ ମିଳିବ ନାହିଁ। ଯଦି ଛାତିର ଦକ୍ଷିଣ ଭାଗରେ ଜନ୍ମ ଚିହ୍ନ ଥିବ, ତେବେ ବ୍ୟକ୍ତି ଭାଗ୍ୟବାନ ଓ ଧନୀ ହୋଇଥାଏ।
ଯଦି ଆପଣଙ୍କ ହାତ ବା ଆଙ୍ଗୁଠିରେ କୌଣସି ଜନ୍ମ ଚିହ୍ନ ଥାଏ, ତେବେ ଆପଣ ସ୍ୱାଧୀନ ଭାବେ ରହିବାକୁ ପସନ୍ଦ କରନ୍ତି। ଯଦି ନାକରେ ଜନ୍ମ ଚିହ୍ନ ଥାଏ, ତେବେ ଜାଣନ୍ତୁ ଆପଣ ଜଣେ ସୃଜନଶୀଳ ଓ କଳାକାର ପ୍ରବୃତ୍ତିର ମଣିଷ ହେବେ।
ଯଦି ମଣିଷର ବାମ ଗାଲରେ କୌଣସି ଜନ୍ମ ଚିହ୍ନ ଥାଏ, ତେବେ ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। କିନ୍ତୁ ଯଦି ଡାହଣ ଗାଲରେ ତାହା ଥାଏ, ତେବେ ଆପଣ ଜଣେ ପିପାସୁ ମଣିଷ ହେବେ।
photo-speaking tree
ଯଦି ପାଦରେ ଜନ୍ମ ଚିହ୍ନ ଥାଏ, ତେବେ ଆପଣ ଭ୍ରମଣ ପ୍ରିୟ ହେବେ ଓ ନୂଆ କିଛି କରିବା ପାଇଁ ଚାହିଁବେ। ଯଦି ଥୋଡ଼ିରେ ଜନ୍ମ ଚିହ୍ନ ଥାଏ, ତେବେ ଆପଣ କ୍ଷଣକୋପୀ।