ପରିବାମାନଙ୍କ ମଧ୍ୟରେ ରାଜା ବୋଲାଉଥିବା ଆଳୁ ଏପରି ଏକ ପରିବା ଅଟେ,ଯାହାକି ପ୍ରତ୍ୟେକ ଘରେ ମିଳିଥାଏ।ଏହା ଆମ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ହେଲେ କ’ଣ ଆପଣ ଜାଣନ୍ତି କି ନା ଯେ କେବଳ ଆଳୁ ଚୋପାରେ ମଧ୍ୟ ଅନେକ ଚମତ୍କାରୀ ଗୁଣ ରହିଛି , ଯାହାକି ବ୍ୟକ୍ତିକୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାଠାରୁ ଦୂରେଇ ରଖିବାରେ ବିଶେଷ ସହାୟକ ହୋଇଥାଏ। ତେଣୁ ଆପଣ ଆଗକୁ ଆଳୁ ଚୋପାକୁ ଡଷ୍ଟବିନ୍ରେ ଫୋପାଡିବା ପୂର୍ବରୁ ଥରୁଟିଏ ନିଶ୍ଚୟ ଭାବନ୍ତୁ । ଏବେ ହୁଏତ ଆପଣଙ୍କ ମୁଣ୍ଡକୁ ଗୋଟାଏ ଚିନ୍ତା ନିଶ୍ଚିତ ଭାବେ ଆସୁଥାଇପାରେ ଯେ, ଆଳୁର ଚୋପାକୁ ଆମେ କିଭଳି ଖାଇବା?ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁକି ଆପଣ ଆଳୁର ଚୋପାକୁ ଫୁଟାଇ କରି ବ୍ୟବହାର କରନ୍ତୁ। ଯାହାକୁ ଶୁଣିଲାପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିପାରେ! ହେଲେ ଥରୁଟିଏ ଆପଣ ଏହାକୁ ପ୍ରୟୋଗ କରି ନିଶ୍ଚିନ୍ତ ଦେଖନ୍ତୁ। ଦେଖିବେ ଆପଣଙ୍କୁ ଏହାକୁ ଖାଇବାକୁ ଆଦୌ ଖରାପ ଲାଗିବ ନାହିଁ।
ତେବେ ଏବେ ଆସନ୍ତୁ ଜାଣିବା ଆଳୁର ଚୋପା ଖାଇଲେ କ’ଣ କ’ଣ ଫାଇଦା ମିଳିଥାଏ...
/sambad/media/post_attachments/wp-content/uploads/2018/12/potato-peels.jpg)
୧-ଶରୀରକୁ ଦେଇଥାଏ ଶକ୍ତି:-ଭିଟାମିନ୍ ବି-୩ ରେ ଭରପୁର ରହିଥିବା ଆଳୁ ଚୋପାରେ ଶକ୍ତି ଯୋଗାଇବାର କ୍ଷମତା ରହିଥାଏ। କେବଳ ଯେ ଏତିକି ତାହା ନୁହେଁ,ବରଂ ଏଥିରେ ରହିଥିବା ନୈସିନ୍ ଯୋଗୁଁ ଏହା କାର୍ବୋଜକୁ ଏନର୍ଜିରେ ବଦଳାଇଦେଇଥାଏ।
୨-ଫାଇବରରେ ହୋଇଥାଏ ଭରପୁର:- ଏହା ତ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଥିବ ଯେ, ଆମ ଶରୀର ଲାଗି ଫାଇବର ବହୁତ ମାତ୍ରାରେ ଆବଶ୍ୟକ ହୋଇଥାଏ। ଆପଣଙ୍କ ଲାଗି ଜଣାଉଛୁ କି ଆଳୁ ସହିତଏହାର ଚୋପାରେ ମଧ୍ୟ ବହୁତ ମାତ୍ରାରେ ଫାଇବର ମଜଭୁତ୍ ହୋଇ ରହିଥାଏ, ଯାହାକି ବ୍ୟକ୍ତିର ହଜମ କ୍ରିୟାକୁ ସମୃଦ୍ଧ କରିବାରେ ଅତ୍ୟନ୍ତ ସହାୟକ କରିଥାଏ।
୩-ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ :-ସାଧାରଣତଃ ଆଳୁର ଚୋପାରେ ପୋଟାସିଅମ୍ର ମାତ୍ରା ଅଧିକ ରହିଥିବା କାରଣରୁ ଏହା ଆମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।
/sambad/media/post_attachments/wp-content/uploads/2018/12/Peel-Potatoes-3.jpg)
୪- ଏନିମିୟା ସମସ୍ୟାଠାରୁ ରକ୍ଷା କରିଥାଏ:- ଯଦି ଆପଣଙ୍କ ଶରୀରରେ ଆଇରନ୍ର ମାତ୍ରା କମ୍ ରହିଥାଏ ,ତେବେ ଏହି ପରିସ୍ଥିତରେ ଆପଣଙ୍କ ଲାଗି ଆଳୁର ଚୋପା ବହୁତ ହିଁ ଲାଭକାରୀ ଅଟେ।କାରଣ ଆଳୁ ଚୋପାରେ ଆଇରନ୍ ର ମାତ୍ରା ଅଧିକ ରହିଥିବା ଯୋଗୁଁ ଏହା ଏନିମିୟା ହେବାର ସମସ୍ୟାଠାରୁ ଆମକୁ ରକ୍ଷା କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/potato-500x500.jpg)