ନିଦ ନ ହେବା କାରଣ ହେଉଛି ଚିଡ଼୍‍ଚିଡ଼୍‍ ହେବା, ରାଗିବା, ଅଧକପାଳି ଓ ମୁଣ୍ଡବିନ୍ଧା, ଏହି ସବୁ ପ୍ରାଣାୟମ ଦ୍ୱାରା ନିଶ୍ଚିତ ରୂପେ ଆରାମ ପାଆନ୍ତୁ

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୭୨ ପ୍ରତିଶତ ଭାରତୀୟଙ୍କର ରାତିରେ ୩ ରୁ ୪ ଥର ନିଦ ଭାଙ୍ଗିଯାଏ।

 

୮୭ ପ୍ରତିଶତ ଲୋକ ଏହା ମାନିଲେ ଯେ, ନିଦ ନ ହେବାରୁ ସ୍ୱାସ୍ଥ ଖରାପ ହେଉଛି।

 

ଜୀବନରେ ସମସ୍ତ ବ୍ୟକ୍ତି କେବେ ନା କେବେ ଅନିଦ୍ରା ସମସ୍ୟା ପାଇଁ ଚିନ୍ତିତ ହୋଇଥା’ନ୍ତି। ସମ୍ପୂର୍ଣ୍ଣ ନିଦ ନ ହେବା ଯୋଗୁଁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ, ଯେମିତି କି –ଚିଡ଼୍‍ଚିଡ଼୍‍ ହେବା, ରାଗିବା, ମୁଣ୍ଡବିନ୍ଧା, ଅଧକପାଳି ଓ ଅନେକ ପ୍ରକାର ମାନସିକ ବିଶୃଙ୍ଖଳା ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଓ ସମ୍ପୂର୍ଣ୍ଣ ସୁନିଦ୍ରା ପାଇବା ପାଇଁ ପ୍ରାଣାୟମ ଏକ ଭଲ ଉପାୟ ହୋଇ ପାରିଛି।

 

ଉଦ୍ଧୋଷ ପ୍ରାଣାୟମ
ଉଦ୍ଧୋଷ ପ୍ରାଣାୟମ: ଆସନରେ ବସି ଅ, ଉ, ମ ମିଶାଇ ‘ଓଁ’ ଉଚ୍ଚାରଣ କରନ୍ତୁ। ଜାଣିଥା’ନ୍ତୁ ଯେ ‘ଓଁ’ ୩ଟି ଶବ୍ଦର ସନ୍ଧିରେ ତିଆରି ହୋଇଛି। ଧ୍ୟାନ ସହକାରେ ‘ଅ’ରେ ମୁହଁ ପୂରା ଖୋଲା ରହିବ, ‘ଉ’ରେ ଅଧା ଓ ‘ମ’ରେ ପୂରା ବନ୍ଦ ରହିବ। ଏହାକୁ ପ୍ରତିଦିନ କଲେ ମନ ଶାନ୍ତ ରହେ ଓ ନିଦ ଭଲ ହୋଇଥାଏ।

ଭ୍ରମରୀ ପ୍ରାଣାୟମ
ପଦ୍ମାସନ କିମ୍ବା ସୁଖାସନ ମୁଦ୍ରାରେ ବସି ଭ୍ରମରୀ ପ୍ରାଣାୟମ ଆସନ କରନ୍ତୁ। ମୁହଁ, ଆଖି ଓ କାନ ବନ୍ଦ କରି ଆସନ କରିବା ସହ ‘ମ’ ଗୁଣୁ ଗୁଣ କରନ୍ତୁ। ଏମିତି କରିବା ଦ୍ୱାରା ମସ୍ତିଷ୍କ ଓ ଶରୀର ଉଭୟକୁ ଆରାମ ପହଞ୍ଚିଥାଏ। ଯାହା ଦ୍ୱାରା ସ୍ମରଣଶକ୍ତି ତେଜ୍‌ ହେବା ସହ ନିଦ ଭଲ ହୋଇଥାଏ।

ସମ୍ବେଦ ପ୍ରାଣାୟମ
ସୁଖାସନରେ ବସି ଧ୍ୟାନମୁଦ୍ରା କରନ୍ତୁ। ପ୍ରଥମ ୨ ମିନିଟ୍‌ ସାମାନ୍ୟ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ନିଶ୍ୱାସର ଥଣ୍ଡା ଓ ପ୍ରଶ୍ୱାସର ଉଷୁମ ପବନକୁ ଅନୁଭବ କରି ଏହା ସହ ଧ୍ୟାନକୁ କେନ୍ଦ୍ରିତ କରନ୍ତୁ। ଏହା ପରେ ଆଉ ୨ ମିନିଟ୍‌ ଲମ୍ବା ନିଶ୍ୱାସ ନିଅନ୍ତୁ ଓ ଧୀରେ ପ୍ରଶ୍ୱାସ ଛାଡ଼ି ଥଣ୍ଡା ଓ ଉଷୁମ ପବନକୁ ଅନୁଭବ କରନ୍ତୁ। ଏହାଦ୍ୱାରା ଉଚିତ ପରିମାଣର ଅମ୍ଳଜାନ ପଶୁଥିବାରୁ ମସ୍ତିଷ୍କକୁ ଆରାମ ମିଳେ ଓ ନିଦ ଭଲ ହୁଏ। ମନ ସ୍ଥିର ଓ ଶାନ୍ତ ହୁଏ।

ଚନ୍ଦ୍ରଭେଦୀ ପ୍ରାଣାୟମ
ସୁଖାସନ ମୁଦ୍ରାରେ ବସି ଚନ୍ଦ୍ରଭେଦୀ ପ୍ରାଣାୟମ ଆସନ କରନ୍ତୁ। ଏହାକୁ ସକାଳେ କିଂବା ସନ୍ଧ୍ୟାରେ କରି ପାରିବେ। ମନେରଖନ୍ତୁ, ବାମ ନାକରେ ନିଶ୍ୱାସ ନେଇ ବାମ ନାକରେ ହିଁ ଛାଡ଼ନ୍ତୁ। ଏହାଦ୍ୱାରା ଚିନ୍ତା ଲାଘବ ହୁଏ ଓ ମନ ଶାନ୍ତ ହୁଏ, ଫଳରେ ନିଦ ହେବାରେ ବାଧା ଆସି ନ ଥାଏ।

ସମ୍ବନ୍ଧିତ ଖବର