ଚେନ୍ନାଇ:  ହୃଦଘାତରେ ମାଲାୟାଲମ୍ ଟେଲିଭିଜନ ଅଭିନେତ୍ରୀ ଡ଼. ପ୍ରିୟାଙ୍କର ଜୀବନ ଚାଲିଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିବାବେଳେ ସେ ଆଠ ମାସର ଗର୍ଭବତୀ ଥିଲେ । ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ତେବେ କିଛିଦିନ ହେବ ମହିଳାଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ଦେଖିବାକୁ ମିଳିଛି। ମହିଳାଙ୍କ ହୃଦୟରେ କିଛି ସମସ୍ୟା ପରିଲକ୍ଷିତ ହେଲେ ସମୟସମୟରେ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥାଏ। ଯଦ୍ବାରା ମହିଳାମାନେ ହୃଦଘାତର ଶିକାର ହୋଇଥାଆନ୍ତି ଆଉ ମୃତ୍ୟୁ ହୋଇଯାଇଥାଏ।

ଏମିତି ଘଟଣା ହଠାତ ଘଟୁଥିବା ହେତୁ ରୋଗୀଙ୍କୁ ବଞ୍ଚାଇବା କଷ୍ଟ ହୋଇଯାଇଥାଏ। କିଛିଟା କ୍ଷେତ୍ରରେ ରୋଗୀଙ୍କ ଜୀବନ ବଞ୍ଚା ଯାଉଥିବା ବେଳେ ଆଉ କିଛିଟା କ୍ଷେତ୍ରରେ ରୋଗୀଙ୍କ ଜୀବନ ବଞ୍ଚାଇବ‌ା ପ‌ାଇଁ ଅନେକ ଚେଷ୍ଟା କରାଯାଇଥିଲେ ହେଁ ବଞ୍ଚାଯାଇ ପାରି ନଥାଏ।

ବିଶେଷ ଭାବେ ଅନ୍ତସତ୍ତ୍ବା ମହିଳାମାନେ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ।  କାରଣ ଏହି ସମୟରେ ମହିଳାଙ୍କ କ୍ଷେତ୍ରରେ ଖୁବକମ ହୃଦଘାତ ହୋଇଥାଏ। ଆଉ ହେଲେ ଜୀବନ ବଞ୍ଚାଇବା କଷ୍ଟ ହୋଇଯାଇଥାଏ।

ତେଣୁ ଅନ୍ତସତ୍ତ୍ବା ହେବା ପୂର୍ବରୁ ମହିଳାମାନେ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ସହିତ ବ୍ୟାୟାମ ଅଭ୍ୟାସ କରିବା ନିହାତି ଆବଶ୍ୟକ। ଯାହାକି ଅନ୍ତସତ୍ତ୍ବା ହେବା ପରେ ବିଶେଷ ଭାବେ କାମ ଦେଇଥାଏ।

ଅନ୍ତସତ୍ତ୍ବା ହେବାପରେ ପ୍ରତିଦିନ ୩୦ମିନିଟ ସହଜସହଜ ବ୍ୟାୟାମ କରିବା ସହିତ କିଛିସମୟ ଧ୍ୟାନରେ ବସିବା ଉଚିତ। ସବୁଜ ପନିପରିବା ଖାଆନ୍ତୁ ସାମାନ୍ୟ ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଭଳି ଅବସ୍ଥାରେ ଲୁଣର ପ୍ରୟୋଗ କମ କରନ୍ତୁ। ତାଜା ଫଳ ଯଥାସମ୍ଭବ ଖାଆନ୍ତୁ। ହୃଦୟକୁ ସୁସ୍ଥ ରଖନ୍ତୁ।