ବାହାଘର ଆଗରୁ କେଉଁ ଭଳି ଆଶଙ୍କା ଥାଏ ଯୁବକ-ଯୁବତୀଙ୍କ ମନରେ?

ଯଦିଓ ଏବେ ଲଭ ମ୍ୟାରେଜର ପ୍ରଚଳନ ବଢ଼ି ଯାଇଛି,ତଥାପି ଆଜି ବି ଅନେକ ଯୁବକ ଯୁବତୀ ପ୍ରସ୍ତାବିତ ବିବାହ କରୁଛନ୍ତି। ବିଶେଷ କରି ଯେଉଁମାନେ ପ୍ରସ୍ତାବିତ ବିବାହ କରୁଛନ୍ତି ସେମାନେ ବାହାଘରକୁ ନେଇ ଟିକେ ଚିନ୍ତିତ ରହିଥାନ୍ତି। ଯେଉଁମାନଙ୍କର ବ୍ୟାବହାରିକ ଞ୍ଜାନ କମ୍‌ ସେମାନଙ୍କ କ୍ଷେତ୍ରରେ ଏହା ବିଶେଷଭାବେ ପରିଲକ୍ଷିତ ହୋଇଥାଏ। ଆସନ୍ତୁ ସେମାନଙ୍କର କ’ଣ ସବୁ ଆଶଙ୍କା ଥାଏ?

ପ୍ରଥମତଃ ବାହାଘର ପରେ କିପରି ସଂପର୍କ ସ୍ଥାପିତ ହେବ,ସେଥିନେଇ ବିବାହ ଯୋଗ୍ୟ ପୁଅ ଓ ଝିଅ ମାନଙ୍କ ମନରେ ଆଶଙ୍କା ଥାଏ।ମଡ଼ର୍ଣ୍ଣ ଯୁବତୀ ଭାବୁଥାଏ ବାହାଘର ପରେ ତା’ ଶାଶୁଘରେ ତାକୁ ସାଲ୍‌ଓ୍ଵାର୍‌ ସୁଟ୍‌ ବା ଜିନ୍‌ସ-ଟପ୍‌ ପିନ୍ଧିବାକୁ ଅନୁମତି ଦେବେ କି ନା,ସ୍ୱାମୀ ସହିତ ତାଙ୍କର ପସନ୍ଦ,ନାପସନ୍ଦ ମ୍ୟାଚ୍‌ କରିବ କି ନା,ଏମିତି ଅନେକ କଥା ମନକୁ ଆସେ।ଖାଲି ସେତିକି ନୁହେଁ କର୍ମଜୀବୀ ଯୁବତୀ ବିବାହ ପରେ ଚାକିରି କରି ପାରିବ କି ନା,ସେଥିନେଇ ମଧ୍ୟ ସନ୍ଦିହାନ ଅବସ୍ଥାରେ ଥାଏ। ଠିକ୍‌ ସେହିପରି ବାପଘରକୁ ନିୟମିତଭାବେ ଆସିବାର ସୁଯୋଗ ମିଳିବ କି ନା ତାର ବି ଆଶଙ୍କା କରିଥାନ୍ତି। ସ୍ୱାମୀଙ୍କ ସହ ଯୌନ ସଂପର୍କକୁ ନେଇ ବି ସନ୍ଦିହାନ ଥାଆନ୍ତି ଏମାନେ।

photo-static.adweek.com

ଅପରପକ୍ଷରେ ଯୁବକମାନେ ମଧ୍ୟ ଆରେଞ୍ଜ୍‌ ମ୍ୟାରେଜ୍‌ କରୁଥିଲେ ଭାବି ପତ୍ନୀଙ୍କୁ ନେଇ ଆଶଙ୍କିତ ଥାଆନ୍ତି। ସେମାନଙ୍କ ମନରେ ପ୍ରଶ୍ନ ଉଠେ ଯେ, ତାଙ୍କ ସ୍ତ୍ରୀ ବାପା ମାଆଙ୍କ କଥା ମାନିବେ ତ,ତାଙ୍କ ଘରର ମର୍ଯ୍ୟାଦା ପାଳନ କରିବେ ତ,ତାଙ୍କ ପସନ୍ଦ,ନାପସନ୍ଦ ସହିତ ମ୍ୟାଚ୍‌ କରୁଥିବେ ତ,ତାଙ୍କର ପୂର୍ବରୁ କାହା ସହିତ ଆଫେଆର୍‌ ନ ଥିବ ତ….ଇତ୍ୟାଦି।

ସମ୍ବନ୍ଧିତ ଖବର