publive-image

ଅକ୍ଟୋବର ୧୫ ପରେ ଟିକେ ଥଣ୍ଡା ଆରମ୍ଭ ହୋଇଯିବ। କିଛି ଦିନ ପର୍ଯ୍ୟନ୍ତ ସକାଳେ ଓ ରାତିରେ ତାପମାତ୍ରା କମିଯିବ। ଥଣ୍ଡା ଦିନେ କେତେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହାର ସବୁଠୁ ଖରାପ ପ୍ରଭାବ ଆମର ହୃଦ୍‌ପିଣ୍ଡରେ ପଡ଼ିଥାଏ। କାର୍ଡିଓଲୋଜିଷ୍ଟ୍‍ ବିଭାଗର ଡାକ୍ତରଙ୍କ କହିବା ଅନୁସାରେ ଥଣ୍ଡା ଦିନେ ହୃଦ୍‌ଘାତ ହେବାର ଆଶଙ୍କା ୫୩ ପ୍ରତିଶତ ବଢ଼ିଯାଏ।

Advertisment

publive-image

ଥଣ୍ଡା କାରଣରୁ ହୃଦ୍‌ପିଣ୍ଡର କୋଷଗୁଡ଼ିକ ଶୁଖିଯାଏ। ଏହି କାରଣରୁ ହୃଦ୍‌ପିଣ୍ଡ ଯାଏଁ ରକ୍ତ ଓ ଅମ୍ଳଜାନ ଠିକ୍‌ ପରିମାଣରେ ପହଞ୍ଚିପାରେ ନାହିଁ। ଏହା ଦ୍ୱାରା ବ୍ଲଡ୍‌ପ୍ରେସର୍‌ ବଢ଼ିଯାଏ ଯାହା ହୃଦ୍‌ଘାତର କାରଣ ହୋଇପାରେ। ଯଦି କିଛି ସାବଧାନତା ଅବଲମ୍ବନ କରିବେ ତା’ହେଲେ ଥଣ୍ଡା ଦିନେ ହୃଦ୍‌ଘାତ ସମସ୍ୟାରୁ ବଞ୍ଚି ପାରିବେ।

publive-image

publive-image

ଥଣ୍ଡାରୁ ବଞ୍ଚିବା ପାଇଁ ଯେତେ ଅଧିକ ହୋଇପାରିବ ଗରମ କପଡ଼ା ପିନ୍ଧନ୍ତୁ। ବାହାରକୁ ଗଲା ସମୟରେ ମୁଣ୍ଡରେ ସ୍କାର୍ଫ୍‌ କିମ୍ବା ଗରମ ମଫଲର୍‌ ଦ୍ୱାରା ଢାଙ୍କିି ରଖନ୍ତୁ।

publive-image

ଘର ଭିତର ତାପମାତ୍ରାକୁ କମ୍‌ କରନ୍ତୁ ନାହିଁ। କୋଠରିରେ ହିଟର୍‌ ବ୍ୟବହାର କରନ୍ତୁ କିମ୍ବା ଥଣ୍ଡା ପବନ ଭିତରୁ ଛାଡ଼ନ୍ତୁ ନାହିଁ।

publive-image

ଥଣ୍ଡା ଦିନେ ସର୍ବଦା ଗରମ ଖାଦ୍ୟ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ।

publive-image

ଥଣ୍ଡା ଲାଗିଲେ ମଦ, ସିଗାରେଟ୍‌ କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ନିଶା ଦ୍ୱାର ସମ୍ପୂର୍ଣ୍ଣ ଶରୀରରେ ସଙ୍କୁଚିତ ହୋଇପାରେ।

publive-image

ଆପଣଙ୍କ ଠାରେ ଯଦି ହୃଦ୍‌ଜନିତ ସମସ୍ୟା ଦେଖାଦେଉଛି ତା’ହେଲେ ଡାକ୍ତରଙ୍କ ସହ ତୁରନ୍ତ ସାକ୍ଷାତ୍‌ କରନ୍ତୁ। ଡେରି କରିବା ଠିକ୍‌ ନୁହେଁ।

publive-image

ପ୍ରତିଦିନ ସକାଳେ ୧୫-୨୦ ମିନିଟ୍‌ ଖରାରେ ବସନ୍ତୁ। ଏହାଦ୍ୱାରା ଶରୀର ଗରମ ହେବ ଓ କୋଲେଷ୍ଟେରଲ୍‌ କମିବ।