ଖରାଦିନ ଆସିଲାଣି କମ୍‌ ପାଣି ପିଇଲେ ଏହି ସବୁ ସମସ୍ୟା ଭୋଗିବେ!

ସୁସ୍ଥ ରହିବା ପାଇଁ ଦୈନିକ ଜଣେ ପୁରୁଷ ୩ ଲିଟର ଓ ଜଣେ ମହିଳା ୨ ଲିଟର ପାଣି ପିଇବା ଉଚିତ, ଅର୍ଥାତ ଅତି କମ୍‌ରେ ୮-୧୦ ଗ୍ଲାସ୍‌ ପାଣି ପିଇବା ଦରକାର। ଯଦି ଆମେ ଏହା ଠାରୁ କମ୍‌ ପାଣି ପିଉ ତା’ହେଲେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ହୋଇପାରେ। ଜାଣନ୍ତୁ କମ୍‌ ପାଣି ପିଇଲେ କ’ଣ ହୋଇଥାଏ ସମସ୍ୟା।

ଅମ୍ଳଦୋଷ: ଶରୀରରେ ଠିକ୍‌ ପରିମାଣରେ ପାଣି ନ ଥିଲେ ଖାଦ୍ୟର ହଜମ ଠିକ୍‌ ଭାବେ ହୋଇପାରି ନ ଥାଏ। ଏହା ଅମ୍ଳଦୋଷ ସୃଷ୍ଟିକରେ।

 

ପରିସ୍ରାଗତ ସଂକ୍ରମଣ: କମ୍‌ ପାଣି ପିଇଲେ ଶରୀରରୁ ମଇଳା ବାହାରି ପାରି ନ ଥାଏ। ଏଥିରେ ପରିସ୍ରାଗତ ସମସ୍ୟା ବଢ଼ିପାରେ।
ହୃତ୍‌ପିଣ୍ଡର ବେଗ ବଢ଼ିବା: କମ୍‌ ପାଣି ପିଇଲେ ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚାଇବା ପାଇଁ ଅଧିକ ପରିଶ୍ରମ ଲୋଡ଼ା ହୋଇଥାଏ। ଏମିତିରେ ହୃତ୍‌ପିଣ୍ଡର ବେଗ ଅଚାନକ ବଢ଼ିଯାଏ।
ଆଖି ପୋଡ଼ିବା: କମ୍‌ ପାଣି ପିଇଲେ ଆଖିର ଶୁଷ୍କତା ବଢ଼ିଥାଏ। ଏହା ଫଳରେ ଆଖି ପୋଡ଼ିବା ସହ ଦରଜ ହୋଇଥାଏ।
କ୍ଳାନ୍ତ ଲାଗିବା: କମ୍‌ ପାଣି ପିଇଲେ ମସ୍ତିଷ୍କକୁ ପୂର୍ଣ୍ଣ ଶକ୍ତି ମିଳି ନ ଥାଏ। ଏମିତି ସ୍ଥିତିରେ କାମ କରିବା ପାଇଁ ମସ୍ତିଷ୍କକୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିଥାଏ, ଯାହା ଫଳରେ କ୍ଳାନ୍ତି ବଢ଼ିପାରେ।
ମୁଣ୍ଡ ବୁଲେଇବା: କମ୍‌ ପାଣି ପିଇବା କାରଣରୁ ଶରୀରର ଶକ୍ତିସ୍ତର କମ୍‌ ହୋଇଯାଏ। ମୁଣ୍ଡ ମଧ୍ୟ ବୁଲେଇ ପାରେ।
ମୁଣ୍ଡ ବିନ୍ଧିବା: କମ୍‌ ପାଣି ପିଇଲେ ମସ୍ତିଷ୍କ ଠିକ୍‌ ଭାବେ କାମ କରିପାରେ ନାହିଁ। ଏହା ଯୋଗୁଁ ମୁଣ୍ଡବିନ୍ଧା ହୋଇପାରେ।
ଏକାଗ୍ରତାରେ ଦୁର୍ବଳତା: ମସ୍ତିଷ୍କ ୭୦ ପ୍ରତିଶତରୁ ଅଧିକ ପାଣିରେ ତିଆରି ହୋଇଛି। କମ୍‌ ପାଣି ପିଇଲେ ଏହା ଠିକ୍‌ ଭାବେ କାମ କରିପାରେ ନାହିଁ, ଯାହା ଫଳରେ କୌଣସି ନିର୍ଦ୍ଧିଷ୍ଟ ବା ଗୋଟିଏ ଜିନିଷରେ ଧ୍ୟାନ ରହେ ନାହିଁ।
ସମ୍ବନ୍ଧିତ ଖବର