ଗୁଟଖା ଓ ସିଗାରେଟ ସେବନ ଅତ୍ୟଧିକ କରୁଛନ୍ତି କି? ହୋଇପାରେ ଏହି କ୍ୟାନ୍ସର

ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ଜଣ ମୁଖଗହ୍ୱର କର୍କଟରେ ପୀଡିତ ହେଉଥିବାବେଳେ ପ୍ରତି ଘଣ୍ଟାରେ ୫ ଜଣଙ୍କର ଏହି କର୍କଟ ଯୋଗୁଁ ମୃତ୍ୟୁ ଘଟୁଛି | ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥିବାବେଳେ ସଚେତନତା ଅଭାବରୁ ଠିକ ସମୟରେ କର୍କଟ ବାବଦରେ ରୋଗୀ ଜାଣିପାରିନଥାଏ | ଆଉ ମୁଖଗହ୍ୱର କର୍କଟ ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ମାସକୁ ମୁଖକର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ | ତେବେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢିବା ପଛର କାରଣ କଣ? ସେ ବିଷୟରେ ବିସ୍ତୃତ ଭାବେ କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସର ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟରଞ୍ଜନ ମିଶ୍ର |


ପ୍ରଫେସର ସତ୍ୟରଞ୍ଜନ ମିଶ୍ରଙ୍କ କହିବା ମୁତାବକ ଲୋକମାନେ ବହୁତ ଡେରିରେ ଡାକ୍ତରଙ୍କ ପାଖକୁ ଆସୁଛନ୍ତି | ଏହି ବିଳମ୍ବ ପାଇଁ କ୍ୟାନ୍ସର ଏତେ ମାତ୍ରାରେ ବଢ଼ିଯାଇଥାଏ ଯେ ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ | ଏହା ବ୍ୟତିରକେ ରୋଗୀଙ୍କ ମୁଖରେ ଥିବା ହାଡ ସହ କିଛି ଗ୍ରନ୍ଥିକୁ ଅପରେସନ କରିବାକୁ ପଡିଥାଏ | ତେବେ ଏହା ପଛରେ ବଡ କାରଣ ହେଉଛି ଯେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି |

କ୍ୟାନ୍ସର ହେବାର ପ୍ରମୁଖ କାରଣ ହେଉଛି ଯେ ଲୋକମାନେ ଯଦି ଅତ୍ୟଧିକ ମାତ୍ରାରେ ଗୁଟଖା ଏବଂ ସିଗାରେଟ ସେବନ କରିବେ ଓ ପାଟିକୁ ସଫା ନ ରଖିବେ | ଦିନକୁ ଦୁଇ ଥର ବ୍ରସ କରିବା ସହ ଗୁଟଖା ଓ ସିଗାରେଟ ସେବନ ଛାଡିବାକୁ ପଡିବ | ସେହିପରି ପ୍ରତି ୬ ମାସରେ ଥରେ ଦାନ୍ତ ବିଶେଷଜ୍ଞଙ୍କ ପାଖରେ ପରୀକ୍ଷା କରାଇ ନିଅନ୍ତୁ |

ସମ୍ବନ୍ଧିତ ଖବର