ଏବେ ଅନ୍ଲାଇନ୍ରେ ନିଜେ ପାତ୍ର /ପାତ୍ରୀମାନେ ନିଜର ମନପସନ୍ଦ ଜୀବନସାଥୀ ଖୋଜିବା ଲାଗ ପ୍ରୟାସ କରୁଛନ୍ତି। ଏଥିପାଇଁ ବିଭିନ୍ନ ମ୍ୟାଟ୍ରିମୋନିଆଲ୍ ସାଇଟର ସହାୟତା ନେଉଛନ୍ତି। ଏହି ସାଇଟମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜି ପାରିବେ ।
ତେବେ ଓ୍ଵବସାଇଟ୍ରେ ନିଜର ପ୍ରୋଫାଇଲ୍ ପ୍ରସ୍ତୁତ କରିବା ପୂର୍ବରୁ କିଛି କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ।
ପ୍ରଥମ କଥା ହେଲା ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କର ଆଇଡିଆ ଆସିଯିବ ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।
– ପ୍ରୋଫାଇଲ୍ରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦୌ କରନ୍ତୁ ନାହିଁ। ଠିକ୍ ସେହିପରି ନିଜର ବଡ଼ିମା ବି ଦେଖାଇବା ଭଳି କୌଣସି କଥା ଉଲ୍ଲେଖ କରନ୍ତୁ ନାହିଁ। ସେପରି କଲେ ପ୍ରୋଫାଇଲ୍ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେ କରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।

-ପ୍ରୋଫାଇଲ୍ରେ ନିଜର ବିଶେଷତ୍ୱ, ରୁଚି ଓ ଉପଲବ୍ଧ ସଂପର୍କରେ ଅବଶ୍ୟ ସୂଚନା ଦିଅନ୍ତୁ ।
-ଠିକ୍ ସେହିପରି ନିଜେ କେଉଁଭଳି ଜୀବନ ସାଥୀ ଚାହୁଁଛନ୍ତି ସେସଂପର୍କରେ ବେଶି ଲେଖିବା ବି ଠିକ୍ ନୁହେଁ।