ସ୍ନାନ କରିବାର ସମୟ ଓ ଉପାୟ ବି ଆପଣଙ୍କର ସ୍ୱାସ୍ଥ୍ୟ ଓ ଧନ ଉପରେ ପ୍ରଭାବ ପକାଇଥାଏ!

ଶାସ୍ତ୍ରରେ ଧନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ କୁହାଯାଇଛି। ପୁଣି ସେଗୁଡ଼ିକ ମଧ୍ୟରୁ ଅନେକର ପ୍ରୟୋଗ ନିର୍ଦ୍ଦିଷ୍ଟ ସମୟରେ କରିବାକୁ ମଧ୍ୟ କୁହାଯାଇଛି।ତେବେ ଗାଧୋଇବା ବା ସ୍ନାନ କରିବା ସମୟରେ ଏପରି କିଛି ଉପାୟ ଅବଲମ୍ବନ କରିବା ସଂପର୍କରେ ଉଲ୍ଲେଖ ଅଛି ଯାହା ସ୍ୱାସ୍ଥ୍ୟ ଓ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଉନ୍ନତି ଆଣିପାରିଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତୁ ଜାଣିବା କେଉଁ ସମୟରେ ଗଧୋଇବା ଯୋଗୁଁ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ଧନରେ ଉନ୍ନତି ହୋଇଥାଏ।
ସାଧାରଣତଃ ଶାସ୍ତ୍ରରେ ଭୋରରୁ ସ୍ନାନ କରିବାକୁ କୁହାଯାଇଛି। ଭୋରରୁ ସ୍ନାନ କଲେ ସମସ୍ତ ପାପ ନାଶ ହୁଏ ଏବଂ ପୂଣ୍ୟ ମଧ୍ୟ ମିଳିଥାଏ ବୋଲି କୁହାଯାଏ। ଭୋରରୁ ସ୍ନାନ କରି ପୂଜା ପାଠ କଲେ ଶୁଭଫଳ ମିଳିଥାଏ।
• ଧନ ଓ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିବା ଲୋକେ ସବୁଦିନେ ସ୍ନାନ କରିବା ଉଚିତ।
• ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ରୂପ, ତେଜ, ବଳ, ପବିତ୍ରତା, ଆୟୁ ଓ ନିରୋଗ ଶରୀର ନିନନପାଇବାକୁ ଚାହୁଁଥିଲେ ପ୍ରତିଦିନ ସ୍ନାନ କରନ୍ତୁ।
• ତେଲ ଓ ଦହି ଲଗାଇ ନଦୀରେ ସ୍ନାନ କରିବା ନିଷେଧ କରାଯାଇଛି। ତେଣୁ ପ୍ରଥମେ ନଦୀ ତଟରେ ଶରୀରକୁ ଭଲ ଭାବେ ସଫା କରି ଦିଅନ୍ତୁ ଓ ତା’ପରେ ନଦୀରେ ବୁଡ଼ ପକାନ୍ତୁ।

limnos.com

• ଏଥିସହିତ ରୋଗଗ୍ରସ୍ତ ଥିବାସମୟରେ ଓଦା କପଡାରେ ଶରୀରକୁ ପୋଛିବା ମଧ୍ୟ ଏକ ପ୍ରକାର ସ୍ନାନ।
• ନଦୀରେ ପ୍ରବାହିତ ଜଳ ଧାରା ଏବଂ ସୂର୍ଯ୍ୟ ଆଡକୁ ମୁହଁ କରି ସ୍ନାନ କରିବା ଉଚିତ।
• ନଦୀରେ ସ୍ନାନ କରିବା ସମୟରେ ତିନି, ପାଞ୍ଚ, ସାତ, କିମ୍ବା ବାର ଥର ବୁଡ଼ ପକାଇ ସ୍ନାନ କରନ୍ତୁ। ଏହା ଦ୍ୱାରା ଜୀବନରେ ଯଶ ଓ ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।
• ଯେଉଁ ତୁଠରେ ଲୁଗା ସଫା କରାଯାଏ, ସେହି ଜଳ ଅପବିତ୍ର ହୋଇଥାଏ। ତେଣୁ ଲୁଗା ସଫା କରାଯାଉଥିବା ତୁଠରୁ ଦୂରରେ ସ୍ନାନ କରିବା ଭଲ।

ସମ୍ବନ୍ଧିତ ଖବର