ପୋଦିନା ଚା’ ପିଇଲେ ମିଳିଥାଏ ଏସବୁ ଫାଇଦା

ପୋଦିନା ଚା’ ପିଇଲେ କି କି ଉପକାର ମିଳିଥାଏ,ତାହା ଜାଣନ୍ତୁ-

୧-ଏହା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

୨-ହଜମ କ୍ରିୟା ଶକ୍ତ ହୋଇଥାଏ।

୩-ପରିସ୍ରାରେ ପୋଡାଜଳା ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।

୪-ନିଃଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାରୁ ବି ମିଳିବ ମୁକ୍ତି।

୫-ଭୂତାଣୁ ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିବ।

୬-ମାନସିକ ଉତ୍ତେଜନା ହ୍ରାସ ପାଇଥାଏ।

୭-ଅଷ୍ଟିୟୋ ଆର୍ଥରାଇଟିସ୍‌କୁ ହ୍ରାସ କରିଥାଏ।

୮-କର୍କଟ ରୋଗ ହେବାର ଆଶଙ୍କା ନ ଥାଏ।

ଏବେ ଆସନ୍ତୁ ଜାଣିବା କିପରି ପୋଦିନା ଚା’ ପ୍ରସ୍ତୁତ କରିବେ….

୮ଟି ରୁ ୧୦ଟି ପ୍ରୋଦିନା ପତ୍ର ନିଅନ୍ତୁ। ପ୍ରଥମେ ଏକ ପ୍ୟାନ୍‌ରେ ପାଣି ଫୁଟାନ୍ତୁ। ଏବେ ପୋଦିନା ପତ୍ର ଗୁଡିକୁ ସେଥିରେ ପକାନ୍ତୁ। ତା’ପରେ ସେଥିରେ ଗୋଲମରିଚ ଓ ବିଟ ଲୁଣ ମିଶାଇ ପାଞ୍ଚ ମିନିଟ୍‌ ଯାଏଁ ଫୁଟାନ୍ତୁ। ତା’ପରେ ଚା’ ପ୍ରସ୍ତୁତ ହୋଇଗଲା। ଏହାକୁ ଛାଣି ଗୋଟିଏ କପ୍‌ରେ ରଖନ୍ତୁ ଓ ତାକୁ ଉଷୁମ ଥିବା ଅବସ୍ଥାରେ ହିଁ ପିଇଲେ ଉପରୋକ୍ତ ଫାଇଦା ମିଳିବ।

ସମ୍ବନ୍ଧିତ ଖବର