ଶ୍ୱାସ ଜନିତର ସମସ୍ୟାରୁ ଦୂରେଇ ରଖେ ଦେଶୀ ଘିଅ ଏବଂ ଲହୁଣୀ

ଦେଶରେ ଦିନକୁ ଦିନ ପ୍ରଦୁଷଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ବହୁ ମାତ୍ରାରେ ବାୟୁ ପ୍ରଦୁଷଣ ହୋଇଛି, ଯାହାଦ୍ୱାରା ଲୋକଙ୍କୁ ବାହାରକୁ ବାହାରିଲେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ବି ହେଉଛି। ମୁହଁ ବାନ୍ଧି ଯିବା ପରେ ମଧ୍ୟ ଲୋକଙ୍କୁ ନିଶ୍ୱାସ ନେବାରେ ହେଉଛି ଅସୁବିଧା। ଏହାର ରହିଛି ଏକ ଘରୋଇ ଉପଚାର।

ପ୍ରଦୂଷଣରୁ ହେଉଥିବା ଶ୍ୱାସ ଜନିତ ରୋଗଠୁ ଦୂରେଇ ରହିବା ପାଇଁ ପ୍ରଥମେ ବାହାରକୁ ଯିବା ପୂର୍ବରୁ ମୁହଁରେ କପଡ଼ା ବାନ୍ଧିବା ଉଚିତ। ଦ୍ୱିତୀୟରେ ଦେଶୀ ବା ଗୁଆ ଘିଆ ଏବଂ ଲହୁଣୀକୁ ପ୍ରତି ଦିନ ନାକରେ ଲଗାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ହୋଇ ନ ଥାଏ। ଆର୍ୟୁବେଦ ଦ୍ୱାରା ପ୍ରମାଣିତ ହୋଇଛି ଘିଅ ଓ ଲହୁଣୀ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ। ଏହାକୁ ନାକରେ ବ୍ୟବହାର କରିବା ଦ୍ୱାରା ନାକରେ ଜମା ହୋଇଥିବା ପ୍ରଦୁଷିତ ପ୍ରଦାର୍ଥ ଗୁଡ଼ିକ ବାହାରି ଆସିଥାଏ। ଗୋମାତା ସେବା ଡଟ୍‌ ଓଆରଜି ପୋର୍ଟାଲର ସୁଚନାନୁଯାୟୀ ଦେଶୀ ଘିଅ ଏବଂ ଲହୁଣୀ ଶରୀରର ଏବଂ ବିଶେଷ ଭାବେ ନାକର ଅନାବଶ୍ୟକ ପ୍ରଦାର୍ଥ ବାହାର କରିଥାଏ । ଏହି ପ୍ରକ୍ରିୟାକୁ ଆର୍ୟୁବେଦରେ ପଞ୍ଚକର୍ମ କୁହାଯାଇଥାଏ।

ଏହାକୁ ବ୍ୟବହାର କରିବା ବହୁ ସହଜ।ଘିଅ କିମ୍ବା ଲହୁଣୀକୁ ନାକ ଭିତରର ପତଳା ସ୍ତରରେ ଲଗାଇବା ଦ୍ୱାରା ବାୟୁରେ ଥିବା ଦୂଷିତ ପ୍ରଦାର୍ଥ ନାକ ଭିତରକୁ ପ୍ରବେଶ କରିପାରି ନ ଥାଏ। ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଶ୍ୱାସ ଏବଂ ଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ରୋଗ ହୋଇ ନ ଥାଏ। ଅର୍ୟୁବେଦପଲ୍ସଓ୍ଵାଲ୍‌ଡ଼ ଡ଼ଟ୍‌ କମ ଅନୁସନ୍ଧାନରୁ ଜଣାଯାଇଛି ଘିଅ ଓ ଲହୁଣୀ ବ୍ୟବହାର ଦ୍ୱାରା ନାକ ସଫା ରହିବା ସହିତ ଶ୍ୱାସ ଜନିତ ରୋଗ ହୋଇ ନଥାଏ, ଏଥିସହ ମାଂସପେଶୀ ଶକ୍ତ ରହିଥାଏ।

ସମ୍ବନ୍ଧିତ ଖବର