ଆପଣାନ୍ତୁ ଏହି ଶସ୍ତା ଉପାୟ, ୧୦୦ ଟଙ୍କାରେ ପାଆନ୍ତୁ ୯୯.୯ ପ୍ରତିଶତ ବିଶୁଦ୍ଧ ପିଇବା ପାଣି

ବାଙ୍ଗାଲୋର: ଦୂର ଯାତ୍ରାରେ ଆପଣ ଯାଉଛନ୍ତି ଏବଂ ଏହି ସମୟରେ ସରିଯାଉଛି ଆପଣଙ୍କ ପାଖରେ ଥିବା ପାନୀୟ ଜଳ | ବିଶୁଦ୍ଧ ପାନୀୟ ଜଳ ପାଇବାକୁ ହେଲେ ଆପଣଙ୍କୁ ବହୁ ଖୋଜାଖୋଜି କରିବାକୁ ପଡୁଥିବାବେଳେ ଉଚ୍ଚ ମୂଲ୍ୟରେ ପାଣି ବୋତଲ କିଣିବାକୁ ପଡୁଛି | ଏବେ କର୍ଣ୍ଣାଟକ ବେଲଗାମର ଜଣେ ଇଂଜିନିୟରିଂ ଛାତ୍ର ଏଭଳି ଏକ ଉପକରଣ ନିର୍ମାଣ କରିଛନ୍ତି ଯାହାକି ଆପଣଙ୍କୁ ବେଶ ଉପଯୋଗୀ ସାବ୍ୟସ୍ତ ହେବ |

ଏହି ଛାତ୍ରଙ୍କ ନାମ ନିରଞ୍ଜନ କରାଗୀ ହୋଇଥିବାବେଳେ ନିରନଲ ନାମକ ଉପକରଣଟିଏ ପ୍ରସ୍ତୁତ କରିଛନ୍ତି ଏଥିରେ ଆପଣ ଦୂଷିତ ଜଳକୁ ବିଶୁଦ୍ଧ ପାନୀୟ ଜଳରେ ରୂପାନ୍ତରିତ କରିପାରିବେ | ତେବେ ନିରଞ୍ଜନଙ୍କର ମୁଣ୍ଡକୁ ଏଭଳି ଉପକରଣ ନିର୍ମାଣ କରିବାର ଉପାୟ ଫୁଟବଲ ଖେଳୁଥିବାବେଳେ ଆସିଥିଲା | ଯେତେବେଳେ ସେ ଖେଳୁଥିଲେ କିଛି ପିଲା ଦୂଷିତ ପାଣି ପିଉଥିବାର ଦେଖିବାକୁ ପାଇଥିଲେ |

ଏହାକୁ ଦେଖି ନିରନଲ ବାବଦରେ ଚିନ୍ତା କରିଥିଲେ | ଏହି ଉପକରଣରେ ଏଭଳି ଜ୍ଞାନକୌଶଳ ବ୍ୟବହାର କରାଯାଇଛି ଯାହାକି ଦୂଷିତ ପାଣିରୁ ୯୯.୯ ପ୍ରତିଶତ ବିଶୁଦ୍ଧ କରିବାକୁ ସକ୍ଷମ ହୋଇଥାଏ ବୋଲି ନିରଞ୍ଜନ ଦାବି କରନ୍ତି | ମାତ୍ର ୧୦୦ ଟଙ୍କାରେ ଏଭଳି ବୋତଲ ମିଳୁଥିବା ବେଳେ ଏହା ସମସ୍ତଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରେ |

ସମ୍ବନ୍ଧିତ ଖବର