ଘରେ ଗୋଟିଏ ଗ୍ଲାସ ପାଣିରେ ଲୁଣ ଓ ଭିନୋଗାର ପକାଇ ରଖିବାର ଫାଇଦା ସମ୍ପର୍କରେ ଜାଣନ୍ତୁ

ଘର ଏକ ଏପରି ସ୍ଥାନ ଯେଉଁଠାରେ ଆମେ ସପରିବାର ସହିତ ରହିଥାଉ। ଆପଣ ନିଜ ଘରେ ରୁହନ୍ତୁ ଅବା ଭଡା ଘରେ ପରିବାର ସୁରକ୍ଷା ଓ ଖୁସିକୁ ସବୁବେଳେ ଦୃଷ୍ଟିରେ ରଖିଥାଆନ୍ତି। ତେଣୁ ଆପଣ କେବେ ଚାହିଁବେ ନାହିଁ କି ଘରେ ନକରାତ୍ମକ ଶକ୍ତି ରହୁ ବୋଲି। ତେଣୁ ଆଜି ଆପଣଙ୍କୁ ଆମେ ଏପରି ଏକ ଉପାୟ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଆପଣାଇବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ।

୧. ତେବେ ଘରୁ ନକରାତ୍ମକ ଶକ୍ତି ହ୍ରାସ କରିବା ପାଇଁ ବିଶେଷ କିଛି କରିବାର ଆବଶ୍ୟକ ନାହିଁ। କେବଳ ଗୋଟିଏ ଗ୍ଲାସ ପାଣିରେ ଲୁଣ ଓ ସେଥିରେ କିଛି ଭିନୋଗାର ପକାଇ ଦିଅନ୍ତୁ। ଏବେ ଏହି ଗ୍ଲାସକୁ ଘରର ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ଆପଣ ଅଧିକ ସମୟ ବିତାଉଛନ୍ତି।

୨. ୨୪ଘଣ୍ଟା ପରେ ଯଦି ଗ୍ଲାସରୁ ପାଣି ବାହାରକୁ ଆସିଯାଉଛି, ତେବେ ଗ୍ଲାସକୁ ସେହି ସ୍ଥାନରୁ ଉଠାଇ ଧୋଇ ଦିଅନ୍ତୁ। ପୁଣି ପୂର୍ବ ପ୍ରକ୍ରିୟା ଆପଣାନ୍ତୁ। ଏପରି କିଛିଦିନ କରିବା ପରେ ଘରେ ସକରାତ୍ମକ ପ୍ରଭାବ ନିଜେ ଅନୁଭବ କରିବେ।

୩. ଆପଣ ଚାହିଁଲେ ଏହି ଗ୍ଲାସର ସ୍ଥାନକୁ ପରିବର୍ତ୍ତନ କରି ପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ ଆସୁଥିବା କିମ୍ବା ପୂର୍ବରୁ ଥିବା ନକରାତ୍ମକ ଶକ୍ତି ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥାଏ। ପୁଣିଥରେ ଘରକୁ ହସଖୁସି ଫେରି ଆସିଥାଏ।

ସମ୍ବନ୍ଧିତ ଖବର