ଏହି ଜୀବ ଆପଣଙ୍କୁ କ୍ୟାନ୍ସର ହୋଇଛି ବୋଲି ଜାଣିପାରେ !

ଅନେକଥର ସରକାରୀ ଚାକିରି ପାଇଁ ହେଉଥିବା ସାକ୍ଷାତକାରରେ ଏଭଳି କିଛି ପ୍ରଶ୍ନ ପଚରାଯାଇଥାଏ ଯାହାର ଉତ୍ତର ପାଠ୍ୟପୁସ୍ତକରେ ମିଳି ନଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବାବଦରେ କହିବୁ ଯାହାକି ଆପଣଙ୍କ ଜ୍ଞାନ ଭଣ୍ଡାରକୁ ବଢାଇପାରିବ | ଏହି ପୃଥିବୀପୃଷ୍ଠରେ ଅନେକ ପଶୁ-ପକ୍ଷୀ ଓ ଜୀବଜନ୍ତୁ ରହୁଥିବା ବେଳେ କିଛି ଏଭଳି କଥା ଅଛି ଯାହା ଜାଣିବା ନିହାତି ଆବଶ୍ୟକ | ବିଶେଷ କରି ଏହି ଜୀବଜନ୍ତୁଙ୍କ ପାଖରେ ଥିବା ଗହନ ଗୁଣ ଅଧିକାଂଶ ସମୟରେ ମଣିଷକୁ ସାହାଯ୍ୟ କରିଥାଏ |

ପ୍ରଶ୍ନ -୧: କେଉଁ ଜୀବ ବୋମା ଥିବା ବାବଦରେ ସୂଚନା ଦେଇପାରେ ?
ଉତ୍ତର: ସାଧାରଣତଃ କୁକୁରର ଘ୍ରାଣଶକ୍ତି ପ୍ରଖର ହୋଇଥିବାରୁ ବୋମା ନିରୋଧୀ ଅଭିଯାନରେ ସାମିଲ କରାଯାଇଥାଏ | କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହୁମାଛି ମଧ୍ୟ ବୋମା ଥିବା ବାବଦରେ ଜାଣିପାରନ୍ତି | ଏବେ ବୋମା ଖୋଜିବା ପାଇଁ ମହୁମାଛିଙ୍କୁ ମଧ୍ୟ ତାଲିମ ଦିଆଯାଉଛି |
ପ୍ରଶ୍ନ-୨: କେଉଁ ଜୀବ ଉଡ଼ିପାରେ କିନ୍ତୁ ନିଜ ପାଦ ଦ୍ୱାରା ବସିପାରେ ନାହିଁ ?
ଉତ୍ତର: ବାଦୁଡ଼ି କ୍ଷିପ୍ର ଗତିରେ ଉଡ଼ିପାରେ, କିନ୍ତୁ ବସିପାରେ ନାହିଁ | ଶୋଇବା ପାଇଁ ପାଦ ସାହାଯ୍ୟରେ ଗଛ ଡାଳରେ ଝୁଲି ରହିଥାଏ |
ପ୍ରଶ୍ନ-୩: କେଉଁ ଜୀବର ମୁଣ୍ଡ କଟିଯିବା ପରେ ବି ସେ ବଞ୍ଚିଥାଏ ?
ଉତ୍ତର: ଏହାର ସଠିକ ଉତ୍ତର ହେଉଛି ଅସରପା | କାରଣ ଅସରପାର ମସ୍ତିଷ୍କ ଏହାର ମୁଣ୍ଡରେ ନ ଥାଏ ବରଂ ଶରୀର ଭିତରେ ଥାଏ | ତେଣୁ ମୁଣ୍ଡ କଟିଯିବା ପରେ ବି ସେ ଜୀବନ୍ତ ଥାଏ |

ପ୍ରଶ୍ନ-୪: କେଉଁ ଜୀବ ମୁଣ୍ଡ ନ ବୁଲାଇ ମଧ୍ୟ ୩୬୦ ଡିଗ୍ରି ପର୍ଯ୍ୟନ୍ତ ଦେଖିପାରେ?
ଉତ୍ତର: ବେଙ୍ଗର ଆଖି ୩୬୦ ଡିଗ୍ରି  ବୁଲିପାରିଥାଏ | ତେଣୁ ମୁଣ୍ଡ ନ ବୁଲାଇ ବି ସେ ଦେଖିପାରେ |
ପ୍ରଶ୍ନ-୫: କେଉଁ ଜୀବ ଜଣେ ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇଥିବାର ଜାଣିପାରେ ?
ଉତ୍ତର: ଏହାର ସଠିକ ଉତ୍ତର ହେଉଛି କୁକୁର | କୁକୁରର ଘ୍ରାଣଶକ୍ତି ପ୍ରଖର ହୋଇଥିବାବେଳେ ମଣିଷ ଶରୀରରେ କ୍ୟାନ୍ସର ଯୋଗୁଁ ହେଉଥିବା ଗନ୍ଧକୁ କୁକୁର ଜାଣିପାରେ |

ସମ୍ବନ୍ଧିତ ଖବର