ହୃଦଘାତରୁ ରକ୍ଷା ପାଇବା ପାଇଁ ତୁରନ୍ତ ଛାଡ଼ନ୍ତୁ ଏହି ଖରାପ ଅଭ୍ୟାସ

୫୮ ବର୍ଷ ବୟସରେ ଆଜି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଯାଇଛି । ଯାହାକୁ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଜିମରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିଲ୍ଲୀ ‘ଏମ୍ସ୍’ରେ ଭର୍ତ୍ତି କରାଯାଇଥିଲା।ସେ ହୃଦଘାତରେ ଶିକାର ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍ ସପୋର୍ଟ’ରେ ରଖାଯାଇଥିଲା । ହେଲେ ସେସବୁ କିଛି ଫଳପ୍ରଦ ହେଲା ନାହିଁ, ଶେଷରେ ତାଙ୍କର ପରଲୋକ ଘଟିଲା । ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନେତା, ଅଭିନେତା, ପ୍ରଶଂସକ ସମସ୍ତେ ତାଙ୍କ ବିୟୋଗରେ ଆଜି ଶୋକ ପ୍ରକାଶ କରିଛନ୍ତି ।

ଖବରଅନୁସାରେ ‘କାର୍ଡିୟ ଆରେସ୍ଟ’ ଯାହା ଏକ ହୃଦଜନିତ ସମସ୍ୟା। ଏହା ଜାଣିବା କଷ୍ଟକର ହୋଇଥବାବେଳେ ଭୟଙ୍କର ମଧ୍ୟ। ଏହା ପ୍ରାରମ୍ଭରେ ହିଁ ହାର୍ଟକୁ ସଂପୂର୍ଣ୍ଣ କାମ କରିବା ବନ୍ଦ କରିଦିଏ । ବ୍ୟକ୍ତି ହଠାତ୍ ନିଃଶ୍ୱାସ ନେବା କଷ୍ଟ ଅନୁଭବ କରେ । ଏହା ହୃଦୟର ପମ୍ପିଂ କାର୍ଯ୍ୟକୁ ପ୍ରଭାବିତ କରିବା ସହ ଶରୀରରେ ରକ୍ତ ପ୍ରବାହକୁ ବନ୍ଦ କରିଥାଏ। ଯଦି ତୁରନ୍ତ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇଯାଏ। ପ୍ରାୟତଃ ଏହା ୩୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଦେଖାଯାଏ, କିନ୍ତୁ ବେଳେବେଳେ ଶିଶୁ ଏବଂ ଯୁବକମାନେ ମଧ୍ୟ ହୃଦଘାତର ଶିକାର ହୁଅନ୍ତି।

ହୃଦଘାତର କାରଣ

ହୃଦଘାତର କାରଣ ହେଉଛି ଆରିଥମିଆ। ଯେତେବେଳେ ହୃଦସ୍ପନ୍ଦନ ଅନିୟମିତ ହୋଇଯାଏ ସେତେବେଳେ ସେହି ଅବସ୍ଥାକୁ ଆରିଥମିଆ କୁହାଯାଏ। ଶ୍ୱାସକ୍ରିୟାରେ ବିଫଳତା ହେତୁ ପିଲାମାନଙ୍କଠାରେ ହୃଦଘାତ ମଧ୍ୟ ହୋଇପାରେ। ତେବେ, ବେଳେବେଳେ ହୃଦଘାତର କାରଣ ଜଣା ପଡିନାହିଁ ତେବେ ଆସନ୍ତୁ ଜାଣିବା ହୃଦଘାତ କାହିଁକି ହୋଇଥାଏ। ଅନେକ ଥର ହୃଦଘାତର କାରଣ ଜୀବନଶୈଳୀ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପ ହେତୁ ହୋଇପାରେ । ବାସ୍ତବରେ, ଜଣେ ବ୍ୟକ୍ତିର ଭୁଲ ଅଭ୍ୟାସ ତାଙ୍କ ହାର୍ଟରେ ଅନେକ କ୍ଷତି ଘଟାଇଥାଏ, ଯାହାକୁ ହାଲୁକା ଭାବେ ଗ୍ରହଣ କଲେ ଏହା ମୃତ୍ୟୁର କାରଣ ହୋଇଯାଏ। ଏଭଳି ପରିସ୍ଥିତିରେ ହୃଦଘାତ ଭଳି ଗୁରୁତର ଅବସ୍ଥାକୁ ଏଡାଇବା ପାଇଁ ଆସନ୍ତୁ ଜାଣିବା –

ହୃଦଘାତର ପ୍ରାରମ୍ଭିକ ଲକ୍ଷଣ

ହଠାତ୍ ଚେତା ହରାଇ ପଡ଼ିଯିବା, ନାଡି ବନ୍ଦ ହୋଇଯିବା, ନିଶ୍ୱାସ ନେବାରେ ଅସୁବିଧା, ଅସ୍ୱାଭାବିକତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା, ହାର୍ଟ ବିଟ୍ ବଢିବା ଇତ୍ୟାଦି । ତଥାପି ବେଳେବେଳେ ହୃଦଘାତ ମଧ୍ୟ ହଠାତ୍ ଆସେ, ଏପରି ପରିସ୍ଥିତିରେ ପୂର୍ବରୁ କୌଣସି ପ୍ରକାରର ଲକ୍ଷଣ ଦେଖାଯାଏ ନାହିଁ।

୧. ଅଳସୁଆ ନୁହେଁ ବରଂ ସକ୍ରିୟ ହେବା ଜରୁରୀ

ଯଦି ଆପଣ ପ୍ରତିଦିନ କଠିନ ପରିଶ୍ରମ କରୁଛନ୍ତି କିମ୍ବା ସପ୍ତାହରେ କିଛି ଦିନ ଅଳ୍ପ ପରିଶ୍ରମ କରୁଛନ୍ତି, ତେବେ ଏହା ବହୁତ ଭଲ କଥା । କିନ୍ତୁ ବ୍ୟାୟାମ ବ୍ୟତୀତ, ଯଦି ଆପଣ ଦିନସାରା କୌଣସି ସ୍ଥାନରେ ବସୁଥିବେ କିମ୍ବା ଘରେ ଶୋଇରହୁଥିବେ, ତେବେ ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଅସୁବିଧା ଆଣିପାରେ ।

୨. ସ୍ୱାସ୍ଥ୍ୟ ପ୍ରତି ଅବହେଳା

ରୋଗରୁ ଦୂରେଇ ରହିବା ଯଥା ସମ୍ଭବ ଚେଷ୍ଟା କରିବା ।  ମାଦକ ଦ୍ରବ୍ୟ ସେବନ କରିବା ଦ୍ବାରା ଅନେକ କ୍ଷତି ହୋଇଥାଏ । ହୃଦଘାତରୁ ରକ୍ଷା ପାଇବା ପାଇଁ ବ୍ୟାୟାମ କରନ୍ତୁ, ଭଲ ଖାଆନ୍ତୁ ଏବଂ ଆପଣଙ୍କର ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ରକ୍ତ ସୁଗାରକୁ ଅପଡେଟ୍ ରଖନ୍ତୁ ।

୩. ଅତ୍ୟଧିକ ମଦ୍ୟପାନ

ଅତ୍ୟଧିକ ମଦ୍ୟପାନ କରିବା ହାର୍ଟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଯଦି ଜଣେ ବ୍ୟକ୍ତି ପ୍ରତିଦିନ ସୀମିତ ପରିମାଣର ମଦ୍ୟପାନ କରନ୍ତି ତାହା ହେଲେ ତାଙ୍କ ହାର୍ଟରେ କମ୍ କ୍ଷତି ହୋଇପାରେ, କିନ୍ତୁ ଯଦି ଜଣେ ବ୍ୟକ୍ତି ଅଧିକ ମଦ୍ୟପାନ କରୁଛନ୍ତି ତେବେ ଏହା ତାଙ୍କ ହାର୍ଟ ପାଇଁ ଅତ୍ୟନ୍ତ କ୍ଷତିକାର ସାବ୍ୟସ୍ତ ହୋଇଥାଏ ।

୪. ଖାଦ୍ୟ ସମ୍ବନ୍ଧୀୟ ତ୍ରୁଟି

ଖାଦ୍ୟ ସମ୍ବନ୍ଧୀୟ ତ୍ରୁଟି ଯୋଗୁ ମଧ୍ୟ ହୃଦ୍ ରୋଗ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯତ୍ନବାନ୍ ହେବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ଫାଷ୍ଟ୍ ଫୁଡ୍ ଅଧିକ ମାତ୍ରାରେ ଖାଉଛନ୍ତି, ତେବେ ଆଜି ଏହାକୁ ବନ୍ଦ କରନ୍ତୁ, ଏହା ଆପଣଙ୍କୁ ମୃତ୍ୟୁ ମୁଖକୁ ନେଇପାରେ ।

୫. ସିଗାରେଟ୍ ଟାଣିବା କ୍ଷତିକାରକ

ସିଗାରେଟ ଟାଣିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଯଦି ଆପଣ ସିଗାରେଟ୍ ଟାଣନ୍ତି ନାହିଁ ତେବେ ମଧ୍ୟ ଯେଉଁମାନେ ସିଗାରେଟ୍ ପିଉଛନ୍ତି ସେମାନଙ୍କଠାରୁ ଦୂରରେ ରୁହନ୍ତୁ, ସିଗାରେଟ୍ ଆପଣଙ୍କ ହାର୍ଟରେ ତ୍ରୁଟି ପହଞ୍ଚାଇଥାଏ। ଏଥିରୁ ନିବୃତ୍ତ ରହିବା ଦରକାର।

ସମ୍ବନ୍ଧିତ ଖବର