ଅଙ୍ଗୁରକୁ ଶୁଖାଇ କରି କିସ୍ମିସ୍ ତିଆରି କରାଯାଏ ବୋଲି ଏକଥା ପ୍ରାୟ ସମେସ୍ତ ଜାଣନ୍ତି। ମାତ୍ର କିସ୍ମିସ୍ ସଂପକରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆପଣ ଜାଣନଥିବେ। ଏହା କେବଳ ଯେ କ୍ଷିରୀର ସ୍ୱାଦ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଏ ତା ନୁହେଁ, ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ପରିଲିକ୍ଷିତ ହୋଇଛି। କିସ୍ମିସ୍ ଖାଇବା ଦ୍ୱାରା ଉତ୍ତମ ହଜମ ହେବା ସହ କୋଷ୍ଟକାଠିନତା ବି ଦୂର ହୋଇଥାଏ। ଶରୀରରେ ଆଇରନ୍ ସ୍ତର ବଢ଼ାଇବା ପାଇଁ ଏହା ଅତ୍ୟନ୍ତ ଅବର୍ଥ୍ୟ ଖାଦ୍ୟ ଭାବେ କାର୍ଯ୍ୟ କରେ। ଥଣ୍ଡା, ଜ୍ୱର, କାଶ ଆଦି ରୋଗରେ ନିରାକରଣ ବି ଏଥିରେ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ ଏହାର ସକରାତ୍ମକ ପ୍ରଭାବ ଆଖି, ଦାନ୍ତ କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍ସିୟମ୍, ଆଇରନ୍, ପଟ୍ଟାସିୟମ୍, ଫସ୍ଫରସ୍ ଏବଂ ମାଗ୍ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ, ସି, ଏକ ଏବଂ ବି-୬ ମଧ୍ୟ ରହିଛି।
ରାତିରେ ୪ଟି କିମ୍ବା ୬ଟି କିସ୍ମିସ୍କୁ ପାଣିରେ ଭେଦେଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା କିସ୍ମସ୍କୁ ଖାଇଦିଅନ୍ତୁ।
ଯେଉଁମାନଙ୍କର ସ୍ୱାସ୍ଥ୍ୟ ସହଜରେ ଲାଗେ ନାହିଁ ସେମାୋନ କିସ୍ମିସ୍ ଖାଇପାରନ୍ତି। ଏହା ଶରୀରରେ ଅତିରିକ୍ତ ଚର୍ବି ନବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ।
ଭାରତୀୟ ସମ୍ପତିଙ୍କୁ ସେମାନଙ୍କ ପ୍ରଥମ ମିଳନ ରାତିରେ କିସ୍ମିସ୍ ମିଶ୍ରିତ କ୍ଷୀର ଦେବାର ପ୍ରଥା ଥିବା କଥା ତ ଆପଣ ଜାଣିଥିବେ ନିଶ୍ଚୟ। ଏହା ଦ୍ୱାରା ଯୌନ କ୍ଷମତା ବୃଦ୍ଧି ପାଇଥାଏ।
ଏଥିରେ କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାଛଡ଼ା ହୃଦ୍ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗ ଆଦି ମଧ୍ୟ ଦୂର କରିଥାଏ।