ଫିଟ୍‌ ରହିବା ଆଜିକ‌ାଲି ପ୍ରାୟ ସମସ୍ତଙ୍କ ମୂଳ ଲକ୍ଷ୍ୟ। ନିଜକୁ ଫିଟ୍‌ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ ବିିଭିନ୍ନ ଲୋକ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି।

Advertisment

ବଲିଉଡ୍‌ର କିଛି ଜଣ ବଛା ବଛା ଫିଟ୍‌ ସେଲିବ୍ରିଟିଙ୍କ ମଧ୍ୟରୁ ରଣବୀର କପୁର ଅନ୍ୟତମ। ରଣବୀର ସଦାବେଳେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିରେ ସନ୍ଦେହ ନାହିଁ ଯେ ରଣବୀର ଜଣେ ଉତ୍ସର୍ଗୀକୃତ ଅଭିନେତା।

ତାଙ୍କ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥା ଆପଣ ଜାଣନ୍ତି କି? ଗଣମାଧ୍ୟମରେ ରଣବୀରଙ୍କ ଫିଟ୍‌ନେସ୍‌ ଟ୍ରେନର(ପ୍ରଶିକ୍ଷକ) ସୂଚନା ଦେଇ ଥରେ କହିଥିଲେ ଯେ ରଣବୀର ନିଜ ଡାଏଟ୍‌ରେ ରୁଟିକୁ ସାମିଲ୍‌ କରିନଥାନ୍ତି।

ରଣବୀର ମିଠା ଓ ଛଣା ଖାଦ୍ୟକୁ ଆଦୌ ପସନ୍ଦ କରିନଥାନ୍ତି। ସେ ସାଧାରଣ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ତାଙ୍କୁ ବର୍ଗର ଖାଇବାକୁ ଖୁବ୍‌ ଭଲ ଲାଗେ। ମାତ୍ର ଆବଶ୍ୟକସ୍ଥଳେ ସେ ଏହାକୁ ବି ତ୍ୟାଗ କରିଥାନ୍ତି।

ସେ ତାଙ୍କର ସକାଳ ଜଳଖିଆରେ ଅଣ୍ଡା, ବ୍ରାଉନ୍‌ ବ୍ରେଡ୍‌ ଓ ପ୍ରୋଟିନ୍‌ ସେକ୍‌ ନେଇଥାନ୍ତି। ମଧ୍ୟାହ୍ନରେ ବ୍ରାଉନ୍‌ ରାଇସ୍‌, ଡାଲି, ଚିକେନ୍‌ ଓ ସବୁଜ ପରିବାର ଏକ ତରକାରୀ ଖାଇଥାନ୍ତି ରଣବୀର।

ସେ ‌ରୁଟି ବଦଳରେ ବ୍ରାଉନ୍‌ ରାଇସ୍‌, ଟୋଷ୍ଟ୍‌ ଓ ବିରିୟାନି ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ରଣବୀର ତାଙ୍କ ଫିଟ୍‌ନେସ୍‌ ପାଇଁ ଖୁବ୍ ଉତ୍ସର୍ଗୀକୃତ ବୋଲି ତାଙ୍କ ପ୍ରଶିକ୍ଷକ କହିଛନ୍ତି। ସେ ଖାଇବା ସହ ଶୋଇବା ଓ ପିଇବା ଉପରେ ବି ବେଶ୍‌ ଗୁରୁତ୍ବ ଦେଇଥାନ୍ତି।