ବାର୍ଷିକ ରାଶିଫଳ ୨୦୧୮: ମେଷ: ଏ ବର୍ଷ ଭାଗ୍ୟ ଆପଣଙ୍କ ଲାଗି ଅନୁକୂଳ ରହିବ

ଏ ବର୍ଷ ଭାଗ୍ୟ ଆପଣଙ୍କ ଲାଗି ଅନୁକୂଳ ରହିବ। ଜୁନ୍‌ରୁ ଅକ୍‌ଟୋବର ମାସ ମଧ୍ୟରେ ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆପଣଙ୍କୁ ପ୍ରଚୁର ଲାଭ ମିଳିବ। ଏ ବର୍ଷ ସେୟାର ବଜାର ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ଦେଇପାରେ। ଚାକିରିଆଙ୍କ ପାଇଁ ବର୍ଷଟି ଠିକ୍‌ ରହିବ। ଫେବ୍ରୁଆରି, ମାର୍ଚ୍ଚ ଓ ଜୁଲାଇରୁ ଅକ୍‌ଟୋବର ମାସ ମଧ୍ୟରେ ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଚାକିରି ତଲାସରେ ଥିବା ବ୍ୟକ୍ତିମାନେ ଅପେକ୍ଷା କରନ୍ତୁ, ବର୍ଷର ଶେଷାର୍ଦ୍ଧରେ ବଡ଼ କମ୍ପାନିରେ ନିଯୁକ୍ତି ପାଇବେ। ସମାଜସେବା ଓ ରାଜନୈତିକ ଜୀବନରେ ସୁଫଳ ମିଳିବ। ଏ ବର୍ଷ ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ଅପ୍ରେଲ୍‌, ମଇ ମାସରେ ଜୀବନସାଥୀଙ୍କ ସହିତ ବଡ଼ ସହରକୁ ଛୁଟି କଟାଇବା ପାଇଁ ଯାଇପାରନ୍ତି। ପ୍ରେମିକ ପ୍ରେମିକାଙ୍କ ପାଇଁ ବର୍ଷଟି ଅବିସ୍ମରଣୀୟ। ପ୍ରେମ ସମ୍ବନ୍ଧରେ ମନସ୍କାମନା ପୂରଣ ହେବ। ଏ ବର୍ଷ ଇଂଜିନିୟରିଂ ଏବଂ ଏମ୍‌.ବି.ଏ. ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଯେଉଁମାନଙ୍କର ରକ୍ତଚାପ ଓ ହୃଦ୍‌ରୋଗ ଅଛି, ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ସମ୍ବନ୍ଧିତ ଖବର