ବର୍ଷା ଋତୁରେ ମୂଷାମାନେ ସାଧାରଣତଃ ପଦାରୁ ଘର ଭିତରକୁ ପଶି ଆସନ୍ତି। ସେମାନଙ୍କ କବଳରୁ ରକ୍ଷା ପାଇବା ଲାଗି ଆମେ ବଜାରରେ ମିଳୁଥିବା ଔଷଧ ବା ଅଠା ଆଣି କାମରେ ଲଗାଇଥାଉ। ହେଲେ ଘରେ ଏମିତି କିଛି ସାମଗ୍ରୀ ଅଛି,ଯାହା ଉପାୟରେ ମୂଷାକୁ ଦୂରେଇ ହେବ।
ଆସନ୍ତୁ ଜାଣିବା ସେଗୁଡିକ କ’ଣ?........
ପେଚାର ପକ୍ଷ:- ପେଚାର ପରକୁ ମୂଷା ଭାରି ଡ଼ରନ୍ତି। ଏଣୁ ଘରେ ପେଚାର ପକ୍ଷ ରଖିଲେ ମୂଷା ଘରକୁ ଆସନ୍ତି ନାହିଁ।
ପିଆଜ:-ମୂଷାମାନେ ପିଆଜ ଗନ୍ଧକୁ ମଧ୍ୟ ଭଲ ପାଆନ୍ତି ନାହିଁ। ଏହା ସେମାନଙ୍କ ପକ୍ଷେ ଅସହ୍ୟ ହୋଇଥାଏ। ଏଣୁ ଘରେ ମୂଷା ହେଉଥିଲେ ଛୋଟ ଛୋଟ ପିଆଜ ଖଣ୍ଡ କାଟି ରଖି ଦିଅନ୍ତୁ।
ଫିଟିକରି:- ମୂଷା ଦେଖାଯାଉଥିବା ସ୍ଥାନରେ ବା ମୂଷା ଗାତରେ ଫିଟିକରି ଗୁଣ୍ଡ ରଖି ଦେଲେ ,ମୂଷା ଘରୁ ପଳାଇ ଯାଆନ୍ତି।
ଗୋଲମରିଚ:- ପାଣିରେ ଗୋଲମରିଚ ମିଶାଇ ମୂଷା ଗାତ ପାଖରେ ଛିଞ୍ଚିଦେଲେ ସେହି ବାସ୍ନାରେ ମୂଷା ଚାଲିଯାଆନ୍ତି।
ପୋଦିନା ପତ୍ର:-ପୋଦିନା ପତ୍ରର ବାସ୍ନା ଥିଲେ ମୂଷା ସେଠାକୁ ଆସେନା। ଏଣୁ ଘରେ ପୋଦିନା ଲଗାଇଲେ ଭଲ। ନତୁବା ପୋଦିନା ତେଲରେ ତୁଳା ଭିଜାଇ ରଖି ଦିଅନ୍ତୁ। ତା’ର ବାସ୍ନାରେ ଘରେ ମୂଳା ପଶିବନି,ଯଦି ଚେଷ୍ଟା କରୁଥିବ ଫେରିଯିବ।