ଛଣା ତେଲରେ ତରକାରୀ ପ୍ରସ୍ତୁତ କରୁଛନ୍ତି କି?
ଘରେ ବେଳେ ବେଳ ପୁରି ବା ପକୁଡ଼ି ଛଣା ଯାଇଥିବା ତେଲରେ ଅନ୍ୟ ତରକାରୀ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଥରେ ବ୍ୟବହୃତ ହୋଇଥିବା ତେଲକୁ ପୁଣିଥରେ ରୋଷେଇରେ ବ୍ୟବହାର କରିବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ପ୍ରଥମ କାରଣ ହେଲା ତେଲକୁ ବାରମ୍ବାର ଗରମ କରିଲେ ସେଥିରେ ଧୀରେଧୀରେ ଫ୍ରି ରେଡିକଲ୍ ସର ତିଆରି ହୋଇଥାଏ। ଏହା ଫଳରେ ସେହି ତେଲରେ ଆଣ୍ଟି ଆକ୍ସିଡ଼େଣ୍ଟ୍ର ମାତ୍ରା ସରିଯାଇଥାଏ ଓ ସେହି ତେଲରେ କର୍କଟରୁ କୀଟାଣୁ ଜନ୍ମ ନେଇଥା’ନ୍ତି। ଏମାନେ ଖାଦ୍ୟରେ ଲାଗିଲେ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିଥା’ନ୍ତି।
ଦ୍ୱିତୀୟ ଥର ବ୍ୟବହୃତ ହେଉଥିବା ତେଲ ଆମ ଶରୀରରେ କେତେକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ଏହି ତେଲ ଦ୍ୱାରା ପ୍ରସ୍ତୁତ ତରକାରୀ ଖାଇଲେ କୋଲେଷ୍ଟ୍ରଲ୍ର ସ୍ତର ମଧ୍ୟ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ, ହୃଦୟ ଜନିତ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ। ଏଣୁ ଏସବୁ କଥା ଜାଣିବା ପରେ ଆମେ ଅଉ ଛଣା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ନାହିଁ।