ଜୀବନରେ ଅନେକ ବାଙ୍କ ଆସେ। ସେହି ବାଙ୍କ ଦେଖି ପଛକୁ ନ ଫେରି ଆଗକୁ ଚାଲିବାରେ ହିଁ ରହିଛି ଜନ୍ମର ସାର୍ଥକତା। ବିଭିନ୍ନ ପରିସ୍ଥିତି, ବିଭିନ୍ନ ଧରଣର ବ୍ୟକ୍ତିଙ୍କ ସହ ନିଜକୁ ଖାପ ଖୁଆଇ ପାରିବା ହିଁ ଜୀବନ। ମାତ୍ର କେତେ ବର୍ଷ ଜୀବନ ଦେଇପାରେ ହଜାର ହଜାର ଯୁଗର ଅନୁଭବ ଓ ଅନୁଭୂତି। ଜୀବନ ଜିଇଁବା ଆହୁରି ସହଜ ହୋଇଯିବ ଯଦି ଆପଣ ନିଜ ଚାରିପାଖରେ ଥିବା ବ୍ୟକ୍ତିଙ୍କୁ ଉଚିତ ଭାବେ ଚିହ୍ନିପାରନ୍ତି। ତେବେ ଚାଲନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା ନିଜ ଚତୁପାର୍ଶ୍ୱ ବ୍ୟକ୍ତିଙ୍କୁ କିପରି ପରଖିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପିଲାଦିନେ ସମସ୍ତଙ୍କ ମନରେ ଏହି ଧାରଣା ନିଶ୍ଚୟ ଥାଏ ଯେ ବେଶି ପାଠ ପଢ଼ାଉନଥିବା ବା ପାଠ ଭୁଲ୍ କଲେ ଦଣ୍ଡ ଦେଉନଥିବା ଗୁରୁ ଭଲ ହୋଇଥାନ୍ତି। ଏକଥା କହିବା ଆବଶ୍ୟକ ନୁହେଁ ଯେ, ଆପଣ ଇତିମଧ୍ୟରେ ସାଧାରଣ ଓ ଉତ୍ତମ ଗୁରୁଙ୍କର ପରିଚୟ ନିଜେ ପାଇ ସାରିବେଣି। କଡ଼ା ପଣରେ ଭିତରେ ହିଁ ଲୁଚିଥାଏ ଅସଲି ଶିକ୍ଷକ।
ପିଲାଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ପୂରା କରିପାରୁଥିବା ବା ପିଲାଙ୍କ ପାଖରେ ଛାଇ ପରି ଲାଗି ରହିଥିବା ବାପାମାଆ ଆମ ଦୃଷ୍ଟିରେ ଉତ୍ତମ ହୋଇଥାନ୍ତି। ମାତ୍ର ଚାଣକ୍ୟ ନୀତିରେ କୁହାଯାଇଛି ଯେ ପିଲାକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଉତ୍ତମ ବାପାମାଆ ଦୂରତ୍ୱ ଅବଲମ୍ବନ କରି ପିଲାର ଦକ୍ଷତା ପରଖି ଥାଆନ୍ତି।
ଆମ ସହ ଅଧିକ ସମୟ ଅତିବାହିତ କରୁଥିବା ବା ମିଠା ମିଠା କଥା କହୁଥିବା ବ୍ୟକ୍ତିଙ୍କୁ ଆମେ ଆପଣାର ଭାବିବାର ଭୁଲ୍ କରି ବସୁ। ମାତ୍ର ଆପଣାପଣ ଦୂରତ୍ୱରେ ବି ମପାଯାଇ ପାରେ, ଏହା ଏକ ଅନୁଭବ ମାତ୍ର। ଉଭୟ ପତ୍ୟେକ୍ଷ ଓ ପରୋକ୍ଷରେ ସାମ୍ନା ଲୋକର ସୁଚିନ୍ତା କରିବା ବାସ୍ତବିକ ଆପଣ ଲୋକର ପ୍ରାଥମିକତା ହୋଇଥାଏ।
ସବୁ କାର୍ଯ୍ୟରେ ସମର୍ଥନ ଜଣାଉଥିବା ଲୋକଟେ ଯେ ବନ୍ଧୁ, ସେପରି ଭାବିବା ଭୁଲ୍। ଉଚିତ, ଅନୁଚିତର ଫରକ ବୁଝାଇ ବାଟକୁ ଆଣିପାରୁନଥିବା ବ୍ୟକ୍ତିଟି କେବେ ବନ୍ଧୁ ପଦବାଚ୍ୟ ନୁହେଁ।
କଥାଟି ଯେତେ ପୁରୁଣା ହେଲେ ବି ଏହାକୁ ଉଲ୍ଲେଖ କରିବାର ସୁଯୋଗକୁ ହାତଛଡ଼ା କରାନଯାଇପାରେ ଯେ ସୁଖ ସମୟରେ ସାଥୀରେ ରହୁଥିବା ଲୋକ ଓ ଦୁଃଖ ସମୟରେ ସାଥୀରେ ରହୁଥିବା ଲୋକ ଭିତରର ପାର୍ଥକ୍ୟକୁ ନିଶ୍ଚୟ ବୁଝନ୍ତୁ।