ଦିନରେ ଏମିତି କାର୍ଯ୍ୟ କରିଥିବା ବ୍ୟକ୍ତି ରାତିରେ ନିଶ୍ଚୟ ପଶ୍ଚାତାପ କରନ୍ତି!

ବ୍ୟସ୍ତବହୁଳ ଜୀବନରେ ମଣିଷ ଏମିତି ବୁଡ଼ିଯାଏ ଯେ ସେ କେତେବେଳେ କ’ଣ କରେ ତାହା ନିଜେ ବି ଜାଣିପାରେନା। ବେଳେ ବେଳେ ଅଜାଣତରେ ଅନେକ ଭୁଲ୍‌ କରି ବସେ। ଯେତେ ଖରାପ ଲୋକ ହେଲେ ବି ଭୁଲ୍‌ ଜାଣିବାର କ୍ଷମତା ଭଗବାନ ସଭିଙ୍କୁ ଦେଇଛନ୍ତି, ତାହା ଭିନ୍ନ କଥା ଯେ କିଏ ଭୁଲ ସ୍ୱୀକାର କରନ୍ତି ତ କିଏ କରନ୍ତିନି। ତେବେ, ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ ଯେ ଦିନରେ ଏମିତି କରିଥିବା କେଉଁ ଭୁଲ୍‌ ପାଇଁ ରାତିରେ ପଶ୍ଚାତାପ କରିବାକୁ ପଡ଼େ। ସେ ସଂପର୍କରେ ନିମ୍ନରେ ଉଲ୍ଳେଖ କରାଯାଇଛି।

ବେଳେ ବେଳେ ବ୍ୟସ୍ତତା ହେତୁ ଅନାବଶ୍ୟକ କ୍ଷେତ୍ରରେ ବି ଆମେ ଆମ ପ୍ରିୟ ଲୋକଙ୍କ ଉପରେ ଟିକେ ଚିଡ଼ିଚିଡ଼ା ପଣ ଦେଖାଇଥାଉ। ଭଲ କଥାରେ ବି ଅଯଥାରେ ବିରକ୍ତ ଭାବ ପ୍ରକାଶ କରିଥାଉ। ସେ ସମୟରେ କିଛି ବି ଲାଗେ ନାହିଁ। ମାତ୍ର ଯେତେବେଳେ ସବୁ କାମ ସାରିବା ପରେ ବ୍ୟକ୍ତି ବିଛଣାକୁ ଯାଏ ସେ ବିଷୟରେ ଭାବି ଦେଲେ ଭାରି ମନ ଦୁଃଖ ହୁଏ। ଭଲପାଉଥିବା ଲୋକଟିକୁ ଅକାରଣରେ କଷ୍ଟ ଦେଇଥିବା କଥା ଭାବି ପଶ୍ଚାତାପ କରିବାକୁ ପଡ଼େ। ଏ ସମସ୍ୟାକୁ ଦୂରେଇବା ପାଇଁ କଥା କହିବା ବେଳେ ଟିକେ ସାବଧାନତା ଅବଲମ୍ବନ କଲେ ହେଲା।

କାର୍ଯ୍ୟ କ୍ଷେତ୍ରରେ ଅଧିକାଂଶ ସମୟରେ କାମ କରିବାକୁ ଇଚ୍ଛା ନଥିଲେ ଟିକେ ଢିଲା ମାରି ଦେବା ପରି ପ୍ରବୃତି ଅଳ୍ପ ବହୁତ ସବୁ ମଣିଷଙ୍କ ପାଖରେ ରହିଛି। ରାତିରେ ସେକଥା ମନେ ପଡ଼ିଲେ ବାରି ବିବ୍ରତ ଲାଗେ। ଠକିବା ବେଳେ ସିନା ବିଶେଷ କିଛି ଲାଗେ ନାହିଁ ବିଛଣାକୁ ଯିବା ପରେ କିନ୍ତୁ ନିଜକୁ ଦୋଷୀ ଅନୁଭବ ହୁଏ। କର୍ମମୟ ଜୀବନରେ କାମ ନ କରି ଠିକିଥିବା ହେତୁ ରାତିରେ ପଶ୍ଚାତାପ କରିବାକୁ ପଡ଼େ। ଦିନରେ କାମ କରିବାକୁ ଇଚ୍ଛା ନ ହେଲେ ଆଗ୍ରହ ରହିଥିବା କାର୍ଯ୍ୟରୁ କାମ ଆରମ୍ଭ କରନ୍ତୁ ଆପେ ଆପେ ଇଚ୍ଛା ହୋଇଯିବ।

ତ୍ରୁଟି ସବୁ ମଣିଷଙ୍କ ଦ୍ୱାରା ହୋଇଥାଏ। ସବୁଦିନ ଏପରି ଲାଗେ କି କାଲିଠାରୁ ଆଉ ମୋ ଦ୍ୱାରା ଭୁଲ୍‌ ହେବ ନାହିଁ। ମାତ୍ର କିଛି ନା କିଛି ଭୁଲ୍‌ ନିଶ୍ଚୟ ହୋଇଯାଏ। ଯେଉଁଥି ପାଇଁ ବିଛଣାକୁ ଯିବା ମାତ୍ରେ ନିଜକୁ ଭାରି ଛୋଟ ଲାଗେ। ଏହାର ସମାଧାନ ହେଉଛି ସତର୍କତା ଅବଲମ୍ବନ କରିବା। ମଣିଷ ଦ୍ୱାରା ହେଉଥିବା ଅଧିକରରୁ ଅଧିକ ତ୍ରୁଟି ଅସାବଧାନତା ହେତୁ ହୋଇଥାଏ।

ସମ୍ବନ୍ଧିତ ଖବର