କାହିଁକି ପ୍ରେମିକଙ୍କୁ ଅଧାରାସ୍ତାରେ ଛାଡ଼ି ପଳାନ୍ତି ପ୍ରେମିକା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ମହିଳା ଓ ପୁରୁଷ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ୁଛନ୍ତି। ତେବେ ଦେଖିବାକୁ ଗଲେ ବର୍ତ୍ତମାନ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରେମ ଓ ପ୍ରତାରଣାର ଶିକାର ହେଉଛନ୍ତି । ଏଥିପାଇଁ ମହିଳାମାନଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ଏହା ପଛରେ କିଛି ଅଜଣା କାରଣ ରହିଥାଏ । ଆଜି ଆମେ ଆପଣଙ୍କୁ ସେହି କାରଣ ବିଷୟରେ କହିବା ପାଇଁ ଯାଉଛୁ ।

our Teen Magazine

କଥାରେ ଅଛି , ଦୁନିଆରେ ସୁଖ କେବେ ଟଙ୍କାରେ କିଣି ହୁଏନା । କିନ୍ତୁ ପ୍ରକୃତରେ ଦୁନିଆରେ ବଞ୍ଚିବା ନିମନ୍ତେ ଆବଶ୍ୟକ ସମସ୍ତ ଜିନିଷ ପାଇଁ ଟଙ୍କା ଜରୁରୀ । ଏଣୁ ଜଣେ ମହିଳା ସବୁବେଳେ ତାହାର ଉତ୍ତମ ଭବିଷ୍ୟତ ପାଇଁ ତାଙ୍କ ପ୍ରେମିକ ଭଲ ରୋଜଗାର କରନ୍ତୁ ବୋଲି ଚାହିଁଥାନ୍ତି । ଏପରିକି କିଛି ମହିଳା ନିଜ ପ୍ରେମିକଙ୍କୁ ଏହି କାରଣ ଦର୍ଶାଇ ବିବାହ ପାଇଁ ମନା ମଧ୍ୟ କରନ୍ତି ।

Pinterest

କିଛି ମହିଳା ନିଜ ପ୍ରେମ ପାଇଁ ଦୁନିଆ ସହ ଳଢ଼ିବାକୁ ରାଜି ଥିବା ବେଳେ କିଛି ସମାଜ ଏବଂ ପରିବାରର ଡ଼ରରେ ଚୁପ ରହିଥାନ୍ତି । ଏପରିକି ନିଜ ମାତାପିତାଙ୍କ ଖୁସି ପାଇଁ ନିଜ ଖୁସିର ବଳିଦାନ ଦେଇଥାନ୍ତି । ମହିଳାଙ୍କ ଏହି ବଳିଦାନକୁ କିଛି ପ୍ରେମିକ ବୁଝିଥିବା ବେଳେ କିଛି ବିଶ୍ୱସଘାତକତାର ନାମ ଦେଇଥାନ୍ତି।

Collective Evolution

ପ୍ରେମରେ ପଡ଼ିବାପରେ ପ୍ରେମିକ-ପ୍ରେମିକା ପରସ୍ପର ବିଷୟରେ ପ୍ରାୟତଃ ସମସ୍ତ କଥା ଜାଣିଥାନ୍ତି । ଜଣେ ମହିଳା ସର୍ବଦା ଚାହିଁଥାନ୍ତି ତାଙ୍କ ପିତା ଯେପରି ତାଙ୍କର ଧ୍ୟାନ ରଖିଛନ୍ତି ଠିକ ସେହିଭଳି ତାଙ୍କ ସାଥି ମଧ୍ୟ ତାଙ୍କର ଧ୍ୟାନ ରଖନ୍ତୁ । କିନ୍ତୁ ଯେତେବେଳେ ସାଥି ଜଣଙ୍କ ପ୍ରେମିକାର ଭାବନା ନ ବୁଝି ତା’ ସହ ସମସ୍ତ ଜିନିଷରେ ଯୋର ଦବରଦସ୍ତି କରିବା ଆରମ୍ଭ କରିଦିଏ ସେତେବେଳେ ମହିଳା ଜଣଙ୍କ ସଂପର୍କ ଭାଙ୍ଗିବାକୁ ନିର୍ଣ୍ଣୟ ନେଇଥାନ୍ତି ।

ସମ୍ବନ୍ଧିତ ଖବର