ଏହି ୪ଟି ଖରାପ ଅଭ୍ୟାସ ଯୋଗୁଁ ବଢ଼ିଥାଏ ଅବସାଦ! ଜାଣନ୍ତୁ ଏଥିରୁ ମୁକୁଳିବାର ଉପାୟ…

ବଢ଼ୁଥିବା ଅବସାଦ କାରଣରୁ ବ୍ୟକ୍ତି କେବେ ଅନ୍ୟକୁ ତ ଆଉ କେତେବେଳେ ନିଜ ଭାଗ୍ୟକୁ ଦୋଷ ଦେଇଥାଏ। ହେଲେ, କ’ଣ ଆପଣ କେବେ ବି ଭାବିଛନ୍ତି ଯେ, ଆପଣଙ୍କ ଭିତରେ ଥିବା ଖରାପ ଅଭ୍ୟାସ ମଧ୍ୟ ଆପଣଙ୍କ ଅବସାଦକୁ ବଢ଼ାଇବାରେ ଅନେକ ପରିମାଣରେ ଦାୟୀ ବୋଲି। ତେବେ, ଏବେ ଆସନ୍ତୁ ଜାଣିବା କି କ’ଣ ସବୁ ଏହି ସବୁ ଖରାପ ଅଭ୍ୟାସ, ଯେଉଁ କାରଣକୁ ନେଇ ବ୍ୟକ୍ତି ଅବସାଦଗ୍ରସ୍ତ ହୋଇଥାଏ।…

୧- ଖାଦ୍ୟପେୟରେ ଅନିୟମିତତା:
ସାଧାରଣତଃ ଭୋଜନ ଗ୍ରହଣର ସମୟ ମଧ୍ୟରେ ଯଦି ଲମ୍ବା ଅନ୍ତର ରହିଥାଏ, ତେବେ ଏହାଦ୍ୱାରା ବ୍ୟକ୍ତିକୁ ମାନସିକସ୍ତରରେ ଉତକ୍ଷିପ୍ତ କରିଥାଏ। ଯେଉଁ କାରଣକୁ ନେଇ ବ୍ୟକ୍ତି ମଧ୍ୟରେ ଅବସାଦର ସ୍ତରଟି ବହୁ ମାତ୍ରାରେ ବଢ଼ି ଯାଇଥାଏ। ଆଉ ଯଦି ଆପଣ ସୁସ୍ଥ ଓ ଅବସାଦ ମୁକ୍ତ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ସମୟ ପୂର୍ବରୁ ଭୋଜନ କରନ୍ତୁ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ।

୨- ବନ୍ଧୁ ଏବଂ ପରିବାରଠାରୁ ଦୂରତା:
ସଂପ୍ରତି ସମୟର ଅଭାବ କାରଣରୁ ବ୍ୟକ୍ତି ତା’ର ବନ୍ଧୁ ଏବଂ ପରିବାର ସହିତ କଥାବାର୍ତ୍ତା କେବଳ ସୋସିଆଲ୍‌ ନେଟ୍‌ଓ୍ଵାର୍କିଙ୍ଗ୍‌ େଓ୍ଵବ୍‌ସାଇଟ୍‌ ଏବଂ ମୋବାଇଲ୍‌ ଫୋନ୍‌ ମଧ୍ୟରେ ସୀମିତ ରଖୁଛି। ଯେଉଁ କାରଣକୁ ନେଇ ବ୍ୟକ୍ତିର ଜୀବନରେ ଏକୁଟିଆପଣ ଏମିତି ଭାବରେ ବଢ଼ିଯାଉଛି ଯେ ଏହା ତା’ ପାଇଁ ଅବସାଦର କାରଣ ପାଲଟୁଛି। ତେବେ, ଏହି ପରିସ୍ଥିତିରେ ଆପଣ ଆପଣଙ୍କର ରୁଟିନ୍‌ ଲାଇଫ୍‌କୁ କିଛି ଏମିତି ଭାବରେ ମ୍ୟାନେଜ୍‌ କରନ୍ତୁ; ଯେଉଁଥିରେ କି ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ସହିତ କିଛି ବିଶେଷ ସମୟ ଅତିବାହିତ କରିପାରିବେ!

୩- ବହୁତ ସମୟ ଧରି କାର୍ଯ୍ୟ କରିବା:
ଅଫିସ୍‌ରେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରିବା ପରେ ମଧ୍ୟ ଯଦି ଆପଣ ପୁଣିଥରେ ଘରକୁ ଫେରିବା ପରେ ବି ଅଫିସ୍‌ କାର୍ଯ୍ୟ କରୁଛନ୍ତି, ତେବେ ଆପଣଙ୍କ କାମର ବୋଝ ଆପଣଙ୍କୁ ବହୁତ ଶୀଘ୍ର ହିଁ ଅବସାଦ ଗ୍ରସ୍ତ କରାଇଦେବ। ଏମିତିକି ଏହା ଆପଣଙ୍କୁ ଅବସାଦର ଚରମ ସୀମାରେ ପହଞ୍ଚାଇବାକୁ ମଧ୍ୟ ପଛାଇବ ନାହିଁ।

୪-ଠିକ୍‌ ସମୟରେ ନ ଶୋଇବା:
ବ୍ୟକ୍ତିର ସୁସ୍ଥ ଶରୀର ଲାଗି ତାହାକୁ ପ୍ରତ୍ୟେକ ଦିନ ୮ଘଣ୍ଟାର ସୁଖଦ ନିଦ୍ରା ଆବଶ୍ୟକ। ହେଲେ, ସାଂପ୍ରତିକ ସ୍ଥିତିରେ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌, ଟ୍ଵିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ମେସେଞ୍ଜର ଆଦି ସୋସିଆଲ୍‌ ସାଇଟ୍‌ରେ ବ୍ୟକ୍ତି ଅଧିକ ରାତି ପର୍ଯ୍ୟନ୍ତ ସକ୍ରିୟ ରହୁଛି। ଆଉ ଏହି କାରଣ ପାଇଁ ବ୍ୟକ୍ତିର ଆବଶ୍ୟକୀୟ ନିଦ୍ରା ସଂପୂର୍ଣ୍ଣ ହୋଇପାରୁ ନାହିଁ। ଯାହାକି ପରବର୍ତ୍ତୀ ସମୟରେ ବ୍ୟକ୍ତି ଠାରେ ଅବସାଦ ବୃଦ୍ଧିର କାରଣ ପାଲଟୁଛି।

ସମ୍ବନ୍ଧିତ ଖବର