ସାଧାରଣତଃ ଲୋକମାନେ ଗ୍ୟାଷ୍ଟ୍ରିକ ସମସ୍ୟାକୁ ସହଜରେ ନିଅନ୍ତି, ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ଏଥିପାଇଁ ଭୋକ କମ୍ ହେବା, ଚେଷ୍ଟ୍ ପେନ୍ ଓ ପେଟ ଫୁଲିବା ଆଦି ସମସ୍ୟା ହୋଇଥାଏ । ନ୍ୟାସନାଲ ଇଂଷ୍ଟିଚ୍ୟୁଟ୍ ଅଫ୍ ଆର୍ୟୁବେଦର ବିଶେଷଜ୍ଞ ଡାକ୍ତର ସି.ଆର.ଯାଦବଙ୍କ ମତ ଅନୁସାରେ ପାଞ୍ଚଟି କାରଣ ପାଇଁ ଗ୍ୟାଷ୍ଟ୍ରିକ୍ ହୋଇଥାଏ । ସେଥି ପ୍ରତି ଧ୍ୟାନ ଦେଲେ ତାହା ଦୂର ହୋଇଯାଏ।
୧- ପେଟରେ ଖରାପ ହେଲେ ଏବଂ ଶରୀରରେ ବ୍ୟାକ୍ଟେରିଆ ବାଲାନ୍ସ ବା ସନ୍ତୁଳନ ନ ରହିଲେ ଗ୍ୟାସ୍ ହୋଇଥାଏ । କେତେବେଳେ ବି ଏହି ଅସନ୍ତୁଳନ କିଛି ରୋଗର ସାଇଡ୍ ଇଫେକ୍ଟ ପାଇଁ ହୋଇଥାଏ । ତାହା ଧ୍ୟାନରେ ରଖି ଚିକିତ୍ସା ହେବା ଉଚିତ୍।
୨-ରସୁଣ, ପିଆଜ ଓ ବିନ୍ସ ଆଦି ପନିପରିବା ଏହି ଭଲ ଓ ଖରାପ ବ୍ୟାକ୍ଟେରିଆ ଭିତରେ ସନ୍ତୁଳନ ବିଗିଡ଼ିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ଜିନିଷ ଅଧିକ ପରିମାଣରେ ଖାଇବା କଥା ନୁହେଁ ।
୩- କୋଷ୍ଠକାଠିନ୍ୟ ପାଇଁ ଶରୀରରୁ ଟକ୍ସିନ୍ ବାହାରକୁ ଆସି ନ ଥାଏ । ସେଥିପାଇଁ ମଧ୍ୟ ଗ୍ୟାସ୍ ହୋଇଥାଏ । ଦିନକୁ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ । ଖାଦ୍ୟରେ ଫାଇବର ଜାତୀୟ ଦ୍ରବ୍ୟ ଅବଶ୍ୟ ଖାଆନ୍ତୁ । ଫଳରେ ଏହା ଦୂର ହୋଇଯିବ ।
୪-କିଛି ଆଣ୍ଟିବାୟୋଟିକ୍ସର ସାଇଡ୍ ଇଫେକ୍ଟ ପାଇଁ ଭଲ ବ୍ୟାକ୍ଟେରିଆ କମ୍ ହୋଇଯାଆନ୍ତି । ଫଳରେ ଡାଇଜେସନ୍ ହୋଇ ନ ଥାଏ । ଗ୍ୟାସ୍ ଲାଗି ରହେ। ଏଥିପାଇଁ କିଛି ଆଣ୍ଟିବାୟାଟିକ୍ ନେବା ପୂର୍ବରୁ ପ୍ରଥମେ ଗ୍ୟାଷ୍ଟିକ୍ ମେଡିସିନ୍ ଖାଇବା ଉଚିତ୍ ।
୫- ବେଳେବେଳେ ଜଲ୍ଦି ଖାଇବା ଦ୍ୱାରା ଖାଦ୍ୟକୁ ଠିକ୍ ଭାବରେ ଚୋବେଇ ଖାଇ ହୁଏ ନାହିଁ । ଏହି କାରଣରୁ ମଧ୍ୟ ଗ୍ୟାସ୍ ହୋଇଥାଏ । ଏଥିପାଇଁ ଖାଦ୍ୟ ଆରାମରେ ଚୋବେଇ ଖାଇବା ଉଚିତ୍ । ଫଳରେ ସହଜରେ ହଜମ ହୋଇଥାଏ । ଏଣୁ ଖାଇବା ସମୟରେ କଥାବାର୍ତ୍ତା ହେବା ଓ ଟିଭି ଦେଖିବା ଉଚିତ ନୁହେଁ ।