ତୀବ୍ର ଗତିରେ ବଢ଼ିବାରେ ଲାଗିଛି କିଡ୍‌ନୀ ଷ୍ଟୋନ ସମସ୍ୟା, ଲକ୍ଷଣ ଜାଣି ରୁହନ୍ତୁ ସଜାଗ

ଆଜିକାଲି ଷ୍ଟୋନ ସମସ୍ୟା ଅତି ସାଧାରଣ ହୋଇଗଲାଣି । ପ୍ରତି ୧୦ଜଣଙ୍କ ମଧ୍ୟରେ ୬ଜଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି । ଅନେକ ସମୟରେ ଲୋକେ ଏହାର ଲକ୍ଷଣ ଏବଂ ଏଭଳି ହେବାର କାରଣ ନ ଜାଣି ପାରି ଏହାର ଶିକାର ସହଜରେ ହୋଇ ଯାଇଥାନ୍ତି । ଆଜି ଆମେ ଏହାର ଲକ୍ଷଣ ଏବଂ ଏଭଳି ସମସ୍ୟାରୁ ବଞ୍ଚିବା ପାଇଁ କେଉଁ କାମ କରିବାକୁ ହେବ ତାହା ଜଣାଇବୁ । ପ୍ରଥମେ ଆସନ୍ତୁ ଜାଣିବା ଲକ୍ଷଣ ବିଷୟରେ…..

ଶରୀରରେ ଷ୍ଟୋନ ସମସ୍ୟା ଥିଲେ ଅଣ୍ଟା ବା ବାହୁରେ ଗଭୀର ଯନ୍ତ୍ରଣା ଅନୁଭବ ହେବା, ପରିଶ୍ରାରେ ରକ୍ତ ପଡ଼ିବା, ବାନ୍ତି ହେବା, ପରିଶ୍ରା ପୋଡ଼ା ହେବା, ସବୁ ବେଳେ ପରିଶ୍ରା ଲାଗିବା ଭଳି ସମସ୍ୟା ଦେଖା ଯାଇଥାଏ । ଏହି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ହେଲେ ଆପଣାନ୍ତୁ ଏହି ସବୁ ଉପାୟ….

୧. ଉଚିତ ପରିମାଣରେ ପାଣି ନ ପିଇବା ଦ୍ୱାରା ଶରୀରରେ ଷ୍ଟୋନର ସମସ୍ୟା ଦେଖା ଯାଇଥାଏ । ଅଧିକ ଚା’ ବା କଫିର ସେବନ କରିବା ଦ୍ୱାରା ମଧ୍ୟ ଷ୍ଟୋନ ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in

୨. କମ ଲୁଣ ଖାଇବାକୁ ଚେଷ୍ଟା କରନ୍ତୁ । ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟୋନ ହେବାର ଆଶଙ୍କା ବଢ଼ି ଯାଇଥାଏ ।

୩. କ୍ୟାଲିସିୟମ ବଟିକା କେବେ ହେଲେ ରାତି ସମୟରେ ଖାଆନ୍ତୁ ନାହିଁ । ସବୁ ବେଳେ ମଧ୍ୟାହ୍ନ ସମୟରେ ଏହାକୁ ଖାଇବାକୁ ଚେଷ୍ଟା କରନ୍ତୁ ଏବଂ ଖାଇବା ପରେ ଜମା ବି ଶୁଅନ୍ତୁ ନାହିଁ । କାରଣ କ୍ୟାଲିସିୟମ ବଟିକା ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ । ରାତି ସମୟରେ ଏହାକୁ ଖାଇ ଶୋଇବା ଦ୍ୱାରା ଷ୍ଟୋନ ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର