କାବୁଲି ବୁଟ ଏକ ପ୍ରୋଟିନ୍ଯୁକ୍ତ ଖାଦ୍ୟ। ଏହାକୁ ପ୍ରୋଟିନର ରାଜା ବୋଲି ବି କୁହାଯାଏ। ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?
କାବୁଲି ବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ୍ ରହିଥାଏ।
-ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବା ହେତୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ।
-କାବୁଲି ବୁଟରେ ଫାଇବର ଅଛି। ଏହା ଭୋକକୁ ନିୟନ୍ତ୍ରିତ କରିଥାଏ ଏବଂ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
-କାବୁଲି ବୁଟରେ ପ୍ରାୟ ୨୮ ପ୍ରତିଶତ ଫସଫରସ ରହିଛି। ଏଣୁ କିଡିନିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।
-କାବୁଲି ବୁଟ କୋଲେଷ୍ଟ୍ରଲ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ।
-ଉଚ୍ଚ ରକ୍ତଚାପ ଗ୍ରସ୍ତ ରୋଗୀମାନଙ୍କ ପାଇଁ କାବୁଲି ବୁଟ ଅତ୍ୟନ୍ତ ଲାଭଦାୟକ। ଏଥିରେ ପଟାସିୟମ୍ ଓ ମାଗ୍ନେସିଅମ୍ ଥିବା ହେତୁ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
-କାବୁଲି ବୁଟ ହଜମ କ୍ରିୟାକୁ ମଧ୍ୟ ମଜଭୁତ କରିଥାଏ।
-କାବୁଲି ବୁଟ ସେବନ କରିଲେ ମହିଳାଙ୍କର ହରମୋନ୍ ଅସନ୍ତୁଳନର ସମସ୍ୟା ରହି ନଥାଏ। ଏହାର ସେବନ ଫଳରେ ସ୍ତନ କର୍କଟର ଆଶଙ୍କା ବି ହ୍ରାସ ପାଇଥାଏ।