ଏହା ବି ହୃଦ୍‌ରୋଗର କାରଣ !

ଆଜିକାଲି ଅନେକ ହୃଦ୍‌ରୋଗରେ ପୀଡିତ। କୁହାଯାଏ ଯେ ହୃଦ୍‌ଘାତ ,ଉଚ୍ଚ ଓ ନିମ୍ନ ରକ୍ତଚାପ ଆଦି ଅନୁବାଂଶିକ। କିନ୍ତୁ ବେଳେ ବେଳେ ଅନେକଙ୍କ କ୍ଷେତ୍ରରେ ତାହା ଠକ୍‌ ନୁହେଁ, ଏହାର ଅନ୍ୟାନ୍ୟ କାରଣ ବି ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ମାନସିକ ଉତ୍ତେଜନା । ମଣିଷ ବେଶୀ ଚାପରେ ରହିଲେ ବି ହୃଦ୍‌ରୋଗରେ ପୀଡିତ ହୋଇଥାଏ। ମାନସିକ ଉତ୍ତେଜନା ବୃଦ୍ଧି ହେବା ଫଳରେ ହୃଦ୍‌ରୋଗ ହୋଇଥାଏ।ଏଣୁ ଯଥାସମ୍ଭବ ଉତ୍ତେଜିତ ନ ହେବା ଭଲ। ଏଥିପାଇଁ ବ୍ୟାୟାମ କରିବା ଆବଶ୍ୟକ।

photo-youtube

ମନେରଖନ୍ତୁ ନିୟମିତ ଭାବେ ବ୍ୟାୟାମ କରିଲେ ଶାରୀରିକ ଓ ମାନସିକ ଉତ୍ତେଜନା ଦୂରୀଭୂତ ହୋଇଥାଏ। ଯୋଗ,ପ୍ରାଣାୟାମ,ଏହୋବିକ୍‌ସ,ଶୀଘ୍ର ଚାଲିବା ଆଜି ଉପାୟରେ ମଧ୍ୟ ଉତ୍ତେଜନା ହ୍ରାସ କରିପାରିବେ। ଆଳସ୍ୟ ମଧ୍ୟ ହୃଦ୍‌ଘାତର ଅନ୍ୟ ଏକ କାରଣ। ଠିକ୍‌ ସମୟରେ ସ୍ନାନ କରିବା,ବସି ବସି ଟେଲିଭିଜନ୍‌ ଦେଖିବା,ଘରେ ଚାକର ଥିଲେ କୁଟାଖଣ୍ଡକେ ଦିଖଣ୍ଡ ନ କରିବା,ଭଳି ଅଭ୍ୟାସକୁ ଛାଡ଼ନ୍ତୁ।ଗୋଟିଏ ଜାଗାରେ ବସିରହିଲେ ମୋଟାପା ବଢ଼ିବ ଓ ମାଂସପେଶୀ ମଧ୍ୟ ଜାମ୍‌ ହୋଇଯିବ।ସନ୍ଧ୍ୟାରେ ଟିଭି ଦେଖିବା ଅପେକ୍ଷା ପାର୍କ କୁ ଯାଇ ବୁଲନ୍ତୁ। ପିଲାଙ୍କୁ ମଧ୍ୟ ସନ୍ଧ୍ୟାରେ ଖେଳିବାକୁ ପଠାନ୍ତୁ। ବ୍ୟାଡ଼୍‍ମିଣ୍ଟନ୍‌,ଟେବୁଲ୍‌ ଟେନିର ଭଳି ଖେଳିପାରନ୍ତି। ନିଜେ ବଜାରକୁ ଯାଇ ପନିପରିବା ଓ ତେଜରାଜି ସମାଗ୍ରୀ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟାୟାମ ବି ହେବ। ସବୁଠୁ ବଡ଼ କଥା ହେଲା ଯେ ହୃଦ୍‌ ରୋଗରୁ ରକ୍ଷା ପାଇବାଲାଗି ଆଳସ୍ୟ ଏବଂ ମାନସିକ ଅଶାନ୍ତିରୁ ଦୂରେଇ ରହନ୍ତୁ ।

ସମ୍ବନ୍ଧିତ ଖବର