ଡିପ୍ରେସନ୍‌ର ପ୍ରମୁଖ କାରଣ ପାଲଟିଛି ଲକ୍‌ଡାଉନ୍‌, କ’ଣ ଏହାର ସମାଧାନ?

ଲକ୍‌ଡାଉନ୍‌ ହେତୁ ‌ଘରେ ରହି ରହି ଅନେକ ଲୋକ ବିଷାଦଗ୍ରସ୍ତତାର(ଡିପ୍ରେସନ୍‌) ଶିକାର ହେଉଛନ୍ତି। ଏହା ଏପରି ଏକ ସମସ୍ୟା, ଯାହା କ୍ଷଣିକରେ ମଣିଷର ଜୀବନ ନେଇପାରେ। ତେବେ, ଚାଲନ୍ତୁ ଜାଣିବା ବିଷାଦ ରହିବାର କାରଣ କ’ଣ ଓ କିପରି ଏହି ସମସ୍ୟାକୁ ସମାଧାନ କରିହେବ।

ବିଷାଦଗ୍ରସ୍ତ ରହିବାର କାରଣ:

-କରୋନା ଭାଇରସ୍‌ ହେତୁ ସାମାଜିକ ଦୂରତା ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକୀୟ ହୋଇ ପଡ଼ିଥିବା ହେତୁ ସମସ୍ତେ ଏବେ ନିଜ ନିଜର ବନ୍ଧୁବାନ୍ଧବଙ୍କ ଘରକୁ ଯିବାରୁ ବଞ୍ଚିତ ହେଉଛନ୍ତି। ଏହା ବିରକ୍ତି ଭାବର ଏକ କାରଣ ନିଶ୍ଚୟ।

– ଆମେ ଚାହିଁକରି ବି ବାହାରେ ମିଳୁଥିବା ନିଜ ପସନ୍ଦର ଖାଦ୍ୟ ଟିକେ ଖାଇପାରୁନୁ। ମନୋରଞ୍ଜନ ପାଇଁ ନା ସ‌ିନେମା ଯାଇ ହେଉଛି ନା ପାର୍କ। ଏସବୁ ମଧ୍ୟ ବିଷାଦର ଗୋଟାଏ ଗୋଟାଏ କାରଣ।

-ସବୁବେଳେ ଘରେ ବସି ରହିବାକୁ କେଉଁ ଲୋକକୁ ଅବା ଭଲ ଲାଗେ? କିଛି କାମଦାମ ନକରି ଘରେ ବସି ରହିବା ମଧ୍ୟ ଏକ ପ୍ରକାର ବିଷାଦର କାରଣ।

– ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲକ୍‌ଡାଉନ୍‌ ଆମ ସମସ୍ତଙ୍କ ଆର୍ଥିକସ୍ଥିତିକୁ ଯେହେତୁ ପ୍ରଭାବିତ କରିଛି ଏହା ହେଉଛି ବିଷାଦର ଏକ ପ୍ରମୁଖ କାରଣ।

Huffington Post UK

କ’ଣ ଏହାର ସମାଧାନ:

– ଘରକୁ ନଯାଇ ପାରିଲେ ବି ନିଜ ପରିବାର ଲୋକଙ୍କ ସହ ଫୋନ୍‌ରେ ଯୋଗାଯୋଗରେ ରୁହନ୍ତୁ।

– ଘରେ ସୁସ୍ବାଦୁ ଖାଦ୍ୟ ବନାଇ ଖାଆନ୍ତୁ।

– କିଛି କାମ ନଥିଲେ ନିଜ ଘର ସାଜସଜା କରନ୍ତୁ।

-ନିଜର ଆର୍ଥିକସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର