ଲାଲ ମକା: କର୍କଟ ଦୂରାଏ, ଚେହେରାକୁ ରଖେ ଯୁବା

ଭୋପାଳ: ବର୍ଷାଦିନେ ମକା ଖାଇବାର ମଜା ଖୁବ୍‌ ନିଆରା। ନିକଟରେ ଏମିତି ଏକ ମକା ଉତ୍ପାଦନ ହେବାକୁ ଯାଉଛି ଯାହା ଆପଣଙ୍କୁ ଅଧିକ ବୟସ ପର୍ଯ୍ୟନ୍ତ ମଧ୍ୟ ଯବାନ ରଖିବାର ସହାୟକ ହେବ। ଏହାଛଡା ମୁଖ ଓ ସ୍ତନ କର୍କଟର ଏକ ପ୍ରତିଷେଧକ ଭାବେ ଏହି ମକା ଉଭା ହୋଇଛି ।

ମଧ୍ୟପ୍ରଦେଶର ମାଲବାର ଚାଷୀଙ୍କୁ ଏହି ନୂଆ କିସମର ମକା ବିହନ ଯୋଗାଇ ଦେବାକୁ ପ୍ରସ୍ତୁତି କରାଯାଉଛି । ଏହି ମକା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଲାଲ ରଙ୍ଗର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମକାରେ ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାର ପ୍ରତିଷେଧକ ରହିଛି । ନୂତନ କିସମର ମକାରେ ୧୦.୫ ପ୍ରତିଶତ ରହିଥାଏ ଯାହା ସାଧାରଣ ମକାର ପ୍ରୋଟିନ ଠାରୁ ୨୫ଗୁଣ ଅଧିକ ।

ଏହି ମକାରେ ଏନ୍ଥୋକାୟାନିନ ଫାଇଟୋକେମିକାଲ ଆଣ୍ଟି ଏଜିଙ୍ଗ ନାମକ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଯାହା ମଣିଷ ଶରୀରରେ ବୁଢାପଣ ଆସିବାକୁ ଦେଇ ନଥାଏ । ଏବେ ଏଭଳି ପ୍ରଜାତିର ବିହନ ପାଇଁ କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ନେଇ ଅନୁସନ୍ଧାନ ଜରି ରହିଛି । କୃଷି ବିଜ୍ଞାନ କେନ୍ଦ୍ରରେ ଏହି ପ୍ରଜାତିର ମକା ବିହନ ପାଇଁ ଦୀର୍ଘ ୫ ବର୍ଷ ଧରି ପରୀକ୍ଷା ନିରୀକ୍ଷା ଜାରି ରହିଛି। ମିଠା ମକା ଭଳି ଏହି ପ୍ରଜାତିର ମକାର ଦାନା ମଧ୍ୟ ମିଠା ।

କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ମକାରେ କେତେ ମାତ୍ରାରେ ପ୍ରୋଟିନ ମହଜୁଦ ଅଛି ତାହା ଜଣାପଡିଛି । ଏହାଛଡା ଭିଟାମିନ ଓ କେତେ ମାତ୍ରାରେ ଧାତବ ପଦାର୍ଥ ଏହି ମକାରେ ରହୁଛି ତାହାକୁ ନେଇ ଏବେ ପରୀକ୍ଷା କରାଯାଉଛି। ସମ୍ପୂର୍ଣ୍ଣ ପରୀକ୍ଷଣ ପରେ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ।

ସେହିଭଳି ଏହି ମକାକୁ ନେଇ କ୍ୟାନସର ବିଶେଷଜ୍ଞ ଅରୁଣ ଅଗ୍ରୱାଲ କହିବା ଅନୁଯାୟୀ, ଏହି ମକାରେ ଥିବା ଏନ୍ଥୋକାୟାନିନ ଭଳି ପ୍ରୋଟିନ କ୍ୟାନସର ଓ ଅନ୍ୟ ରୋଗକୁ ପ୍ରତିରୋଧ କରିବାକୁ ସକ୍ଷମ । ଏହାଛଡା ଶରୀରକୁ ବୁଢାପଣରୁ ମଧ୍ୟ ଦୂରେଇ ରଖିଥାଏ । ଏହାଛଡା ହାର୍ଟ ଓ ଲିଭର ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।

ଏହି ମକା ଉପରେ ପରୀକ୍ଷା ନିରୀକ୍ଷା କରୁଥିବା ଡାକ୍ତର ଦେଶୱାଲ କହିଛନ୍ତି, ଏବେ ପର୍ଯ୍ୟନ୍ତ ମୋଟ ଉପରେ ୪ କ୍ୱିଣ୍ଟାଲ ବିହନ ଉତ୍ପାଦନ କରାଯାଇଛି ।

କ’ଣ ରହିଛି ଏହି ମକାର ବିଶେଷତା :

  • ଏହି ପ୍ରଜାତିର ମକା ୧୦୦ରୁ ୧୧୦ ଦିନ ମଧ୍ୟରେ ଅମଳ ହୋଇଥାଏ
  • ଏହି କିସମର ବିହନରେ ପ୍ରତି ହେକ୍ଟର ପିଛା ପ୍ରାୟ ୪୦ରୁ ୫୦କ୍ୱିଣ୍ଟାଲ ମକା ଉତ୍ପାଦନ ହେବ
  • ଏହି ପ୍ରଜାତିର ମକା ଗଛର ଉଚ୍ଚତା ୮ରୁ ୯ ଫୁଟ ଭିତରେ ରହିଥାଏ, ଏହାଛଡା ଗଛରେ ବହୁତ କମ ପୋକ ଲାଗିଥାନ୍ତି। ଅନ୍ୟ ଖାଦ୍ୟଶସ୍ୟ ସହ ମିଶାଇ ଏହାକୁ ଖାଇପାରିବେ।
  • ବେବି ଫୁଡ଼ ଓ ମଧ୍ୟାହ୍ନ ଭୋଜନ ମିଲରେ ମଧ୍ୟ ଏହାକୁ ସାମିଲ କରାଯାଇପାରିବ ।
ସମ୍ବନ୍ଧିତ ଖବର