ମୁହଁ ଓ ଥୋଡ଼ିରେ ଚର୍ବି ବଢ଼ିଯାଇ ମୋଟା ଦେଖା ଯାଉଛନ୍ତି କି? କିଛି ସାଧାରଣ ବ୍ୟାୟାମ ଦ୍ୱାରା ପୁଣି ମୁହଁକୁ ସୁନ୍ଦର କରନ୍ତୁ ଏମିତି….

ଓଜନ ବଢିବା ସହ ମୁହଁରେ ମଧ୍ୟ ଫ୍ୟାଟ୍‌ ଜମା ହୁଏ ଓ ଧୀରେ ଧୀରେ ମୁହଁ ବଡ଼ ଦେଖା ଯାଇଥାଏ। ଏମିତିରେ ଆପଣଙ୍କ ବୟସ ମଧ୍ୟ ଅଧିକ ଲାଗିଥାଏ। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି ପୁଣି ପୂର୍ବପରି ଚେହେରାର ସୌନ୍ଦର୍ଯ୍ୟ ଆଣିବା ପାଇଁ। ଜାଣନ୍ତୁ କିଛି ସାଧାରଣ ବ୍ୟାୟାମର ପଦ୍ଧତି, ଯାହା ଦ୍ୱାରା ଖୁବ୍‌ ଶୀଘ୍ର ଆପଣଙ୍କ ଚେହେରାରୁ ମୋଟାପଣ ହଟିଯିବ।

ବେକ ପଛପକୁ ନୁଅାଁଇ ଉପରକୁ ଦେଖନ୍ତୁ ଓ ଜିଭକୁ ବାହାର କରନ୍ତୁ। ଏମିତି କରି ୧୦ ସେକେଣ୍ଡ୍‌ ଯାଏଁ ରୁହନ୍ତୁ। ଏହାକୁ ଥରକେ ୧୦ ଥର କରନ୍ତୁ।

ବେକ ସିଧା ରଖି ମୁହଁ ଖୋଲନ୍ତୁ ଓ ଯେତିକି ହୋଇ ପାରିବ ଜିଭକୁ ପଦାକୁ ବାହାର କରନ୍ତୁ। ଏମିତି ୧୦ ସେକେଣ୍ଡ ଯାଏଁ ରୁହନ୍ତୁ। ଏହି ବ୍ୟାୟାମକୁ ୧୦ ଥର କରନ୍ତୁ।

ପୁଣି ବେକକୁ ସମ୍ପୂର୍ଣ୍ଣ ସିଧା ରଖି (‘ଉ’… ଉଚ୍ଚାରଣ କରିଲା ଭଳି) ଓଠକୁ ଗୋଲ୍‌ କରି ଜାକି ଦିଅନ୍ତୁ ଓ ଗାଲକୁ ଭିତରକୁ ନେବା ପାଇଁ ଚେଷ୍ଟା କରନ୍ତୁ। ଏମିତି କରି ୧୦ ସେକେଣ୍ଡ୍‌ ଯାଏଁ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ମୁହଁର ତଳ ଭାଗରେ ଥିବା ଥୋଡ଼ି ଆଗକୁ ବାହାର କରି ଓଠକୁ ଯଥାସମ୍ଭବ ଉପରକୁ ଉଠାନ୍ତୁ। ଏମିତି ଅବସ୍ଥାରେ ୧୦ ସେକେଣ୍ଡ୍‌ ଯାଏଁ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ବେକ ପଛକୁ କରି ଉପରକୁ ଚାହିଁ ରୁହନ୍ତୁ ଓ ଏହା ସହ ଓଠକୁ ଗୋଲ୍‌ କରି ଜାକି ଆଣନ୍ତୁ। ଏମିତି ଅବସ୍ଥାରେ ୧୦ ସେକେଣ୍ଡ୍‌ ଯାଏଁ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ଯେତିକି ସମ୍ଭବ ପାଟି ମେଲନ୍ତୁ ଓ ଜିଭରେ ତଳ ଦାନ୍ତକୁ ଦବାନ୍ତୁ। ୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଏମିତି ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ଓଠ ଏବଂ ଉଭୟ ଗାଲକୁ ଭିତରକୁ ଟାଣନ୍ତୁ। ୫ ସେକେଣ୍ଡ୍‌ ପାଇଁ ଏହି ଅବସ୍ଥାରେ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ଉଭୟ ଗାଲକୁ ଭିତରକୁ ଟାଣି ଦାନ୍ତ ତଳକୁ ଦବାନ୍ତୁ। ୧୦ ସେକେଣ୍ଡ୍‌ ଯାଏଁ ଏମିତି ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।

ସମ୍ବନ୍ଧିତ ଖବର