ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଉଭୟ ପୁରୁଷ ଓ ମହିଳାଙ୍କ ଓଜନ ବଢ଼ିବା ସମସ୍ୟା ଦେଖା ଦେଉଛି। ଏହା ସହ ବସି ରହି କାମ କରିବା ଯୋଗୁଁ ପେଟର ଚର୍ବି ମଧ୍ୟ ଖୁବ୍ ଜୋର୍ରେ ବଢ଼ି ଚାଲିଛି। ତେବେ ଡାକ୍ତରଙ୍କ କହିବା ଅନୁସାରେ ଏହି ସବୁ ପ୍ରକ୍ରିୟା ପାଳନ କରିଲେ ପେଟରେ ଥିବା ଚର୍ବି ହ୍ରାସ ହେବା ସହ ପେଟ ବଢ଼ିବା ମଧ୍ୟ ବନ୍ଦ ହେବ।
/sambad/media/post_attachments/wp-content/uploads/2018/07/Stomach-Fat_Slide_2.jpg)
ପେସ୍ତା ବାଦାମ: ପ୍ରତିଦିନ ୪ରୁ ୫ଟି ପେସ୍ତା ବାଦାମ ଖାଆନ୍ତୁ, ଏଥିରେ ଥିବା ଭିଟାମିନ୍-ଇ, ପଲିସେଚୁରେଟେଡ୍ ଓ ମୋନୋସେଚୁରେଟେଡ୍ ତତ୍ତ୍ୱ ଶରୀରର ଚର୍ବିକୁ ନିୟନ୍ତ୍ରଣ କରିଥାଏ।
/sambad/media/post_attachments/wp-content/uploads/2018/07/Stomach-Fat_Slide_3.jpg)
କଳାଜୀରା ତେଲ: ଏକ ଗ୍ଲାସ୍ ପାଣିରେ କଳା ଜୀରା ତେଲର କିଛି ବୁନ୍ଦା ଓ ଏକ ଚାମଚ ମହୁ ମିଶାଇ ପିଇଲେ ପେଟର ଚର୍ବି କମ୍ ହୋଇଥାଏ। ଏହାକୁ ଦିନକୁ ୨ ଥର ପିଇଲେ ଠିକ୍ ଭାବେ କାମ କରିଥାଏ।
/sambad/media/post_attachments/wp-content/uploads/2018/07/Stomach-Fat_Slide_4.jpg)
ଅଳସୀ: ଅଳସୀରେ ବହୁ ପରିମାଣରେ ଓମେଗା -୩ ଫେଟି ଏସିଡ୍ ଓ ଆଇରନ୍ ରହିଥାଏ। ଏହାକୁ ଦିନକୁ ୧ ଚାମଚ ଖାଆନ୍ତୁ, ଚର୍ବି କମିବା ଆରମ୍ଭ ହୋଇଯିବ।
/sambad/media/post_attachments/wp-content/uploads/2018/07/Stomach-Fat_Slide_5.jpg)
ଦହି: ପ୍ରତିଦିନ ଏକ କପ୍ ଦହି ଖାଆନ୍ତୁ। ଦହିରେ ଥିବା କ୍ୟାଲ୍ସିୟମ୍ କାର୍ଟିସୋଲ୍ ହର୍ମୋନ୍ (ଯାହା ଚର୍ବିକୁ ବଢ଼ାଏ)ର ସ୍ତରକୁ ନିୟନ୍ତ୍ରଣ କରିଥାଏ।
/sambad/media/post_attachments/wp-content/uploads/2018/07/Stomach-Fat_Slide_6.jpg)
ନଡ଼ିଆ ପାଣି: ନଡ଼ିଆ ପାଣିରେ ରହିଛି ଇଲେକ୍ଟ୍ରୋଲାଇଟ୍ସ ଯାହା ମୋଟାପଣକୁ କମାଇବାରେ ସାହାଯ୍ୟ କରେ। ନଡ଼ିଆ ପାଣି ପ୍ରତିଦିନ ପିଇବା ଦ୍ୱାରା ପେଟର ଚର୍ବି କମ୍ ହେବା ସହ ଅନ୍ୟାନ୍ୟ ପେଟ ରୋଗକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ।
/sambad/media/post_attachments/wp-content/uploads/2018/07/Stomach-Fat_Slide_7.jpg)
ମହୁ: ପ୍ରତିଦିନ ଏକ ଗ୍ଲାସ୍ ପାଣିରେ ୧ ଚାମଚ ମହୁ ମିଶାଇ ପିଅନ୍ତୁ, ଏହା ଦ୍ୱାରା ପେଟର ଚର୍ବି ହ୍ରାସ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Stomach-Fat_Slide_1.jpg)